ETV Bharat / state

Amit Shah To Visit Odisha: ଆଜି ଓଡିଶା ଆସୁଛନ୍ତି ଅମିତ ଶାହ - ଆଜି ଓଡିଶା ଆସୁଛନ୍ତି ଅମିତ ଶାହ

ପୁଣି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱରରେ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ଗୃହମନ୍ତ୍ରୀ । ଅଧିକ ପଢନ୍ତୁ

amit shah visit to odisha
amit shah visit to odisha
author img

By

Published : Aug 3, 2023, 11:16 AM IST

Updated : Aug 4, 2023, 8:07 AM IST

ଭୁବନେଶ୍ବର: ଆଜି ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚିବେ । ଆସନ୍ତାକାଲି (ଶନିବାର) ଭୁବନେଶ୍ୱରରେ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ଗୃହମନ୍ତ୍ରୀ । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ଶାହ । ଆଗକୁ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଶାହଙ୍କ ଓଡିଶା ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ନିର୍ବାଚନକୁ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ଶାହ ।

ଏହା ମଧ୍ୟ ପଢନ୍ତୁ-Shah slams UPA Govt: 'ପୁଲୱାମା ଆକ୍ରମଣ ବେଳେ ପାକିସ୍ତାନ ଭୁଲିଯାଇଥିଲା ଭାରତର ପ୍ରଧାନମନ୍ତ୍ରୀ କିଏ ?'

ଆଜି ରାତି 10ଟା 40 ମିନିଟରେ ଭୁବନେଶ୍ବରରେ ପହଞ୍ଚିବେ ଅମିତ ଶାହ। ଏହାପରେ 11ଟାରୁ 12ଟା ଯାଏ ଏନଏଚ ପ୍ରକଳ୍ପର ଶୁଭାରମ୍ଭରେ ସାମିଲ ହେବେ । ପରେ ନକ୍ସଲ ଦମନ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ । ମଧ୍ୟାହ୍ନ 12ଟାରେ ଦଳୀୟ ବୈଠକରେ ସାମିଲ ହେବେ । ପରେ ପରେ କର୍ମୀଙ୍କ ସହ ରୁଦ୍ଧଦ୍ବାର ବୈଠକ କରି ସନ୍ଧ୍ୟା ସମୟରେ ପୁଣି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ଶାହ ।

ଏହା ପୂର୍ବରୁ ଗତ ଜୁନ ମାସ 17 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ସେହି ସମୟରେ ବାତ୍ୟା ବିପର୍ଯ୍ୟୟ ଯୋଗୁଁ ଗସ୍ତକୁ ସ୍ଥଗିତ ରଖାଯାଇଥିଲା । ଏହି ଗସ୍ତରେ ଅମିତ ଶାହ ଢେଙ୍କାନାଳ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା । ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ର ସରକାରର 9 ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ସମାବେଶରେ ଉଦବୋଧନ ଦେଇଥାନ୍ତେ ଶାହ । ଏହା ସହିତ ଭାରତ ସରକାରଙ୍କ ଦ୍ବାରା ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ଭାରତ ସରକାରଙ୍କ ଦ୍ବାରା ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ବାତ୍ୟା ବିପର୍ଯ୍ୟୟ ଯୋଗୁଁ ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Amit Shah Statement: ମଣିପୁର ଘଟଣା ଆଲୋଚନା ପାଇଁ ମୁଁ ପ୍ରସ୍ତୁତ: ଗୃହମନ୍ତ୍ରୀ

ଗତ 2022 ଅଗଷ୍ଟ 7 ତାରିଖରେ ଦୁଇଦିନିଆ ଓଡିଶା ଆସିଥିଲେ ଅମିତ ଶାହ । ଏହି ଗସ୍ତରେ ଭୁବନେଶ୍ବର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶାହ । କଟକର ଇନ୍‌ଡୋର ଷ୍ଟାଡିୟମରେ ପ୍ରଜାତନ୍ତ୍ର ଖବରକାଗଜର 75ତମ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ । ଏହା ସହିତ ଭୁବନେଶ୍ବରରେ ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହି ଗସ୍ତ ସମୟରେ ଦ୍ବିତୀୟ ଦିନରେ ପ୍ରଭୁ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ମନ୍ଦିରରେ ଜଳାଭିଷେକ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Amit Shah Visit Odisha: ଧାମନଗରରେ ହେବ ସାଧାରଣ ସଭା, ଦଳୀୟ ନେତାଙ୍କ ବଢାଇବେ ଜୋଶ

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 4, 2023, 8:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.