ETV Bharat / state

Nandankanan Zoo: ବୁଧବାର ନନ୍ଦନକାନନରେ ଉଦଘାଟନ ହେବ 3ଟି ପ୍ରକଳ୍ପ - Various projects will be inaugurated

ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି 3 ଟି ଟାୱାର ବ୍ଲକ୍ (G + 2) ରେ 6 ଟି ଫରେଷ୍ଟର କ୍ବାର୍ଟର୍ସ । 12ଟି ଫରେଷ୍ଟ ଗାର୍ଡ କ୍ବାର୍ଟର୍ସ । ପ୍ରି ପ୍ରାଇମେଟ ଏନକ୍ଲୋଜର କମ୍ପ୍ଲେକ୍ସ । MLCPରେ ଲିଲି ପୋଖରୀର ସୌନ୍ଦର୍ଯ୍ୟକରଣ ଏହା ସହ ୱାଟ୍ସଆପ ଆଧାରରେ ଟିକେଟ ବୁକିଂର ସୁବିଧା ଆଦି ପ୍ରକଳ୍ପ ରହିଛି । ଅଧିକ ପଢନ୍ତୁ

Nandankanan Zoo: ବୁଧବାର ନନ୍ଦନକାନନରେ ଉଦଘାଟନ ହେବ 3ଟି ପ୍ରକଳ୍ପ

author img

By ETV Bharat Odisha Team

Published : Oct 17, 2023, 10:55 PM IST

ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) ନନ୍ଦନକାନନରେ ଉଦଘାଟନ ହେବ 3ଟି ପ୍ରକଳ୍ପ । ଶୁଭାରମ୍ଭ ହେବ ୱାଟଆପରେ ଟିକେଟ ଵୁକିଂ ବ୍ୟବସ୍ଥା । ନନ୍ଦନକାନନକୁ ରାଜ୍ୟ ସରକାରଙ୍କ ବିଶ୍ଵସ୍ତରୀୟ କରିବା ଲକ୍ଷ୍ୟ ରହିଥିବା ବେଳେ ନନ୍ଦନକାନନ ମଧ୍ୟରେ କରାଯାଉଛି ଅନେକ ପ୍ରକଳ୍ପ । ସେଥିରୁ ଆସନ୍ତାକାଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କିଛି ପ୍ରକଳ୍ପ ଉଦଘାଟନ କରିବେ ।

ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି 3 ଟି ଟାୱାର ବ୍ଲକ୍ (G + 2) ରେ 6 ଟି ଫରେଷ୍ଟର କ୍ବାର୍ଟର୍ସ। 12 ଟି ଫରେଷ୍ଟ ଗାର୍ଡ କ୍ବାର୍ଟର୍ସ। ପ୍ରି ପ୍ରାଇମେଟ ଏନକ୍ଲୋଜର କମ୍ପ୍ଲେକ୍ସ । MLCP ରେ ଲିଲି ପୋଖରୀର ସୌନ୍ଦର୍ଯ୍ୟକରଣ ଏହା ସହ ୱାଟ୍ସଆପ ଆଧାରରେ ଟିକେଟ ବୁକିଂର ସୁବିଧା ଆଦି ପ୍ରକଳ୍ପ ରହିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ନୂଆ ଅତିଥି । ନନ୍ଦନକାନନକୁ ଆସିଛନ୍ତି ୪ଟି ଓଟପକ୍ଷୀ । ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଆସିଲା 4ଟି ଓଟପକ୍ଷୀ ଆସିଛି । ନନ୍ଦନକାନନରେ ଓଟପକ୍ଷୀ ମାତ୍ର ୨ଟି ରହିଥିଲା । ବର୍ତ୍ତମାନ ପ୍ରଜନନ କରି ଏମାନଙ୍କର ବଂଶକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ଅଧିକ ପଢନ୍ତୁ- Nandankanan: ଏକମାସ ମଧ୍ୟରେ ଚାଲିବ ରୋପୱେ ସେବା

ଅନ୍ୟପଟେ ଗତ କିଛି ଦିନ ତଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମଧ୍ୟ ଆସିଥିଲେ ମିଜୋରାମ ସ୍ଥିତ ଆଇଜୱ।ଲ ଚିଡିଆଖାନାରୁ ଜୀବଜନ୍ତୁ । ଅଦଳବଦଳ ପ୍ରକ୍ରିୟାରେ ଅଣାଯାଇଥିଲା ୫ ଜୀବଜନ୍ତୁ । ସେଠାରୁ ଆସିଥିବା ପ୍ରାଣୀଙ୍କ ମଧ୍ୟରେ ଅଛନ୍ତି ଏକ ହଳ ହୁଲକ ଗିବନ, ଏକ ମାଈ ହିମାଳୟ କଳା ଭାଲୁ ଓ ଏକ ହଳ ଘୁସୁରି ଲାଞ୍ଜ ମାଙ୍କଡ଼। ହୁଲକ ଗିବନ ମଧ୍ୟରେ ଅଣ୍ଡିରାଟିର ନାମ କୁକୁଟି ଯାହାର ବୟସ ୪ ବର୍ଷ ଓ ମାଈଟିର ନାମ ସାଲବିନି ଯାହାର ବୟସ ୧୩ ବର୍ଷ । ମାଈ ହିମାଳୟ କଳା ଭାଲୁର ନାମ ଦାୱି ବୟସ ୧୧ ବର୍ଷ ଓ ଘୁଷୁରି ଲାଞ୍ଜି ମାଙ୍କଡ ଯୋଡି। ଉପରୋକ୍ତ ପ୍ରାଣୀଙ୍କ ପ୍ରତି ବଦଳରେ ମାର୍ଚ୍ଚରେ ନନ୍ଦନକାନନରୁ ଏକ ହଳ ବାଘ ଦିଆଯାଇଥିଲା । ଏପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ରହିଛନ୍ତି ୧୬୩ ପ୍ରଜାତିକୁ ବୃଦ୍ଧି ପାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.