ETV Bharat / state

Utkal University Result 2023: ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶିତ

author img

By

Published : Jun 26, 2023, 10:33 PM IST

ଉତ୍କଳ ବିଶ୍ଵବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇଛି। ନିୟମିତ ଓ ବ୍ୟାକ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି । ପରୀକ୍ଷାଫଳ ପ୍ରକାଶନ ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ ଛାତ୍ର ଛାତ୍ରୀମାନେ https://cbcs19.uuems.in/CBCS_Result/ ୱେବସାଇଟରେ ଜାଣିପାରିବେ। ବିଭିନ୍ନ ବିଭାଗରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ଅଧିକ ପଢନ୍ତୁ

Utkal University Result 2023: ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶିତ
Utkal University Result 2023: ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ତିନି ଶେଷ ସେମିଷ୍ଟାର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ । ଉତ୍କଳ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇଛି ।

ଉତ୍କଳ ବିଶ୍ଵବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇଛି। ନିୟମିତ ଓ ବ୍ୟାକ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି । ପରୀକ୍ଷାଫଳ ପ୍ରକାଶନ ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ ଛାତ୍ର ଛାତ୍ରୀମାନେ https://cbcs19.uuems.in/CBCS_Result/ ୱେବସାଇଟରେ ଜାଣିପାରିବେ। ବିଭିନ୍ନ ବିଭାଗରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ସୂଚନା ଦେଇଛନ୍ତି । ଏପଟେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ କଳା ଅନର୍ସରେ ୨୫ ହଜାର ୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ହଜାର ୫୦୪ ଜଣ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ୨୦୧୭ ଜଣ ଫେଲ ହୋଇଛନ୍ତି। ଚଳିତ ବର୍ଷ କଳା ଅନର୍ସରେ ପାସ ହାର ରହିଛି ୯୦.୫୯ ପ୍ରତିଶତ।

ସେହିପରି ବିଜ୍ଞାନ ବିଭାଗର ଅନର୍ସରେ ୧୩ ହଜାର ୬୦୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୧୧ ହଜାର ୬୦୫ ଜଣ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ୫୭୨ ଜଣ ଫେଲ ହୋଇଛନ୍ତି। ବିଜ୍ଞାନ ଅନର୍ସରେ ପାସ ହାର ରହିଛି ୯୫.୩୦ ପ୍ରତିଶତ ।

ଅନ୍ୟପଟେ ବାଣିଜ୍ୟ ବିଭାଗର ଅନର୍ସରେ ୪ ହଜାର ୧୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥି ମଧ୍ୟରୁ ୩ ହଜାର ୧୬୬ ଜଣ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ୩୮୦ ଜଣ ଫେଲ ହୋଇଛନ୍ତି। ତେବେ ବାଣୀଜ୍ୟ ରେ ପାସ ହାର ରହିଛି ୮୯.୨୮ ପ୍ରତିଶତ । ତେବେ ଅନର୍ସ ଏବଂ ଜେନେରାଲ ବିଭାଗକୁ ମିଶାଇ କଳାରେ ୯୦.୬୨ ପ୍ରତିଶତ, ବିଜ୍ଞାନରେ ୯୫.୨୬ ପ୍ରତିଶତ ଏବଂ ବାଣିଜ୍ୟରେ ୮୯.୨୯ ପ୍ରତିଶତ ପିଲା ପାସ କରିଛନ୍ତି। କଳା ବିଭାଗର କଣାସର ଧରଣୀଧର କଲେଜର ଭୂଗୋଳ ରେ ସ୍ନେହାଞ୍ଜଳି ଭୂଜବଳ ଶୀର୍ଷ ସ୍ଥାନରେ ରହିଥିବା ବେଳେ ବିଜ୍ଞାନରେ ଗଙ୍ଗପଡାର ଯୁପିଟର କଲେଜର ପ୍ରିୟଙ୍କା ଜେନା କେମେଷ୍ଟ୍ରିରେ ଶୀର୍ଷରେ ରହିଛନ୍ତି। ସେହିଭଳି ଭାବରେ ବାଣିଜ୍ୟରେ ଡିଏଭି ସ୍କୁଲ ଅଫ ବିଯିନେଶ ମ୍ୟାନେଜମେଣ୍ଟର ଅର୍ଚ୍ଚିତା ମହାପାତ୍ର ଶୀର୍ଷରେ ରହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.