ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଏସଆଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀଙ୍କ(Tomando police station SI Abhimanyu Chaudhury) ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭିଜିଲାନ୍ସର ୩ ଡିଏସପିଙ୍କ ନେତୃତ୍ବରେ ୧୧ଇନ୍ସପେକ୍ଟର ଓ ୬ ଏଏସଆଇ ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆଉ ନାହାନ୍ତି ଅଭିନେତା ଷ୍ଟିଫେନ ବସ୍, ହୋଟେଲ ରୁମ୍ରୁ ମିଳିଲା ମୃତଦେହ
-
Today, on the allegation of possession of disproportionate assets by Sri Abhimanyu Chaudhury, SI of Police, Tomando PS UPD Bhubaneswar simultaneous house searches by #Odisha #Vigilance are going on at 3 places in Bhubaneswar & Nayagarh.#AntiCorruption
— Odisha Vigilance (@OdishaVigilance) December 15, 2022 " class="align-text-top noRightClick twitterSection" data="
">Today, on the allegation of possession of disproportionate assets by Sri Abhimanyu Chaudhury, SI of Police, Tomando PS UPD Bhubaneswar simultaneous house searches by #Odisha #Vigilance are going on at 3 places in Bhubaneswar & Nayagarh.#AntiCorruption
— Odisha Vigilance (@OdishaVigilance) December 15, 2022Today, on the allegation of possession of disproportionate assets by Sri Abhimanyu Chaudhury, SI of Police, Tomando PS UPD Bhubaneswar simultaneous house searches by #Odisha #Vigilance are going on at 3 places in Bhubaneswar & Nayagarh.#AntiCorruption
— Odisha Vigilance (@OdishaVigilance) December 15, 2022
ଅଭିମନ୍ୟୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ତଦନ୍ତ କରି ଆଜି ସକାଳେ ଏସ୍ଆଇଙ୍କ ଘରେ ଚଢ଼ାଉ ଆରମ୍ଭ କରାଯାଇଛି(Vigilance raids on SI Abhimanyu Chaudhury) । ଭୁବନେଶ୍ବର ସ୍ଥିତ ପାଇକ ନଗରରେ ଥିବା ଘର ସମେତ ନୟାଗଡ଼ ନଛିପୁର ଗାଁ ସ୍ଥିତ ପୈତୃକ ଘର ଓ ତମାଣ୍ଡୋ ଥାନାରେ ରେଡ ମାରିଛନ୍ତି ଭିଜିଲାନ୍ସ ଅଧିକାରୀ । ରେଡ ସମୟରେ କୋଠା, କାଗଜପତ୍ର ସହ ଗହଣା ଓ ନଗଦ ଟଙ୍କା ଜବତ କରାଯାଇଥିବା ସୂଚନା ରହିଛି । ପୂର୍ବରୁ ସେ ଲିଙ୍ଗରାଜ ଥାନା, ଲକ୍ଷ୍ମୀସାଗର ଥାନାରେ କାମ କରିଥିଲେ । ଅନେକ ସମୟରେ ଲାଞ୍ଚ କାରବାରର ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ରହିଥିଲା।
ଇଟିଭି ଭାରତ, ଭୁବନେଶ୍ବର