ETV Bharat / state

ଧର୍ମେନ୍ଦ୍ର ଯେଉଁଠି ଛିଡା ହେଲେ ଜିତିବେ, ସମ୍ବଲପୁର ସବୁଠୁ ସୁରକ୍ଷିତ: ବିଧାୟକ ସୁବାସ

author img

By ETV Bharat Odisha Team

Published : Oct 13, 2023, 7:44 PM IST

ଆଉ ପରୋକ୍ଷ ନୁହେଁ, ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ମନ ବଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟସଭାକୁ ମନୋନୀତ ହେବା ଅପେକ୍ଷା ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ବିଜେପିର ଏହି ବରିଷ୍ଠ ନେତା । ଏହା ସହ ସେ ଓଡିଶାରୁ ନିର୍ବାଚନ ଲଢ଼ିବେ ବୋଲି ଜାତୀୟ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ଏହା କହିବା ପରେ ସେ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇ ସାରିଛି । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ଯେଉଁଠି ଛିଡା ହେଲେ ଜିତିବେ, ସମ୍ବଲପୁର ସବୁଠୁ ସୁରକ୍ଷିତ: ସୁବାସ

ଭୁବନେଶ୍ବର: ଓଡିଶାର ବିକାଶ ପୁରୁଷ ଭାବେ ଓଡିଶାବାସୀ ଧର୍ମେନ୍ଦ୍ରଙ୍କୁ ଚାହୁଁଛନ୍ତି । ତେଣୁ ଧର୍ମେନ୍ଦ୍ର ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢନ୍ତୁ । ଧର୍ମେନ୍ଦ୍ରଙ୍କ ପ୍ରଭାବରେ ବିଜେପି ପଶ୍ଚିମ ଓଡିଶାର ଅଧିକାଂଶ ଆସନ ଜିତି ପାରିବ । ରାଜ୍ୟର ଯେକୌଣସି ଆସନରୁ ଧର୍ମେନ୍ଦ୍ର ଜିତିପାରିବେ । ହେଲେ ଧର୍ମେନ୍ଦ୍ରଙ୍କ ଲାଗି ସମ୍ବଲପୁର ଆସନ ସବୁଠାରୁ ସୁରକ୍ଷିତ । ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ।

ଅଧିକ ପଢନ୍ତୁ- ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛି, ଦଳକୁ ଅନୁରୋଧ କରିଛି: ଧର୍ମେନ୍ଦ୍ର

ଆଉ ପରୋକ୍ଷ ନୁହେଁ, ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ମନ ବଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟସଭାକୁ ମନୋନୀତ ହେବା ଅପେକ୍ଷା ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ବିଜେପିର ଏହି ବରିଷ୍ଠ ନେତା । ଏହା ସହ ସେ ଓଡିଶାରୁ ନିର୍ବାଚନ ଲଢ଼ିବେ ବୋଲି ଜାତୀୟ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ଏହା କହିବା ପରେ ସେ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇ ସାରିଛି । କିନ୍ତୁ ଗତ କିଛି ବର୍ଷ ହେବ ଧର୍ମେନ୍ଦ୍ର ବରାବର ଓଡିଶା ଗସ୍ତରେ ଆସୁଛନ୍ତି । ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବିଶେଷ କରି ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲା ଉପରେ ଫୋକସ୍‌ କରୁଥିବା ଦେଖିବାକୁ ମିଳୁଛି । ତେଣୁ ଏହି ଦୁଇ ଆସନ ମଧ୍ୟରୁ କୌଣସି ଗୋଟିଏ ସ୍ଥାନରୁ ସେ ନିର୍ବାଚନ ଲଢ଼ିବା ନେଇ କୁହାଯାଉଛି ।

ଧର୍ମେନ୍ଦ୍ର କେଉଁ ଆସନରୁ ନିର୍ବାଚନ ଲଢ଼ିବେ ଏହାର ଚର୍ଚ୍ଚା ଭିତରେ ଦେବଗଡ଼ ବିଧାୟକ ଦେଇଛନ୍ତି ବଡ଼ ବୟାନ । ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି ଯେ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ କିମ୍ବା ସମ୍ବଲପୁର ଆସନରୁ ନିର୍ବାଚନ ଲଢ଼ିବା ନେଇ ଆଲୋଚନା ହେଉଛି । ଧର୍ମେନ୍ଦ୍ରଙ୍କ ପାଇଁ ସୁରକ୍ଷିତ ଆସନ ହେଉଛି ସମ୍ବଲପୁର । ସମ୍ବଲପୁରରେ ଯେ କେହି ବି ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ବି ଲଢ଼ିବେ, ସେ ସୁନିଶ୍ଚିତ ହାରିବେ । ତାଙ୍କର ବ୍ୟକ୍ତିତ୍ୱ ଆଉ ଲୋକପ୍ରିୟତା ଯୋଗୁଁ ସେ ପଶ୍ଚିମ ଓଡ଼ିଶାର ଯେକୌଣସି ଆସନରେ ଛିଡା ହେଲେ ଜିତିବେ । ଏହା ବି ଆମେ ଭାବୁଛୁ, ଓଡ଼ିଶାରେ ସେ ଯେଉଁଠି ବି ଛିଡା ହେଲେ ଜିତିବେ । ଯେତେବେଳେ ଦେବଗଡ଼ ଲୋକସଭା ସିଟ ଥିଲା, ସେତେବେଳେ ସେ ସେଠାରୁ ଲଢ଼ି ଜିତିଥିଲେ । ତାଙ୍କ ବାପା ଦେବେନ୍ଦ୍ର ପ୍ରଧାନ ମଧ୍ୟ ଜିତିଥିଲେ । ବହୁତ କିଛି କାମ ମଧ୍ୟ ସେ ସମୟରେ ହୋଇଛି । ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼, କୁଚିଣ୍ଡାର ବହୁତ କାମ ହୋଇଛି ।

ଅଧିକ ପଢନ୍ତୁ- General Elections: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର !

ଢେଙ୍କାନାଳ ମଧ୍ୟ ଧର୍ମେନ୍ଦ୍ରଙ୍କ ପାଇଁ ସୁରକ୍ଷିତ ଆସନ । ସେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ଯେଉଁଠୁ ବି ଛିଡା ହେଲେ ଜିତିବେ । ଆମେ ଚାହୁଁଛୁ ସମ୍ବଲପୁର ଆସନରୁ ଧର୍ମେନ୍ଦ୍ର ଛିଡା ହୁଅନ୍ତୁ । ଆମେ ମାନେ ତାଙ୍କୁ ଗ୍ରୀନ ସିଗନାଲ ଦେଉଛୁ । ଧର୍ମେନ୍ଦ୍ର ସମ୍ବଲପୁରରୁ ନିର୍ବାଚନ ଲଢ଼ିଲେ ବିଜେପି ପଶ୍ଚିମ ଓଡିଶାରୁ ଅଧିକାଂଶ ସିଟ ଜିତିବ । ଉଭୟ ଲୋକସଭା ଓ ବିଧାନସଭାର ଅଧିକାଂଶ ଆସନ ବିଜେପିକୁ ଆସିବ । ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଛିଡା ହେଲେ ତାଙ୍କ ବିରୋଧରେ ଯିଏ ଲଢ଼ିଲେ ବି ହାରିବେ । ଓଡିଶାର ବିକାଶ ପୁରୁଷ ଭାବେ ଓଡିଶା ବାସୀ ତାଙ୍କୁ ଚାହୁଁଛନ୍ତି । ତେଣୁ ସେ ପଶ୍ଚିମ ଓଡିଶାରୁ ଛିଡା ହେଲେ ସୁନିଶ୍ଚିତ ଜିତିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.