ETV Bharat / state

ଦେବତ୍ତୋର ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ ଗଣଧାରଣା

author img

By

Published : Aug 25, 2021, 3:59 PM IST

ଖୋର୍ଦ୍ଧାରେ ଜମି ଦଲାଲଙ୍କ ଦଖଲରେ ଦେବତ୍ତୋର ସମ୍ପତ୍ତି । ଉଚ୍ଛେଦ ଦାବିରେ RIଙ୍କ କାର୍ଯ୍ୟାଳୟ ଘେରିଲା ଗ୍ରାମ କମିଟି । ଅଧିକ ପଢନ୍ତୁ...

ଦେବତ୍ତୋର ଜମିରୁ ଜବରଦଖଲ ଉଛେଦ ଦାବିରେ ଗଣଧାରଣା

ଖୋର୍ଦ୍ଧା: ଜିଲ୍ଲାରେ ସକ୍ରିୟ ଜମି ଦଲାଲ । ଏମାନଙ୍କ ଲୋଲୁପ ଦୃଷ୍ଟି ଏବେ ସରକାରୀ,ଦେବୋତ୍ତର,ଗୋଚର ଓ ଶ୍ମଶାନ ଜମି ଉପରେ । ତେଣୁ ସବୁଠି ଏମାନେ ଧିରେ ଧିରେ ଜବରଦଖଲ କରିବାରେ ଲାଗିଲେଣି । ଖୋର୍ଦ୍ଧା ଜିଲ୍ଲା ସିକୋ ଅଞ୍ଚଳେରେ ଏପରି କିଛି ଅଭିଯୋଗ ସାମ୍ନାକୁ ଆସିଛି । ସ୍ଥାନୀୟ ସିକୋ ଅଞ୍ଚଳରେ ଦେବତ୍ତୋର ସମ୍ପତ୍ତି ଜବରଖଲ ମୁକ୍ତ କରିବା ପାଇଁ RIଙ୍କ କାର୍ଯ୍ୟାଳୟ ମାମନାରେ ଧାରଣା ଦେଲେ ଗ୍ରାମ କମିଟି ସଦସ୍ୟ ।

ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳର ଗ୍ରାମ୍ୟ ଠାକୁର ପତିତପାବନଙ୍କ ଦୋଳ ପଡିଆକୁ ଦଲାଲ ଓ କିଛି ସ୍ଥାନୀୟ ଖଳପ୍ରକୃତିର ଲୋକ ଜବରଦଖଲ କରି ରଖିଛନ୍ତି । ଯାହାଫଳରେ ଦୀର୍ଘଦନ ହେବ ଠାକୁରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ବାଧା ଉପୁଜିଛି । ଏନେଇ ଉକ୍ତ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଦାବି କରିଛି ସିକୋ ଗ୍ରାମ୍ୟ କମିଟି । ଆଜି କମିଟି ପକ୍ଷରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା କରାଯାଇଛି । ଶତାଧିକ ଗ୍ରାମବାସୀ ଏହି ପ୍ରତିବାଦ ସଭାରେ ସାମିଲ ହୋଇ, ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ଅଡିବସିଛନ୍ତି । ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବା ସହ ଭୟାବହ ପରିସ୍ଥିତି ସୃଷ୍ଟି ହେବା ନେଇ ଚେତାବନୀ ଦେଇଛି ଗ୍ରାମ କମିଟି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.