ETV Bharat / state

ବିଜେପି କାର୍ଯ୍ୟାଳୟରେ ସୀତାରମଣ, ଦୁଇଟି ଯୋଜନା ଉପରେ ଅର୍ଥମନ୍ତ୍ରୀଙ୍କ ଫୋକସ

author img

By

Published : Feb 17, 2023, 9:28 PM IST

ଦୁଇ ଦିିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଜେପି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଦୁଇ ଦିିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ
union minister Nirmala sitharaman visits odisha

ବିଜେପି କାର୍ଯ୍ୟାଳୟରେ ନିର୍ମଳା

ଭୁବନେଶ୍ବର: ଅମୃତ କାଳ ବଜେଟରେ ମହିଳାଙ୍କୁ ପାଇଁ ବହୁ ବ୍ୟବସ୍ଥା ରହିଛି । ସ୍ବୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବାକୁ ପ୍ରୟାସ କରାଯାଇଛି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଏପରି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟତଃ ଦୁଇଟି ଯୋଜନା ଉପରେ ଫୋକସ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହିଳା ସମ୍ମାନ ବଚତ ପତ୍ରରେ ୨ ବର୍ଷ ପାଇଁ ଟଙ୍କା ରଖିପାରିବେ ମହିଳା । ୭.୫ ପ୍ରତିଶତ ସୁଧରେ ଟଙ୍କା ରଖିପାରିବେ। ଏଥିସହ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନାରେ କାରିଗରଙ୍କୁ ପ୍ରୋତ୍ସାହନ ଦିଆଯିବ । ଯାହା ଫଳରେ ଓଡ଼ିଶାର କାରିଗରମାନେ ଲାଭବାନ ହେବେ ବୋଲି ଅର୍ଥମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, "ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସହାୟତା ନିଆଯିବ । ମହିଳାଙ୍କୁ ନେଇ ଛୋଟ ଛୋଟ ଗୋଷ୍ଠୀ ତିଆରି କରି ସେମାନଙ୍କୁ କର୍ମ ଯୋଗାଇଦିଆଯିବ । ଯାହା ଫଳରେ ଗ୍ରାମୀଣ ଅଞ୍ଚଳରେ ଥିବା ମହିଳାମାନେ ଲାଭବାନ ହେବେ । ମହିଳାଙ୍କୁ ଉନ୍ନତ ବଜାର ଯୋଗାଇ ଦିଆଯିବ । ସାରା ଦୁନିଆର ମାର୍କେଟରେ କିପରି ସେମାନଙ୍କ ସାମଗ୍ରୀ ପହଞ୍ଚି ପାରିବ ସେଥିଲାଗି ମୋଦି ସରକାର ପ୍ରୟାସ ଜାରି ରଖିଛନ୍ତି ।"

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଅମୃତ କାଳ ବଜେଟରେ ମହିଳାଙ୍କ ପାଇଁ ବିଶେଷ ବ୍ୟବସ୍ଥା ରହିଛି । ଦୁଇ ବର୍ଷ ଯାଏ ମହିଳା ସମ୍ମାନ ବଚତ ପତ୍ର ଯୋଜନା ଆଧାରରେ ୭.୫ ପ୍ରତିଶତ ସୁଧରେ ଟଙ୍କା ରଖିପାରିବେ । ଏହି ଅବଧି ସମୟରେ ମଧ୍ୟ ସେମାନେ ତାଙ୍କ ଟଙ୍କା ଉଠାଇ ପାରିବେ । କେନ୍ଦ୍ର ସରକାରଙ୍କ ଯୋଜନାରେ ସିଧାସଳଖ ଭାବେ ଓଡ଼ିଶାବାସୀ ଲାଭବାନ ହେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଅମୃତ କାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ: ଅର୍ଥମନ୍ତ୍ରୀ

ସୂଚନା ଥାଉକି, ଗୁରୁବାର ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗସ୍ତ ସମୟରେ ଭୁବନେଶ୍ବରରେ ଆୟୋଜିତ ବଜେଟ ପରବର୍ତ୍ତୀ ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ । ଏହା ପରେ ମନ୍ତ୍ରୀ ବିଜେପି କାର୍ଯ୍ୟାଳୟ ଗସ୍ତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ସେ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଜେପି କର୍ମୀ ଓ ଶତାଧିକ ମହିଳା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.