ETV Bharat / state

Dharmendra Attacks BJD: ମାଗଣା ଚାଉଳ ପ୍ରସଙ୍ଗରେ ବିଜେଡିକୁ ପୁଣି ଟାର୍ଗେଟ୍ କଲେ ଧର୍ମେନ୍ଦ୍ର - ବିଜେଡିକୁ ଶାଣିତ ଆକ୍ରମଣ କଲେ ଧର୍ମେନ୍ଦ୍ର ପ୍ରଧାନ

ଧର୍ମେନ୍ଦ୍ର କହିଛନ୍ତି, ‘‘ଓଡ଼ିଶାରେ 3 କୋଟି 25 ଲକ୍ଷ ଲୋକଙ୍କୁ ମାସିକ 5 କେଜି ଚାଉଳ ଦେବା ପାଇଁ ମୋଦି ନିଷ୍ପତ୍ତି ନେଲେ। ବର୍ଷକୁ 8 ହଜାର 400 କୋଟି ଖର୍ଚ୍ଚ ହେବ । ତାଲିକା ତିଆରି ଦାୟିତ୍ଵ ରାଜ୍ୟ ସରକାର ନେଉଥିଲେ । କିନ୍ତୁ କାହିଁକି କିଛି ଲୋକଙ୍କୁ ରାଜ୍ୟ ସରକାର ଛାଡ଼ିଦେଲେ । ଏବେ କହୁଛନ୍ତି 9 ଲକ୍ଷ ଲୋକଙ୍କୁ ଚାଉଳ ଦେବୁ । ଏମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି । ମୋଦିଙ୍କ ସହ ପ୍ରତିଯୋଗୀତା କରୁଛନ୍ତି ।" ଅଧିକ ପଢନ୍ତୁ

ବିଜେଡିକୁ ଶାଣିତ ଆକ୍ରମଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Jan 6, 2023, 10:51 PM IST

ଭୁବନେଶ୍ବର: ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଧାସଳଖ ଟାର୍ଗେଟ । ବିଜେପି ମିଶ୍ରଣ ପର୍ବରେ ବିଜଡ଼ିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟାର୍ଗେଟ । ପୁଣି ଥରେ ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲେ ଧର୍ମେନ୍ଦ୍ର । ପର ଘର ତିଅଣରେ ଅତିଥି ଚର୍ଚ୍ଚା କରିବାରେ ଏମାନେ (ବିଜେଡି) ପାରଙ୍ଗମ । ଆଗରୁ 95 ଭାଗ ଦାୟୀତ୍ୱ କେନ୍ଦ୍ର ସରକାର ନେଇଥିଲେ । 2 ଟଙ୍କା ଦେଇ ଶ୍ରେୟ ନେବାର ସରକାର ଇଏ । ଶ୍ରେୟ ନେଲେ ଆପତ୍ତି ନାହିଁ । ହେଲେ ଠିକ ଳୋକଙ୍କୁ ଚାଉଳ ଦିଅ ବୋଲି ବିଜେଡିକୁ ସମାଲୋଚନା କରି କହିଛନ୍ତି ଧର୍ମେନ୍ଦ୍ର ।

ଏହାବି ପଢନ୍ତୁ- ହନୁ ମଲାବେଳେ ସତ କହେ, ବିଜେଡି ମାନିଛି କେନ୍ଦ୍ର ଦେଉଥିଲା ଚାଉଳ : ଗୋଲକ ମହାପାତ୍ର

ଧର୍ମେନ୍ଦ୍ର କହିଛନ୍ତି, ‘‘ଓଡ଼ିଶାରେ 3 କୋଟି 25 ଲକ୍ଷ ଲୋକଙ୍କୁ ମାସିକ 5 କେଜି ଚାଉଳ ଦେବା ପାଇଁ ମୋଦି ନିଷ୍ପତ୍ତି ନେଲେ । ବର୍ଷକୁ 8 ହଜାର 400 କୋଟି ଖର୍ଚ୍ଚ ହେବ । ତାଲିକା ତିଆରି ଦାୟିତ୍ଵ ରାଜ୍ୟ ସରକାର ନେଉଥିଲେ। କିନ୍ତୁ କାହିଁକି କିଛି ଲୋକଙ୍କୁ ରାଜ୍ୟ ସରକାର ଛାଡ଼ିଦେଲେ। ଏବେ କହୁଛନ୍ତି 9 ଲକ୍ଷ ଲୋକଙ୍କୁ ଚାଉଳ ଦେବୁ। ଏମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି। ମୋଦି ସହ ପ୍ରତିଯୋଗୀତା କରୁଛନ୍ତି। ଭୋଟ ନଦେଲେ ଚାଉଲ ତାଲିକାରେ ନାଁ କଟିବ ଏ ହେଉଛି ସରକାରଙ୍କ ନୀତି। ରାଜ୍ୟ ସରକାର ଘୋଷଣା କରନ୍ତୁ ଠିକ ସମୟରେ ଠିକ ଲୋକଙ୍କୁ ବିନା ହେରଫେର ଆଉ ବିନା ବାଟମାରଣାରେ ଚାଉଳ ବାଣ୍ଟିବେ। ଘର ହେଉ କି ପିଇବା ପାଣି ସବୁ କେନ୍ଦ୍ରର ।’’

ସେହିପରି 5G ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ‘‘ହକି ବିଶ୍ଵକପ ଦ୍ଵିତୀୟ ଥର ପାଇଁ ଆୟୋଜନ ହେଉଛି। ଏହା ଗୌରବର ବିଷୟ। ମୁଖ୍ୟମନ୍ତ୍ରୀଙ୍କର ଫୋଟୋ ଟିକେ ଛପୁଛି, ଛପୁ ହେଲେ ଆମେ ଖୁସି ରାଜ୍ୟ ଆଉ ଦେଶର ସ୍ଵାଭିମାନ କଥା । ହେଲେ ଏଠି ନଇ ନଦେଖୁଣୁ ଲଙ୍ଗଳା । 5G ଉଦଘାଟନ ହେଳା ବେଳେ ହିଁ କହିଲେ ଆମର 4G ନାହିଁ । ଜଣେ ପଢା ଲେଖା ସାଂସଦ ସମାଲୋଚନା କଲେ। ବୋଧେ ତାଙ୍କ କାନ ପଟି ତଳେ ବନ୍ଧୁକ ରଖି କୁହାଗଲା ଆପଣ ଗାଳି ଦିଅନ୍ତୁ। କହିଲେ ଆମର 5T ଅଛି।’’

ଏହାବି ପଢନ୍ତୁ- ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟି ଋଣ, ଉପକୃତ ହେବେ ୨.୬୮ ଲକ୍ଷ

ସେହିଭଳି ଧର୍ମେନ୍ଦ୍ର କହିଛନ୍ତି ଯେ 2024 ପାଇଁ ବିଜେପିର ଦୁଇ ସୂତ୍ରୀ ଯୋଜନା ଅଛି । ଆମେ ଦାୟିତ୍ୱସଂପନ୍ନ ରାଜନୈତିକ ଦଳ। ସାଢେ 4 କୋଟି ଲୋକଙ୍କ ଆଶୀର୍ବାଦରେ ଆମେ ମୁଖ୍ୟ ବିରୋଧୀଦଳରେ ଅଛୁ । ମୋଦି ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ଆଉ ରାଜ୍ୟ ସରକାରଙ୍କ ବିରୋଧରେ ଥିବା ପ୍ରସଙ୍ଗକୁ ଲୋକଙ୍କ ପାଖକୁ ନେବୁ । ଏଠି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ରାଜାଧାନୀରେ ଏକ ଥାନା ଗରିବ ଲୋକର ଗୁହାରି ଶୁଣିଲେ ନାହିଁ । ଡିସିପି, କମିଶନର, ସଚିବ ଏବଂ ମୁଖ୍ୟମନ୍ତ୍ରୀ କେହି ତା ଗୁହାରି ଶୁଣିଲେ ନାହିଁ । ହାଇକୋର୍ଟ ଗଲେ ସେଠି ରାଜ୍ୟ ସରକାରକୁ କୋର୍ଟ ଭର୍ତ୍ସନା କଲେ କହିଲେ ଏଫଆଇଆର କର। ଭୁବନେଶ୍ବରରେ ମହିଳା ପୋଲିସକୁ ଗୋଡାଇଲା । ଏଠି ରକ୍ଷକ ଭକ୍ଷକ ସାଜିଛି । ପୋଲିସ ବିଭାଗର ଅଧିକାରୀ ଅପରାଧୀ ସହ ଠିଆ ହେଉଛନ୍ତି । ଏଠି କା’ ସରକାର ସ୍ଵାମୀ ପଛେ ମରୁ ପଛେ ସଉତୁଣୀ ବିଧବା ହେଉ ନ୍ୟାୟରେ ଆୟୁଷ୍ମାନ ଯୋଜନା ଲାଗୁ କରୁ ନାହାନ୍ତି । ଏମିତି ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କଲେ ଧର୍ମେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.