ETV Bharat / state

Rozgar Mela: ଷଷ୍ଠ ପର୍ଯ୍ୟାୟରେ ୩୦୩ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

author img

By

Published : Jun 13, 2023, 3:24 PM IST

Updated : Jun 13, 2023, 3:36 PM IST

ଭୁବନେଶ୍ବର ରେଳ ଅଡିଟୋରିୟମରେ ଆୟୋଜିତ ହୋଇଛି କେନ୍ଦ୍ର ସରକାରଙ୍କ ଷଷ୍ଠ ପର୍ଯ୍ୟାୟ ରୋଜଗାର ମେଳା । ଏହି ଅବସରରେ ଓଡ଼ିଶାରେ ୩୦୩ଜଣଙ୍କୁ ମିଳିଛି ରୋଜଗାର । ଅଧିକ ପଢନ୍ତୁ

Rozgar Mela
Rozgar Mela
Rozgar Mela: ଷଷ୍ଠ ପର୍ଯ୍ୟାୟରେ ୩୦୩ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଷଷ୍ଠ ରୋଜଗାର ମେଳାରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ସାରା ୪୩ଟି ସ୍ଥାନରେ ଦ୍ଵାରା ଆୟୋଜିତ ହୋଇଛି ରୋଜଗାର ମେଳା । ଭିଡିଓ କନଫରନେସିଂ ଜରିଆରେ ମୋଟ ୭୦ ହଜାର ୧୨୬ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 303 ଜଣ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

  • ସରକାରୀ ଚାକିରିର ନିଜସ୍ୱ ମାନ, ମର୍ଯ୍ୟାଦା ଓ ଦାୟିତ୍ୱ ଅଛି । ଆଜି ସରକାରୀ ଚାକିରି କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ସାମାଜିକ ଦୃଷ୍ଟିରୁ ମଧ୍ୟ ମର୍ଯ୍ୟାଦାଜନକ ହୋଇଛି । ସମାଜର ସାମୂହିକ ପ୍ରୟାସ ବଳରେ ଆଜି ନବନିଯୁକ୍ତ ଯୁବସାଥୀମାନେ ସେହି ମର୍ଯ୍ୟାଦାର ଅଧିକାରୀ ହେଲେ ଓ ତାଙ୍କ ଦାୟିତ୍ୱ ମଧ୍ୟ ବଢିଲା । ସେମାନେ ନିଜ ନିଜ ପଦବୀରେ ରହି… pic.twitter.com/X0jc9xzFzc

    — Dharmendra Pradhan (@dpradhanbjp) June 13, 2023 " class="align-text-top noRightClick twitterSection" data=" ">

ଭୁବନେଶ୍ବର ରେଳ ଅଡିଟୋରିୟମରେ ଆୟୋଜିତ ହୋଇଥିବା ରୋଜଗାର ମେଳାରେ ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ବ ବିଭାଗ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ଅଡିଟ୍ ଏବଂ ଆକାଉଣ୍ଟସ୍ ବିଭାଗ ଏବଂ ଗୃହ ମନ୍ତ୍ରଣାଳୟ ଆଦି ସମେତ ବିଭିନ୍ନ ବିଭାଗରେ ସରକାରୀ ସ୍ତରରେ ନିଯୁକ୍ତି ଦିଆଯାଇଛି । ରୋଜଗାର ମେଳାର ଷଷ୍ଠ ପର୍ଯ୍ୟାୟରେ ୩୦୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କରିଛନ୍ତି ।

ଏହା ବି ପଢନ୍ତୁ- ସରକାରୀ କର୍ମଚାରୀଙ୍କୁ ରଜ ଭେଟି; ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

  • ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ଷଷ୍ଠ ପର୍ଯ୍ୟାୟକୁ ଶୁଭାରମ୍ଭ କରିବା ସହ ୩୦୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କଲି । ରଥଯାତ୍ରାର ପବିତ୍ର ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି । pic.twitter.com/kqbvHXCdoK

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ସରକାରୀ ଚାକିରିର ନିଜସ୍ବ ମାନ, ମର୍ଯ୍ୟାଦା ଓ ଦାୟିତ୍ବ ଅଛି । ଆଜି ସରକାରୀ ଚାକିରି କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ସାମାଜିକ ଦୃଷ୍ଟିରୁ ମଧ୍ୟ ମର୍ଯ୍ୟାଦାଜନକ ହୋଇଛି । ଆଜି ପ୍ରଧାନମନ୍ତ୍ରୀଙ୍କଠାରୁ ୭ଠ ହଜାରରୁ ଅଧିକ ଯୁବକ ଯୁବତୀମାନେ ବିଭିନ୍ନ ସରକାରୀ ବିଭାଗରେ କାମ କରିବା ପାଇଁ ରୋଜଗାର ପତ୍ର ପାଇଛନ୍ତି । ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବର ଉପଲବ୍ଧି ।" ତେବେ ରଥଯାତ୍ରାର ପବିତ୍ର ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଦେଶକୁ ଆଗକୁ ନେବା ପାଇଁ ଓଡ଼ିଶାରେ ନିଯୁକ୍ତି ପାଉଥିବା ଯୁବବର୍ଗଙ୍କୁ ଓଡ଼ିଆ ଭାଷା ଶିଖିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ଓଡ଼ିଆ ବହୁତ ଭଲ ଭାଷା । ମଧୁର ଭାଷା । ଅନ୍ତତଃ ଏହାକୁ ଓଡ଼ିଶାରେ ନିଯୁକ୍ତ ପାଉଥିବା ଯୁବକ ଯୁବତୀମାନେ ଓଡ଼ିଆ ଶିଖିଲେ ନୂଆ ଭାଷା ଶିଖିଲେ ବୋଲି ଜାଣିବେ ସେ କହିଛନ୍ତି । ଦେଶରେ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭର କରିବା ପାଇଁ, ନିଜେ ସ୍ବାଭିମାନ ସହ ଆଗକୁ ବଢିବା ପାଇଁ ଭାରତ ସରକାରଙ୍କ ରୋଜଗାର ମାଧ୍ୟମରେ ଅଭିନବ ପ୍ରୟାସ କରିଛନ୍ତି । ଏହାସହ କେବଳ ପ୍ରତ୍ୟକ୍ଷ ନିଯୁକ୍ତି ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବିକାଶର କାମ କରୁଛନ୍ତି ମୋଦି ସରକାର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 13, 2023, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.