ETV Bharat / state

Vigilance Awareness Week: ସଚେତନ କରାଇଲେ ଛାତ୍ରଛାତ୍ରୀ ଓ ଭିଜିଲାନ୍ସ ଅଧିକାରୀ

author img

By ETV Bharat Odisha Team

Published : Nov 1, 2023, 10:38 PM IST

Updated : Nov 1, 2023, 10:49 PM IST

ରାଜଧାନୀରେ ଗଣ ସଚେତନତା ରାଲିରେ ସାମିଲ ହେଲେ ଶହ ଶହ ଛାତ୍ରଛାତ୍ରୀ । ସେମାନଙ୍କ ସହ ସାମିଲ ହୋଇଥିଲେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ । ଅଧିକ ପଢନ୍ତୁ

vigilance awareness week
ଦୁର୍ନୀତି ନିବାରଣ ସଚେତନତା
Vigilance Awareness Week

ଭୁବନେଶ୍ବର: ଦୁର୍ନୀତି ହଟାଇବାକୁ ଜୋରଦାର ସଚେତନତା କରାଯାଇଛି । ରାଜଧାନୀରେ ଗଣ ସଚେତନତା ରାଲିରେ ସାମିଲ ହେଲେ ଶହ ଶହ ଛାତ୍ରଛାତ୍ରୀ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦୁର୍ନୀତି ହଟାଇବାକୁ ବାର୍ତ୍ତା ଦେଇଛନ୍ତି । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜଭବନଠୁ ରାଲି ବାହାରି କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିଲା । ଏମାନଙ୍କ ସହ ସାମିଲ ହୋଇଥିଲେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସହ ଏସପି ଓ ବିଏମସି କମିଶନର ମଧ୍ୟ ଭାଗ ନେଇଥିଲେ ।

ଅକ୍ଟୋବର 30 ତାରିଖରୁ ରାଜ୍ୟବ୍ୟାପୀ ନଭେମ୍ବର 5 ତାରିଖ ଯାଏଁ ପାଳନ ହେଉଛି ଦୁର୍ନୀତି ନିବାରଣ ସପ୍ତାହ । ଏନେଇ ଗଣ ସଚେତନତା ଜରିଆରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବାକୁ ପ୍ରୟାସ ହେଉଛି । ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପାଳନ କରାଯାଉଛି ସପ୍ତାହ । ଏଥର ବିଷୟ ରହିଛି 'ଦୁର୍ନୀତିକୁ ବିରୋଧ କରିବା, ରାଷ୍ଟ୍ର ପ୍ରତି ସମର୍ପିତ ହେବା' । ଏନେଇ ଭିଜିଲାନ୍ସ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅଧିକ ପ୍ରସାର ଓ ପ୍ରଚାର ପାଇଁ SHG ମହିଳା ସଂଗଠନ,ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଜରିଆରେ ଏଭଳି ସଚେତନତା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏପରିକି ଭିଜିଲାନ୍ସ ପକ୍ଷରୁ ସୋସିଆଲ ମିଡ଼ିଆ, ହ୍ବାଟସପ, ଇ-ମେଲ୍ ଜରିଆରେ ହେଲ୍ପଲାଇନ ନମ୍ବର1064ର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଚାଲିଛି । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଯେଠଓ୍ବା କହିଛନ୍ତି, "ଦୁର୍ନୀତି ସମସ୍ତଙ୍କୁ ପ୍ରଭାବିତ କରୁଛି । ପୁରା ସମାଜ ପ୍ରଭାବିତ ହେଉଛି । ଦୁର୍ନୀତିକୁ ବିରୋଧ କରିବା ସମସ୍ତଙ୍କର ଦାୟିତ୍ବ । ସମସ୍ତଙ୍କର ଯୋଗଦାନ ଆବଶ୍ୟକ । ଏହାକୁ କିପରି କଣ୍ଟ୍ରୋଲ କରାଯିବ ସେନେଇ ସଚେତନତା କରି ଆଗାମୀ ଦିନରେ ଦୁର୍ନୀତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିବଦ୍ଧ ହେବୁ ।"

ଏହା ବି ପଢନ୍ତୁ...Vigilance Awareness Week: ଦୁର୍ନୀତି ବିରୋଧରେ ଲଢିବା ପାଇଁ ନବୀନଙ୍କ ଆହ୍ବାନ, ପିସି ପ୍ରସଙ୍ଗ ଉଠାଇଲା ବିଜେପି

NCRB ଡାଟା ଅନୁସାରେ, ଡିଏ କେସ ରେଜିଷ୍ଟ୍ରେସନରେ ଓଡ଼ିଶା ସମଗ୍ର ଦେଶରୁ ଆଗୁଆ ରହିଛି । ଆଗାମୀ ଦିନରେ ଭିଜିଲାନ୍ସ ଆହୁରି କାର୍ଯ୍ୟକ୍ଷମ ହେବ । ଏନେଇ ସର୍ଭେଲାନ୍ସ ବଢାଇବୁ । ମାନବ ସମ୍ବଳ ବଢାଇବା ସହ ଟେକ୍ନୋଲୋଜି ବ୍ୟବହାର କରି କିପରି ଅଧିକ ଅଧିକ କେସ ଡିଟେକ୍ସନ କରିବୁ ସେନେଇ ପ୍ରୟାସ ଚାଲିଛି । 2023ର ଡାଟା ଅନୁସାରେ, 365 ଜଣଙ୍କ ନାଁରେ ଏଯାବତ 202କ୍ରିମିନାଲ କେସ କରାଯାଇଛି । ଯେଉଁଥିରେ ଅଛନ୍ତି 38ଜଣ କ୍ଲାସ 1 ଅଫିସର, 37ଜଣ କ୍ଲାସ୍ 2 ଅଫିସର, 161ଜଣ କ୍ଲାସ 3 ଅଫିସର, 7ଜଣ କ୍ଲାସ 4 କର୍ମଚାରୀ, 48 ଜଣ ସରକାରୀ ଅଧିକାରୀ ।

ଏହାସହ 74 ଜଣ ବେସରକାରୀ ଲୋକ ମଧ୍ୟ ଦୁର୍ନୀତିରେ ଛନ୍ଦି ହୋଇଛନ୍ତି । ଲାଞ୍ଚ ନେବାବେଳେ 75ଟି ଭିଜିଲାନ୍ସ ଟ୍ରାପ୍ କେସ ସହ 86 ଜଣଙ୍କୁ ସରକାରୀ ସମ୍ପତ୍ତି ହେରଫେର ମାମଲାରେ 66ଟି କେସରେ 168 ଜଣ ଫସିଛନ୍ତି । 141ଜଣ ସରକାରୀ କର୍ମଚାରୀ ଛନ୍ଦି ହୋଇଛନ୍ତି ଓ 27ଜଣ ବେସରକାରୀ ଲୋକ ରହିଛନ୍ତି । ପାଖାପାଖି 44.38କୋଟି ଟଙ୍କା ହେରଫେର ସାମନାକୁ ଆଣିଛି ଭିଜିଲାନ୍ସ ନିର୍ଦ୍ଦେଶାଳୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 1, 2023, 10:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.