ETV Bharat / state

କବାଡ଼ିଆକୁ ବିକୁଥିଲେ ଅର୍ଖ ନୂଆ ସ୍କୁଲ ବହି, CRCCଙ୍କୁ ଅଟକ ରଖିଲେ ଗ୍ରାମବାସୀ - କବାଡ଼ିଆକୁ ବିକୁଥିଲେ ଅର୍ଖ ନୂଆ ବହି

ଗଦା ଗଦା ଅର୍ଖ ନୂଆ ବହିକୁ କବାଡ଼ିଆକୁ ବିକ୍ରି କରିବା ପଡ଼ିଲା ମହଙ୍ଗା । ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଦେଉଳି କ୍ଲସ୍ଟର ସିଆରସିସିଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 24, 2023, 5:42 PM IST

Updated : Apr 24, 2023, 5:58 PM IST

କବାଡ଼ିଆକୁ ବିକୁଥିଲେ ଅର୍ଖ ନୂଆ ସ୍କୁଲ ବହି, CRCCଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଖୋର୍ଦ୍ଧା: ପିଲାଙ୍କୁ ବହି ଦେବା ପରିବର୍ତ୍ତେ କବାଡ଼ିଆଙ୍କୁ ବହି ବିକ୍ରି କରିବା ବେଳେ ଧରାପଡ଼ିଲେ ସିଆରସିସି । ସରକାର ପିଲାଙ୍କ ପାଠପଢା ଲାଗି ମାଗଣା ବହି ଦେଉଥିବା ବେଳେ ଏହି ସରକାରୀ କର୍ମଚାରୀ ଜଣକ ଗଦା ଗଦା ଅର୍ଖ ନୂଆ ବହିକୁ କବାଡ଼ିଆକୁ ବିକ୍ରି କରୁଥିଲେ । ଏହି ସମୟରେ ତାଙ୍କୁ ଗ୍ରାମବାସୀମାନେ କାବୁ କରିବା ସହିତ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ । ଧରାପଡ଼ିବା ପରେ ନିଜକୁ ବଞ୍ଚାଇବା ପାଇଁ କାନ ଧରି ବସଉଠ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଦେଉଳି କ୍ଲଷ୍ଟର ସିଆରସିସି ଥିବା ମନମୋହନ ମିଶ୍ର ଆଜି ସକାଳୁ ଦେଉଳି ସ୍ଥିତ ସତ୍‌ମାର୍ଗ ମଧ୍ୟ ଇଂରାଜୀ ବିଦ୍ୟାଳୟଠାରେ ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ପଢ଼ା ବହିକୁ କବାଡି ଵାଲାକୁ ବିକ୍ରି କରୁଥିଲେ । ଆଉ ଏତିକି ବେଳେ ଗ୍ରାମବାସୀ ସିଆରସିସି ପିଲାଙ୍କ ବହି ବିକୁଥିବା ଜାଣିପାରି ତାଙ୍କୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ଓ ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ପହଞ୍ଚିବା ପରେ ସମସ୍ତଙ୍କୁ ଭୁଲ ମାଗି କାନ ଧରି ବସଉଠ ମଧ୍ୟ ହେଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଏହା ବି ପଢନ୍ତୁ- ଗଣମାଧ୍ୟମକୁ ଦେଖି ନିଦାବିଷ୍ଣୁ ସାଜିଲେ OSSC ଅଧ୍ୟକ୍ଷ ! କାଲିର ପରୀକ୍ଷା ଆଜି ବାତିଲ

ଗ୍ରାମବାସୀ ସିଆରସିସିଙ୍କ କାରନାମା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଲେ ଓ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସିଦ୍ଧେଶ୍ବର ସାହୁ ଓ କୈଳାସ ନାଥ ସ୍ବାଇଁ ପହଞ୍ଚି ତଦନ୍ତ କରିଥିଲେ ଓ ବହି କିଣିବାକୁ ଆସିଥିବା କବାଡିଆକୁ ମଧ୍ୟ ପଚାରି ଘଟଣା ସତ୍ୟ ବୋଲି ଜାଣିଥିଲେ । କିନ୍ତୁ ଏହି ଘଟଣାକୁ ନିଜ ଭିତରେ ଚାପିଦେବାକୁ ଉଦ୍ୟମ କରି ଏକ ସାଦା କାଗଜରେ ଘଟଣାକ୍ରମ ଲେଖି ଜୋରିମାନା ଦେବାକୁ ସିଆରସିସି ମନମୋହନ ମିଶ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଦସ୍ତଖତ କରାଯାଇଥିଲା ଯାହା ଭାଇରଲ ହେଉଛି ।

ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ତଦନ୍ତ କରିବାକୁ ଆସିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚାପି ଦେବାକୁ ବସିଛନ୍ତି ଓ କୁନି କୁନି ପିଲାଙ୍କ ପାଇଁ ସରକାର ଯୋଗାଉଥିବା ବହିକୁ ହରିଲୁଟ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛନ୍ତି ତାହା ସାଧାରଣରେ ଆଲୋଚନା ହେଉଛି । ସେପଟେ ବୋଲଗଡ଼ ବ୍ଲକରେ ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆହୁରି ୮ ହଜାର ୭୩ ଖଣ୍ଡ ବହି ଆବଶ୍ୟକ ଅଛି ବୋଲି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା ଜଣାପଡିଛି । ଗୋଟିଏ ପଟେ ବହି ପିଲାଙ୍କୁ ନଦେଇ ସିଆରସିସି ବିକ୍ରି କରୁଛନ୍ତି ଆଉ ଅନ୍ୟପଟେ ବହି ନିଅଣ୍ଟ ହେଉଥିବା ଦର୍ଶାଇ ଅଧିକ ବହି ବିଭାଗକୁ ମଗାଯାଉଛି ତାହା ସନ୍ଦେହ ସୃଷ୍ଟି କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Apr 24, 2023, 5:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.