ETV Bharat / state

ଜନ ଔଷଧି କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Jan 9, 2023, 10:24 AM IST

ରବିବାର ବରମୁଣ୍ଡା ସ୍ଥିତ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ପରିଦର୍ଶନ କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଗ୍ରାହକଙ୍କ ସହ କଥା ହେବା ସହ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଥିଲେ । ଅଧିକ ପଢନ୍ତୁ

ଜନ ଔଷଧି କେନ୍ଦ୍ର
ଜନ ଔଷଧି କେନ୍ଦ୍ର
jan aushadhi store

ଭୁବନେଶ୍ବର: ଜନ ଔଷଧି କେନ୍ଦ୍ର (Jan Aushadhi ) ପରିଦର୍ଶନ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଗତକାଲି(ରବିବାର) ବରମୁଣ୍ଡା ସ୍ଥିତ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭିୟ (Union Health Minister Mansukh Mandaviya) । ଜନ ଔଷଧି ଉପଲବ୍ଧ ଠାରୁ ଆରମ୍ଭ କରି ଗ୍ରାହକଙ୍କ ଆଗ୍ରହ ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ସେ ତଥ୍ୟ ସଂଗ୍ରହ କରିଛନ୍ତି ।

ପରିଦର୍ଶନ ପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ସମସ୍ତଙ୍କ ପାଖରେ ଗୁଣାତ୍ମକ ଔଷଧ ପହଞ୍ଚିବା ଏବଂ ଔଷଧ ନପାଇ ଯେମିତି କୌଣସି ଜନସାଧାରଣ ମୃତ୍ୟୁବରଣ ନକରନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀ ସାରା ଦେଶରେ ୯ ହଜାରରୁ ଅଧିକ ଜନ ଔଷଧି କେନ୍ଦ୍ର ଖୋଲିଛନ୍ତି । ଏହି କେନ୍ଦ୍ରରେ ଶସ୍ତା ଓ ଗୁଣାତ୍ମକ ଔଷଧ ମିଳୁଛି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପ୍ରାୟ ୫୦ରୁ ଅଧିକ ଜନ ଔଷଧି କେନ୍ଦ୍ର ଖୋଲିବା ଦିଗରେ ପଦକ୍ଷେପ ନେଇଥିବାରୁ ମୁଁ ସାଂସଦଙ୍କୁ ଧନ୍ୟବାଦ ଜଣାଉଛି । ଏହି କେନ୍ଦ୍ର ଗୁଡ଼ିକରେ ଦୈନିକ ୪ ରୁ ୫ହଜାର ଲୋକ ଔଷଧ କିଣୁଛନ୍ତି । ଶସ୍ତାରେ ଔଷଧ ମିଳୁଥିବାରୁ ଗରିବ ଓ ମଧ୍ୟବିତ୍ତଙ୍କୁ ଲାଭ ମିଳୁଛି । ଜନ ଔଷଧି କେନ୍ଦ୍ରରୁ ଔଷଧ କିଣୁଥିବା ଲୋକଙ୍କ ସହିତ ମଧ୍ୟ ମୁଁ କଥା ହୋଇଛି ।"

ଏହା ମଧ୍ୟ ପଢନ୍ତୁ: ସମାଜବାଦୀ ପାର୍ଟି ମିଡିଆ ସେଲ ସଞ୍ଚାଳକ ଗିରଫ, ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଲେ ଅଖିଳେଶ

ଅନ୍ୟପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, "ସ୍ବାସ୍ଥ୍ୟ ଜଗତରେ ପ୍ରଧାନମନ୍ତ୍ରୀ ଜନ ଔଷଧି(Pradhan Mantri Bhartiya Janaushadhi Pariyojana) କେନ୍ଦ୍ର ଏକ ସାମାଜିକ କ୍ରାନ୍ତି ସୃଷ୍ଟି କରିଛି । ବର୍ତ୍ତମାନ ରାଜ୍ୟରେ ୩୯୩ କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ରରେ ବହୁତ କମ୍ ଦାମରେ ଔଷଧ ମିଳୁଛି । ବର୍ତ୍ତମାନ ଭୁବନେଶ୍ବରରେ ୪୪ କେନ୍ଦ୍ର ରହିଛି । ଆଗାମୀ ଦିନରେ ଆହୁରି କେନ୍ଦ୍ର ଖୋଲିବ । ଆସନ୍ତା ଫେବୃଆରୀ ମାସରେ ସମସ୍ତ ଜନ ଔଷଧି କେନ୍ଦ୍ର ପରିଚାଳକଙ୍କୁ ନେଇ ଏକ ବୈଠକ ବସିବ ।"

ଏହା ମଧ୍ୟ ପଢନ୍ତୁ: Pravasi Bharatiya Divas: ଇନ୍ଦୋରରେ ଚାଲିଛି ପ୍ରବାସୀ ଭାରତୀୟ ସମ୍ମିଳନୀ, ଆଜି ସାମିଲ ହେବ ମୋଦି

ଏହାସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ରବିବାର ଭୁବନେଶ୍ବର ଏମ୍ସ ଗସ୍ତ କରି ରୋଗୀ ସେବାର ଅନୁଧ୍ୟାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଏମ୍ସର ବିଭିନ୍ନ ୱାର୍ଡକୁ ପରିଦର୍ଶନରେ ଯାଇ ରୋଗୀ ସେବାର ତଦାରଖ କରିଥିଲେ । ଏହାସହ ଓପିଡି ମଧ୍ୟ ବୁଲି ଦେଖିବା ସହ କର୍ମଚାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ ଟିବି ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ୟାକେଟ୍ ପ୍ରଦାନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.