ETV Bharat / state

ପକ୍ଷୀଙ୍କ ଭୂସ୍ବର୍ଗ ମଙ୍ଗଳାଯୋଡି, ସୌନ୍ଦର୍ଯ୍ୟ ବଢାଉଛି ବିଦେଶୀ ଅତିଥିଙ୍କ ଆଗମନ

ଶୀତର ଆଗମନରେ ଛୁଟିଛି ବିଦେଶୀ ଅତିଥିଙ୍କ ସୁଅ । ସାତ ଦରିଆ ପାର ହୋଇ ଚିଲିକାରେ ପହଞ୍ଚିଛନ୍ତି ଲକ୍ଷଲକ୍ଷ ବିଦେଶୀ ପକ୍ଷୀ । କିଚିରି ମିଚିରି କଳରାବରେ ଚଳଚଞ୍ଚଳ ହୋଇ ଉଠିଛି ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳାଯୋଡି । ମଙ୍ଗଳାଯୋଡାର ଅନବଦ୍ୟ ପ୍ରାଚୁର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ ହେଲାଣି । ଅଧିକ ପଢ଼ନ୍ତୁ

author img

By

Published : Nov 14, 2022, 3:14 PM IST

migrant birds at mangalajodi
ମଙ୍ଗଳାଯୋଡିରେ ବିଦେଶୀ ଅତିଥି, ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଖୋର୍ଦ୍ଧା: 'ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା' ଅପରୂପ ସୌନ୍ଦର୍ଯ୍ୟରେ ଭରା ଚିଲିକା । ଶୀତର ପହିଲି ସ୍ପର୍ଶରେ ବଢ଼ିବାରେ ଲାଗିଛି ଶୋଭା ଭଣ୍ଡାର ଚିଲିକାର ସୌନ୍ଦର୍ଯ୍ୟ । ପ୍ରକୃତିର ଅପୂର୍ବ ଶୋଭାରାଜି ସହ ରଙ୍ଗବେରଙ୍ଗ ବିଦେଶୀ ପକ୍ଷୀଙ୍କ ସମାଗମ ଚିଲିକାକୁ ଆହୁରି ସୁନ୍ଦର କରୁଛି । କିଚିରି ମିଚିରି କଳରବରେ ମୁଖରିତ ହୋଇ ଉଠିଛି ଚିଲିକାର ମଙ୍ଗଳାଯୋଡ଼ି । ବିଭିନ୍ନ ଦେଶରୁ ମାଇଲ ମାଇଲ ବାଟ ଅତିକ୍ରମ କରି ଚିଲିକା ନିକଟସ୍ତ ମଙ୍ଗଳାଯୋଡ଼ିର ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି ବିଦେଶୀ ପକ୍ଷୀ ।

ମଙ୍ଗଳାଯୋଡିରେ ବିଦେଶୀ ଅତିଥି

ପ୍ରତିବର୍ଷ ଚିଲିକାକୁ ଆସନ୍ତି ବିଦେଶୀ ଅତିଥି

ପ୍ରତିବର୍ଷ ଶୀତଋତୁର ଆଗମନ ସହିତ ଚିଲିକାରେ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ । ବିଦେଶୀ ପକ୍ଷୀଙ୍କ ଏହି ସମାଗମକୁ ପାଖରୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ଚଳିତ ବର୍ଷ ପକ୍ଷୀଙ୍କ ପାଇଁ ପାଗ ଅନୂକୁଳ ଥିବାରୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 120 ପ୍ରଜାତିର ବିଦେଶୀ ପକ୍ଷୀ ଆସିଥିବା ଜଣାପଡ଼ିଛି । ଶୀତ ବଢୁଛି, ଛୁଟୁଛି ବିଦେଶୀ ପକ୍ଷୀଙ୍କ ସୁଅ । ସୁଦୂର ସାଇବେରିଆ, ମଙ୍ଗୋଲିଆ, କସପିଅନ, ଲଦାଖ, ଶ୍ରୀଲଙ୍କା, ପାକିସ୍ତାନ ଆଦି ଅଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାର ମଙ୍ଗଳାଯୋଡିକୁ ଧାଇଁ ଆସିଛନ୍ତି ଲକ୍ଷ ଲକ୍ଷ ପକ୍ଷୀ ।

ନଭେମ୍ବର ସୁଦ୍ଧା ଆସିଛନ୍ତି ୧୨୦ ପ୍ରଜାତିର ବିଦେଶୀ ଅତିଥି

ନା ଅଛି ବାଧା ନା ଅଛି ବନ୍ଧନ । ବିଦେଶୀ ପକ୍ଷୀମାନେ ମଙ୍ଗଳାଯୋଡିକୁ କରିଛନ୍ତି ସେମାନଙ୍କ ଦ୍ୱିତୀୟ ଘର । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ନଭେମ୍ବର ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ମଙ୍ଗଳାଯୋଡିରେ ପ୍ରାୟ 120 ପ୍ରଜାତିର 2ଲକ୍ଷରୁ ଊର୍ଦ୍ଧ୍ବ ବିଦେଶୀ ପକ୍ଷୀଙ୍କ ସମାଗମ ହେଲାଣି । ପିନଟେଲ, ରୁଡ଼ିସିଲଡର, ଶୋଭଲର, ଗଡ଼ୱାଲ, ଗାର୍ଗିନ, ପର୍ପଲମୋରେନ ଏମିତି ନାନା ପ୍ରଜାତିର ପକ୍ଷୀ ଚିଲିକାର ନୀଳ ଜଳରାଶିରେ ଏକାଠି ହୋଇଛନ୍ତି । ଖାଦ୍ୟ ସଂଗ୍ରହ କରିବା ସହ ଡେଣା ମେଲାଇ ନୀଳ ଜଳରାଶିରୁ ମୁକ୍ତ ଆକାଶକୁ ଉଡିବୁଲୁଛନ୍ତି । ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ 11ଟି ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇଛି । ଉଭୟ ଜଳ ଓ ସ୍ଥଳ ପଥରେ ପାଟ୍ରୋଲିଂ ଟିମ ମୁତୟନ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଚିଲିକାରେ ଜଳପରି ଜିଆ ରଏ, ୩ ଘଣ୍ଟା ୫୭ ମିନିଟରେ ଅତିକ୍ରମ କଲେ ୨୧ କିମି

ଅତିଥିଙ୍କୁ ପାଖରୁ ଦେଖିବାକୁ ଚିଲିକାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ସେପଟେ ପ୍ରକୃତିର ସୌନ୍ଦର୍ଯ୍ୟ ମଧ୍ୟରେ ପକ୍ଷୀଙ୍କ କଳରବ ଓ ଜଳକ୍ରୀଡ଼ା ଦେଖିବାକୁ ମଙ୍ଗଳାଯୋଡିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି । ଶହ ଶହ ବିଦେଶୀ ପକ୍ଷୀଙ୍କୁ ଦେଖିବା ସହ ମଙ୍ଗଳାଯୋଡି ଅଞ୍ଚଳରେ ନୌକା ବିହାରର ମଜା ନେଉଛନ୍ତି ପର୍ଯ୍ୟଟକ । ଏହି ଅପୂର୍ବ ଶୋଭାରାଜିର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ବିମୋହିତ କରିଛି । ଶୀତୁଆ ସକାଳ ହେଉ ଅବା ଅପରାହ୍ନ ଚିଲିକାରାଣୀର ବକ୍ଷରେ ବିଦେଶୀ ପକ୍ଷୀଙ୍କ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.