ETV Bharat / state

NCERT ପୁସ୍ତକରୁ ଡାରୱିନ ଥିଓରୀ ବାଦ୍ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ପଚାରିଲେ କିଏ କହୁଛି ବାଦ୍ ପଡିଛି ? - ଡାରୱିନ ଥିଓରୀ ବାଦ୍ ପଡିବା ଘଟଣା

ଏନସିଇଆରଟି ପୁସ୍ତକରୁ ଡାରୱିନ ଥିଓରୀ ବାଦ୍ ପଡିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁବାଷ ସରକାର । ଅଧିକ ପଢନ୍ତୁ

NCERT ପୁସ୍ତକରୁ ଡାରୱିନ ଥିଓରୀ ବାଦ୍ ପ୍ରସଙ୍ଗ

author img

By

Published : Apr 26, 2023, 12:55 PM IST

Updated : Apr 26, 2023, 2:30 PM IST

ଡାରୱିନ ଥିଓରୀ ବାଦ୍ ପ୍ରସଙ୍ଗ

ଭୁବନେଶ୍ବର: ଏନସିଇଆରଟି ପାଠ୍ୟ ପୁସ୍ତକରୁ ଡାରୱିନ ଥିଓରୀ ବାଦ୍ ପଡିବା ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁବାଷ ସରକାର । କିଏ କହୁଛି ଡାରୱିନ ଥିଓରୀ ବାଦ୍ ପଡିଛି ବୋଲି ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ । ଏନସିଇଆରଟି ପକ୍ଷରୁ କରିକୁଲମ ଫ୍ରେମୱାର୍କ ପ୍ରସ୍ତୁତ ହୋଇ ସମସ୍ତ ରାଜ୍ୟକୁ ପଠାଯାଇଛି । ରାଜ୍ୟ ଗୁଡିକ ମତାମତ ଦେବା ପରେ ନିଷ୍ପତ୍ତି ନିଆଯିବ । ଆକଳନ କରି ଏଭଳି ବୟାନବାଜି କରିବା ଠିକ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ।

ପ୍ରକାଶଥାଉ କି, ନବମ ଓ ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟ ପୁସ୍ତକରୁ ଡାରୱିନ ଥିଓରୀ ବାଦ୍ ଦେବାକୁ NCERT ନିଷ୍ପତ୍ତି ନେଇଥିବା କୁହାଯାଇଥିଲା । ଏହାକୁ ନିନ୍ଦା କରି ଭାରତର ୧୮୦୦ରୁ ଅଧିକ ବୈଜ୍ଞାନିକ ଓ ଶିକ୍ଷାବିତ ଦସ୍ତଖତ କରି NCERTକୁ ଏକ ଖୋଲା ଚିଠି ଲେଖିଥିଲେ । ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ଦେଇ କିଏ କହୁଛି ବାଦ୍ ପଡିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ।

ଆଜିଠାରୁ ଜି-୨୦ ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଭୁବନେଶ୍ବରରେ ତିନି ଦିନବ୍ୟାପୀ ଆରମ୍ଭ ହୋଇଛି । ଏଥିରେ ଜି-୨୦ ଦେଶ ସମୂହ, ଆମନ୍ତ୍ରିତ ରାଷ୍ଟ୍ର ଏବଂ ଓଇସିଡ଼ି, ୟୁନେସ୍କୋ ଓ ୟୁନିସେଫ୍ ଭଳି ଅନ୍ତର୍ଜାତୀୟ ସଂଗଠନର ୬୩ ପ୍ରତିନିଧି ଯୋଗ ଦେଇଛନ୍ତି । ଆଜି ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଭବିଷ୍ୟତର କାର୍ଯ୍ୟ ଆଧାରିତ ଦକ୍ଷତା ଗଠନ ଏବଂ ଜୀବନବ୍ୟାପୀ ଜ୍ଞାନ ଆହରଣକୁ ପ୍ରୋତ୍ସାହନ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ପ୍ରତିନିଧି ଦେଇଛନ୍ତି ।

ଏହି ଆଲୋଚନା ଚକ୍ରରେ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକରେ ବିସ୍ତୃତ ଆଲୋଚନା ଲାଗି ସୁଯୋଗ ସୃଷ୍ଟି କରିବ । ଏଥିରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାର ବକ୍ତା ଭାବେ ଯୋଗ ଦେଇଛନ୍ତି । ଜାତୀୟ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ ପରିଷଦ (ଏନସିଭିଇଟି) ଅଧ୍ୟକ୍ଷ ଡ. ନିର୍ମଳଜିତ୍ ସିଂ କାଲସୀ ଦକ୍ଷତା ଗଠନ ଉପରେ ବିସ୍ତୃତ ଉପସ୍ଥାପନା ରଖିଛନ୍ତି । ସେହିଭଳି ଜାତୀୟ ଶିକ୍ଷା ପ୍ରଯୁକ୍ତି ମଞ୍ଚ (ଏନଇଟିଏଫ୍) ଅଧ୍ୟକ୍ଷ ଡ. ଅନିଲ ଡି ସହସ୍ରବୁଦ୍ଧେ ଜୀବନବ୍ୟାପୀ ଶିକ୍ଷା ଲାଗି ଡିଜିଟାଲ ପରିବ୍ୟବସ୍ଥା ଗଠନ ଉପରେ ସ୍ଵତନ୍ତ୍ର ଅଭିଭାଷଣ ରଖିଛନ୍ତି ।

ପ୍ରଥମ ଅଧିବେଶନରେ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କିତ ଶ୍ରମ ବଜାର ଏବଂ ଦକ୍ଷତା ବିକାଶ ନେଇ ଶିକ୍ଷାନୁଷ୍ଠାନକୁ ପ୍ରସ୍ତୁତ କରାଇବା ଉପରେ ଗୁରୁତ୍ଵ ଦିଆଯାଇଛି । ଉଚ୍ଚମାନର ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଉପରେ ଆଲୋଚନା ହୋଇଛି । ଏହି ଆଲୋଚନା ଚକ୍ରଗୁଡିକରେ ବକ୍ତା ଭାବେ ବ୍ରାଜିଲ, ସ୍ପେନ, ୟୁଏଇ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଋଷ୍, ଦକ୍ଷିଣ ଆଫ୍ରିକା, ମରିସସ, ଚୀନ, ବ୍ରିଟେନ, ୟୁନିସେଫ୍ ଏବଂ ଓଇସିଡି ପ୍ରତିନିଧି ରହିଛନ୍ତି । ସେହିପରି ୨୭ ଓ ୨୮ ଦୁଇ ଦିନ ଭୁବନେଶ୍ବରରେ ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ । ୨୮ ତାରିଖ ଦିନ ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଯିବେ । ସେହିଦିନ ବିଦାୟୀ ନୈଶ୍ୟଭୋଜି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 26, 2023, 2:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.