ETV Bharat / state

ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ ଉତ୍ତେଜନା, ମୁହାଁମୁହିଁ ଦୁଇ ପ୍ରଯୋଜକ ଗୋଷ୍ଠୀ - ୟୁସିସିରେ ଅନିୟମିତତା

ଚଳଚ୍ଚିତ୍ର ପ୍ରଯୋଜକ ସଂଘର ସାମ୍ବାଦିକ ସମ୍ମିଳନୀରେ ଟୁଟୁ ନାୟକ ୟୁସିସିରେ ଅନିୟମିତତା କରିଥିବା ଅଭିଯୋଗ । ମୁହାଁମୁହିଁ ପ୍ରଯୋଜକ ଗୋଷ୍ଠୀ । ଅଧିକ ପଢନ୍ତୁ

utkal cine chamber of commerce two groups face up

author img

By

Published : Jul 29, 2023, 12:50 PM IST

Updated : Jul 30, 2023, 6:25 AM IST

utkal cine chamber of commerce two groups face up

ଭୁବନେଶ୍ବର: ଓଡିଆ ସିନେ ଜଗତକୁ ସତେ ଯେମିତି ଲାଗିଯାଇଛି କାହାର କଳା ନଜର । ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ ଉତ୍ତେଜନା ଦେଖାଦେଇଛି । ଚଳଚ୍ଚିତ୍ର ପ୍ରଯୋଜକ ସଂଘର ସାମ୍ବାଦିକ ସମ୍ମିଳନୀରେ ଟୁଟୁ ନାୟକ ୟୁସିସିରେ ଅନିୟମିତତା କରିଥିବା ଅଭିଯୋଗ ହେବା ପରେ ମୁହାଁମୁହିଁ ହୋଇଥିଲେ ପ୍ରଯୋଜକ ଗୋଷ୍ଠୀ । ପୋଲିସ ଉପସ୍ଥିତିରେ ଵି ଥମିନଥିଲା ଉତ୍ତେଜନା ।

ଟୁଟୁ ନାୟକଙ୍କ ସମର୍ଥକ ହୋହଲ୍ଲା କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ । ସାମ୍ବାଦିକ ସମ୍ମିଳନୀ ହେଉଥିବା ହୋଟେଲରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ପୋଲିସ ଉପସ୍ଥିତିରେ ଵି ଥମିନଥିଲା ଗଣ୍ଡଗୋଳ । ଶେଷରେ ଘଟଣା ସହିଦନଗର ଥାନାରେ ପହଞ୍ଚି ଥିଲା । ଉଭୟ ଦଳ ଥାନାରେ ଉପସ୍ଥିତ ଥିବା ସମୟରେ ବି ଥମିନଥିଲା ଯୁକ୍ତିତର୍କ ।

ପରେ ଘଟଣାରେ ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଥମିଥିଲା ଯୁକ୍ତିତର୍କରେ ଝଡ । ଉଭୟ ପକ୍ଷ ଥାନାରେ ଅଣ୍ଡର ଟେକିଂ ଲେଖିଥିଲେ। ଯେହେତୁ ଘଟଣାଟି କୋର୍ଟରେ ରହିଛି ତେଣୁ ଏହା କୋର୍ଟରେ ସମାଧାନ ହେବ । ସେଥିପାଇଁ ପୋଲିସ ଉଭୟଙ୍କୁ ବୁଝାସୁଝା କରି ପଠାଇଥିବା ବେଳେ ଆପୋଷ ବୁଝାମଣାରେ ସମାଧାନ ପାଇଁ ପରାମର୍ଶ ଦେବାରୁ ଉଭୟ ପକ୍ଷ ଥାନାରୁ ଯାଇଥିଲେ । ଏହି ସମୟରେ ଥାନାରୁ ବାହାରି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ଉଭୟ ପକ୍ଷ ।

ଏହି ଘଟଣାରେ ଟୁଟୁ ନାୟକ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଘର କଳି ଘର ରହିବାକୁ ଦିଅନ୍ତୁ ଆମେ ଏହାର ସମାଧାନ କରିବୁ । ଯଦି ଏହା ଘର କଳି ତାହାଲେ କୋର୍ଟର ନିର୍ଦେଶ କ୍ରମେ ଜଣେ ସାମ୍ୱାଦିକ ସମ୍ମିଳନୀ କରି ନିଜର ପକ୍ଷ ରଖୁଥିବା ବେଳେ ଅନ୍ୟ ଦଳ କେଉଁ ସାହସରେ ସେଠାରେ ପଶି ଯୁକ୍ତି ତର୍କ ଓ ଗଣ୍ଡଗୋଳ କରିଛନ୍ତି ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଆ ସିନେମାର ଦୂରଦିନରେ ଏଭଳି ଦୃଶ୍ୟକୁ ଚାରିଆଡୁ ନିନ୍ଦା କରାଯାଉଛି ।

ତେବେ କିଛି ଦିନ ତଳେ ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସରେ କୋଟିକୋଟି ଟଙ୍କାର ଜାଲିଆତି ହୋଇଥିବା କଟକ ପୁରୀଘାଟ ଥାନାରେ ଏତଲା ଦିଆଯାଇଥିଲା । ବରିଷ୍ଠ ପ୍ରଯୋଜକ ସଞ୍ଜୟ ନାୟକଙ୍କ ସମେତ ଅନ୍ୟ କିଛି ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ଥାନାରେ ଅଭିଯୋଗ କରିଥିଲେ । ତେବେ ପୁରୀଘାଟ ଥାନା ପୋଲିସ ଏତଲାକୁ ଗ୍ରହଣ କରିବା ସହ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ଜୋର ଜବରଦସ୍ତ କରି ବାଇ ଲ' ନିୟମ ଉଲ୍ଲଙ୍ଘନ କରି ଜଣଙ୍କ ଠାରୁ ୫୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଯୋଜକ ସଂଘର ସାମ୍ବାଦିକ ସମ୍ମିଳନୀ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସରେ ଜାଲିଆତି ! ଥାନାରେ ମାମଲା ଦେଲେ ସଞ୍ଜୟ ନାୟକ

ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ସଂଘର ସଦସ୍ୟ ବସନ୍ତ ନାୟକଙ୍କ ପୁଅ ଟୁଟୁ ନାୟକ ବିଶୃଙ୍ଖଳତି ଆଚରଣରେ ସଂଘକୁ ନିଜ ମନ ମୁତାବକ ଚଲାଉ ଥିଲେ ବୋଲି ଅଭିଯୋଗ ଆଣିଥିଲେ । ଏହାସହ କୌଣସି କଥା ନ ବୁଝି ୟୁସିସିର ନିର୍ବାଚନ ସଠିକ ଢଙ୍ଗରେ ନୁହେଁ ବରଂ ବେଆଇନ ଭାବରେ ନିର୍ବାଚନ ହୋଇଛି ବୋଲି ଟୁଟୁ ନାୟକ କୋର୍ଟରେ ମାମଲା କରିଛନ୍ତି ବୋଲି କହିଥିଲେ । ଯାହା ଆଦୌ ଠିକ ନୁହେଁ । କୋର୍ଟଙ୍କୁ ସମ୍ମାନ ଜଣାଇ ଆମେ ଆମର ପକ୍ଷ ରଖିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀ କରିଛୁ । ପଇସା ଖାଇଦେବା କଥା ଭୁଲ । ଜୀବନ ଜୀବିକା ସୁରକ୍ଷାକୁ ନେଇ ଆମେ ୫୦ ହଜାର ସଂଘର ମେମ୍ବର ଗୋଟିଏ ଥର ପାଇଁ ପୈଠ କରିଛୁ । ଆଉ ସଦସ୍ୟଙ୍କ ଅସୁବିଧାର ସହଯୋଗ ପାଇଁ ପୈଠ କରୁଛୁ । ଯାହାର ଆମେ ତଥ୍ୟ ସହ କୋର୍ଟକୁ ଦେଖାଇବୁ ।

ଅପର ପକ୍ଷେ ଟୁଟୁ ନାୟକଙ୍କ କହିବା ଅନୁଯାୟୀ ୟୁସିସି ସଂଘ ଥିବା ବେଳେ ଓଡିଶା ପଯୋଜକ ସଂଘ ଟଙ୍କା ଆଦାୟ କରୁଛି । ଏହାସହ ଟୁଟୁ ନାୟକଙ୍କ ସମର୍ଥକଙ୍କ ଅଭିଯୋଗ ଅନୁଯାୟୀ UCC କୌଣସି ପ୍ରକାରର ନିର୍ବାଚନ ହୋଇନି । କିପରି ଜଣେ ସଭାପତି ଓ ସମ୍ପାଦକ ନିର୍ବାଚିତ ହେଲେ ତାହା କାହାକୁ ଜଣାନାହିଁ ବୋଲି ଏହାକୁ ନେଇ କିଛି ସମୟ ପାଇଁ ସଭା ଗୃହରେ ଚାପା ଉତ୍ତେଜନା ଦେଖା ଯାଇଥିଲା ବୋଲି କହିଛନ୍ତି ଟୁଟୁ ନାୟକ ।

ସାମ୍ବାଦିକ ସମ୍ମିଳନୀ ମୁତାବକ, ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଏକ ଶୃଙ୍ଖଳିତ ସଂଘ ଓ ଏକ ପରିବାରର ସଦୃଶ । ଯେଉଁଥିରେ ପ୍ରାୟ ୧ ଶହରୁ ଉର୍ଦ୍ଧ୍ବ ସିନେ ପ୍ରଯୋଜକ ଉପସ୍ଥିତ ଥିଲେ । ଏହି କନଫରେନ୍ସର ଉଦ୍ଦେଶ୍ୟ ଥିଲା କିଛି ସଦସ୍ୟ ନିଜର କିଛି ସ୍ବାର୍ଥ ପାଇଁ ସଂଘକୁ ନ ପଚାରି, ଅନୁମତି ନ ନେଇ ଗଣମାଧ୍ୟମ ସମ୍ମୁଖରେ କିଛି ଭୁଲ ତଥ୍ୟ ଦେଇ ସଂଘକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ସଂଘ ସମସ୍ତ ଗଣମାଧ୍ୟମକୁ ଅନୁରୋଧ କରୁଛି ପ୍ରମାଣ ନଥାଇ ସେଇ ଭଳି ବ୍ୟକ୍ତିଙ୍କୁ ସହଯୋଗ କରନ୍ତୁ ନାହିଁ କି ପ୍ରମାଣ ବିହୀନ ଖବର ପରିବେଷଣ କରନ୍ତୁ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ।

ସଂଘର ସୂଚନା ମୁତାବକ, ପ୍ରଯୋଜକ ସଂଘର ଆଜୀବନ ସଦସ୍ୟ ହେବା ପାଇଁ 500 ଟଙ୍କାରୁ ଆରମ୍ଭ କରି ଆବଶ୍ୟକତା ଅନୁଯାୟୀ ଏବେ ୫୦,୦୦୦ ଟଙ୍କା ନିଆ ଯାଉଛି । ଏହା ଜେନେରାଲ ବଡିରେ ଗ୍ରହଣ ହୋଇସାରିଛି । ବାର୍ଷିକ ଡେଭଲପମେଣ୍ଟ ଫିସ୍ 500 ଟଙ୍କା ରହିଛି। ତେଣୁ ଅଭିଯୋଗ ଅନୁଯାୟୀ ୩ କୋଟିର ହେରଫେର ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢା କଥା । ଆମେ ଜାଣିବାକୁ ଚାହୁଁଛୁ କେମିତି କେଉଁ ବାଟରେ ତିନି କୋଟି ସଂଘ ରୋଜଗାର କଲା । ଏହା ଏକ ହାସ୍ୟାସ୍ପଦ କଥା, ଯାହା ଉଚ୍ଚ ନ୍ୟାୟାଳୟରେ ବିଚାରାଧିନ ଅଛି ଓ ସମସ୍ତ ଦସ୍ତାବିଜ ଆମେ ନ୍ୟାୟାଳୟରେ ଦାଖଲ କରିଛୁ । ରସିଦ ବହିରେ କେବଳ ବାର୍ଷିକ ଚାନ୍ଦା ନଗଦ ଟଙ୍କା ଆକାରରେ ଆଦାୟ କରାଯାଏ। ଯଦି କେହି ସଦସ୍ୟ କୋଟି କୋଟି ଟଙ୍କା ବେହେରା ବାବୁଙ୍କ ଖାତାରେ ଜମା କରିଛନ୍ତି ପ୍ରମାଣ ସହ କୁହନ୍ତୁ । ୟୁସିସିସି ତୁରନ୍ତ ପଦକ୍ଷେପ ନେବୁ । ସଂଘର ନିର୍ବାଚନ ପ୍ରତିବର୍ଷ କରାଯାଏ, ପ୍ରତିଦ୍ବନ୍ଦୀ କେହି ରୁହନ୍ତି ନାହିଁ ଯାହା ଫଳରେ ଆମେ ପୂର୍ବ ପଦପଦବୀକୁ ଜାରି ରଖୁ । ଏହି ବର୍ଷ ସଂଘର ନିର୍ବାଚନ ସବୁଦିଗକୁ ନଜର କରି ସବୁ ନିୟମକୁ ପାଳନ କରି, ରାଜ୍ୟ ପୋଲିସଙ୍କ ସହାୟତାରେ ସୁଚାରୁ ରୂପେ ସଂପୂର୍ଣ୍ଣ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 30, 2023, 6:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.