ETV Bharat / state

ଚିଲିକାରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Jan 22, 2020, 11:24 AM IST

ଚିଲିକା କୂଳରେ ନିଖୋଜ ଯୁବକର ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

unknown-deadbody-rescue-in-chilika-lake
ଚିଲିକା କୂଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ନିଖୋଜ ଯୁବକର ମୃତଦେହ ଉଦ୍ଧାର । ବାଲୁଗାଁ ଚିଲିକା କୂଳ ଜେଟିରେ ନିଖୋଜ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଚିଲିକା କୂଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ ବାଣପୁର ବ୍ଲକ ପାରିକୁଦଥାନା ଅନ୍ତର୍ଗତ ବିଷ୍ଣୁଡିହ ଗ୍ରାମର 22 ବର୍ଷିୟ ସୁକେଶ ସାହୁ 22 ବୋଲି ଜଣାପଡିଛି । ଗତ ୨୦ ତାରିଖରୁ ଯୁବକ ଜଣକ ନିଖୋଜ ରହିଥିବାବେଳେ ପରିବାର ତରଫରୁ ଗତକାଲି ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଚିଲିକାରେ ଫିଙ୍ଗି ଦେଇଛି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଚିଲିକା କୂଳରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

Body:ଖୋର୍ଦ୍ଧା : ବାଲୁଗାଁ ଚିଲିକା କୂଳ ଜେଟିରେ ନିଖୋଜ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତକ ଜଣକ ବାଣପୁର ବ୍ଲକ୍‌ର ବିଷ୍ଣୁଡିହ ଗ୍ରାମର ସୁକେଶ ସାହୁ ବୋଲି ଜଣାପଡିଛି। ଯୁବକଙ୍କର ବୟସ ୨୨ବର୍ଷ ବୋଲି ସୂଚନା ମିଳିଛି। ଚିଲିକା କୂଳରେ ଯୁବକର ଶବ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବାଲୁଗାଁ ପୋଲିସ୍‌କୁ ଖବର ଦେଇଥିଲେ। ତେବେ ଯୁବକଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ। ବାଲୁଗାଁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ଶବଟି ଚିଲିକାରେ ଭାସୁଥିବାରୁ ଏହା ତାଙ୍କର ତଦନ୍ତ ପରିସର ଭୁକ୍ତ ନୁହେଁ ବୋଲି କହିବା ସହିତ ଏହି ଘଟଣାର ତଦନ୍ତ ପାରିକୁଦ ପୋଲିସ ଅଧୀନରେ ଆସୁଛି ବୋଲି କହିଥିଲେ। ତେବେ ବାଲୁଗାଁ ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଯୁବକଙ୍କର ପରିଚୟ ମିଳିପାରିଛି
ଗତ ୨୦ ତାରିଖରୁ ଯୁବକ ଜଣକ ନିଖୋଜ ରହିଥିବାବେଳେ ପରିବାର ତରଫରୁ ଗତକାଲି ପୋଲିସ୍‌ରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିବାର ଖବର ମିଳିଛି । ତେବେ ଏହି ଯୁବକ ଜଣକ କ’ଣ ପାଇଁ ଘର ଛାଡି ଚାଲି ଆସିଥିଲେ, ତାହା ଏକ ପ୍ରଶ୍ନ ହୋଇଥିବାବେଳେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଚିଲିକାରେ ଫିଙ୍ଗି ଦେଇଛି ତାହା ପୋଲିସ୍‌ ତଦନ୍ତ ପରେ ସ୍ପଷ୍ଟ ହେବ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.