ETV Bharat / state

ମଉଳିଲା ମାଗଣା ଟିକା ଆଶା, ଆବଶ୍ୟକ ଅନୁଯାୟୀ ଟିକା କିଣିବାକୁ କହିଲେ କେନ୍ଦ୍ରମନ୍ତ୍ରୀ - ମାଗଣା ଟିକା ପ୍ରସଙ୍ଗ

ମାଗଣା ଟିକା ଯୋଗାଇବା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ରାଜ୍ୟର ଆବଶ୍ୟକତା ଅନୁଯାୟୀ ରାଜ୍ୟ ସରକାର ଟିକା କିଣି ଲୋକଙ୍କୁ ଦେଇପାରିବେ ବୋଲି ମନ୍ତ୍ରୀ ମାଣ୍ଡଭୀୟ କହିଛନ୍ତି । ଅଧିକ ପଢ଼ନ୍ତୁ

vaccine
vaccine
author img

By

Published : Jan 8, 2023, 1:01 PM IST

କେନ୍ଦ୍ରଠାରୁ ରାଜ୍ୟକୁ ମାଗଣା ଟିକା ମିଳିବା ଆଶା ମଉଳିଲା

ଭୁବନେଶ୍ବର: କେନ୍ଦ୍ରଠାରୁ ରାଜ୍ୟକୁ ମାଗଣା ଟିକା ମିଳିବା ଆଶା ମଉଳିଲା । ଏନେଇ ସ୍ପଷ୍ଟ ଭାବେ ସଙ୍କେତ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ରାଜ୍ୟରେ ଆବଶ୍ୟକ ଅନୁଯାୟୀ ଟିକା କିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, "କେନ୍ଦ୍ର ସରକାରଙ୍କ ପାଖରେ ଯେଉଁ ଟିକା ଉପଲବ୍ଧ ତାହା ସବୁ ରାଜ୍ୟ ସରକାରଙ୍କୁ ଉପଲବ୍ଧ କରାଯାଇଛି । ଏହାଛଡ଼ା ଘରୋଇ ହସ୍ପିଟାଲକୁ ବି ଟୀକାକରଣ ଲାଗି ଅନୁମତି ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ଟିକା ନେବାକୁ ଚାହାନ୍ତି, ଘରୋଇ ହସ୍ପିଟାଲକୁ ଯାଇ ମଧ୍ୟ ଟିକା ନେଇପାରିବେ ।"

ଏହା ମଧ୍ୟ ପଢ଼ନ୍ତୁ: AIIMS BBSR 4th Convocation: ଯୋଗଦେଲେ 3କେନ୍ଦ୍ରମନ୍ତ୍ରୀ, ମାଣ୍ଡବ୍ୟ କହିଲେ ସାକାର ହୋଇଛି ବାଜପେୟୀଙ୍କ ସ୍ୱପ୍ନ

ରାଜ୍ୟ ସରକାର ଯଦି ଟିକା କିଣିବାକୁ ଚାହୁଁଛନ୍ତି, ନିଜ ରାଜ୍ୟର ଆବଶ୍ୟକତା ହିସାବରେ ଟିକା କିଣି ଲୋକଙ୍କୁ ଦେଇପାରିବେ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ସୂଚନା ଅନୁଯାୟୀ, ରାଜ୍ୟରେ ଟିକା ନାହିଁ । କେନ୍ଦ୍ର ପକ୍ଷରୁ ମଧ୍ୟ ଟିକା ଦିଆଯାଇନାହିଁ । ସେପଟେ ବର୍ତ୍ତମାନ ସମୟରେ କୋରୋନାକୁ ନେଇ ବିଶ୍ୱରେ ସ୍ଥିତି ସଙ୍ଗୀନ । ଏହି ସମୟରେ ସମସ୍ତଙ୍କୁ ବୁଷ୍ଟର ଡୋଜ ଟିକା ନେବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । କାରଣ ଚତୁର୍ଥ ଲହର ଆସିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ତାଳଚେରର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ବିଧାୟକ

ଏନେଇ ରାଜ୍ୟ ସରକାର ମଧ୍ୟ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି ଟିକାକୁ ନେଇ ଅବଗତ କରାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ରରୁ ଚିଠିର କୌଣସି ଉତ୍ତର ଆସିନାହିଁ । ତେବେ ରାଜ୍ୟରେ ଆହୁରି ୬୦ ପ୍ରତିଶତ ଲୋକେ ବୁଷ୍ଟର ଡୋଜ ନେବା ଲାଗି ଅପେକ୍ଷାରେ ରହିଛନ୍ତି । ତେଣୁ ଏତେ ସଂଖ୍ୟାରେ ଟିକା ନ ନେଇଥିବା ବେଳେ ଚିନ୍ତାର କାରଣ ପାଲଟିଛି । ଖୁବଶୀଘ୍ର ଟିକା ନେବା ଲାଗି ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଚତୁର୍ଥ ଲହର ଆସିବା ପୂର୍ବରୁ ରାଜ୍ୟରେ ସମସ୍ତେ ସମ୍ପୂର୍ଣ୍ଣ ଟିକା ନେବାକୁ କୁହାଯାଇଛି । ଆସନ୍ତା ମାର୍ଚ୍ଚ ମାସରେ ଚତୁର୍ଥ ଲହରୀ ଆସିବା ନେଇ ଆଶଙ୍କା କରାଯାଇଛି । ରାଜ୍ୟରେ ଶତକଡା 90 ପ୍ରତିଶତ ଲୋକ ଦୁଇଟି ଡୋଜ ଟିକା ନେଇଛନ୍ତି । 40 ପ୍ରତିଶତ ପ୍ରିକସନ ଡୋଜ ନେଇଛନ୍ତି । କୋରୋନା ସଂକ୍ରମଣ ପାଇଁ ହସ୍ପିଟାଲ ପ୍ରସ୍ତୁତ ରହିଛି । ଦୁଇଟି ଟିକା ନେଇଥିଲେ ନାଜାଲ ଟିକା ନେଇପାରିବ । ତୃତୀୟ ଡୋଜ ଟିକା ନେଉଥିବା ଲୋକଙ୍କୁ ନାଜାଲ ଟିକା ମନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.