ETV Bharat / state

Union Budget: ଯଦି ସ୍ୱତନ୍ତ୍ର ପ୍ରଦେଶ ନକରୁଛ, ସ୍ୱତନ୍ତ୍ର ଅନୁଦାନ ଦିଅ: ବିଜେଡି

author img

By

Published : Jan 31, 2023, 9:29 PM IST

ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ପାଖରେ ଓଡ଼ିଶାର ଲଗାତାର ଦାବି ରହି ଆସୁଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମୁଣ୍ଡ ପିଛା ଆୟ ବୃଦ୍ଧି ସହ ଭିତ୍ତିଭୂମି ବିକାଶ ହୋଇଛି । ଏହା ସହ ପୁଞ୍ଜିନିବେଶ ପରିବେଶ ସୃଷ୍ଟି ହୋଇଛି । ଦାରିଦ୍ର୍ୟ ହ୍ରାସ ହୋଇଛି । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି । ଏ କ୍ଷେତ୍ରରେ ଖର୍ଚ୍ଚ ଅଧିକ ହେଉଛି । ଜିଡିପି ଓ ଜିଏସଡିପି ସେୟାରରେ ଖର୍ଚ୍ଚ ହେଉଛି । ଅଧିକ ପଢନ୍ତୁ

Union Budget: ଯଦି ସ୍ୱତନ୍ତ୍ର ପ୍ରଦେଶ ନକରୁଛ, ସ୍ୱତନ୍ତ୍ର ଅନୁଦାନ ଦିଅ: ବିଜେଡି
Union Budget: ଯଦି ସ୍ୱତନ୍ତ୍ର ପ୍ରଦେଶ ନକରୁଛ, ସ୍ୱତନ୍ତ୍ର ଅନୁଦାନ ଦିଅ: ବିଜେଡି

Union Budget: ଯଦି ସ୍ୱତନ୍ତ୍ର ପ୍ରଦେଶ ନକରୁଛ, ସ୍ୱତନ୍ତ୍ର ଅନୁଦାନ ଦିଅ: ବିଜେଡି

ଭୁବନେଶ୍ବର: ଚଳିତବର୍ଷ ଲାଗି ଆସନ୍ତାକାଲି ସଂସଦରେ ଆଗତ ହେବ କେନ୍ଦ୍ର ବଜେଟ । ଅର୍ଥମନ୍ତ୍ରୀଙ୍କ ପେଡିରେ କାହା ପାଇଁ କଣ ରହିଛି, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ର ବଜେଟ ଉପରେ ନଜର ରଖିଛନ୍ତି ବିଭିନ୍ନ ରାଜ୍ୟ ସରକାର । କେନ୍ଦ୍ର ବଜେଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରିବେ ନିଜସ୍ବ ବିଜେଟ । ବିଭିନ୍ନ ରାଜ୍ୟରୁ ମଧ୍ୟ ଭିନ୍ନ ଭିନ୍ନ ଦାବି ମଧ୍ୟ ଆସିଲାଣି । ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କର । ନହେଲେ ସ୍ୱତନ୍ତ୍ର ଅନୁଦାନ ଦିଅ ବୋଲି ଓଡ଼ିଶାରୁ ଦାବି ଉଠିଛି ।

ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ପାଖରେ ଓଡ଼ିଶାର ଲଗାତାର ଦାବି ରହି ଆସୁଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମୁଣ୍ଡ ପିଛା ଆୟ ବୃଦ୍ଧି ସହ ଭିତ୍ତିଭୂମି ବିକାଶ ହୋଇଛି । ଏହା ସହ ପୁଞ୍ଜିନିବେଶ ପରିବେଶ ସୃଷ୍ଟି ହୋଇଛି । ଦାରିଦ୍ର୍ୟ ହ୍ରାସ ହୋଇଛି । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି । ଏ କ୍ଷେତ୍ରରେ ଖର୍ଚ୍ଚ ଅଧିକ ହେଉଛି । ଜିଡିପି ଓ ଜିଏସଡିପି ସେୟାରରେ ଖର୍ଚ୍ଚ ହେଉଛି । ଓଡ଼ିଶାର ବିକାଶକୁ ଆଉ ଗୋଟେ ସ୍ତରକୁ ନେବାକୁ ହେବ । ଓଡ଼ିଶାର ମୁଣ୍ଡ ପିଛା ଆୟ ବୃଦ୍ଧି କରିବାକୁ ପଡିବ । ଉନ୍ନତ ରାଜ୍ୟର ସମକକ୍ଷ ହେବା ଲାଗି କେନ୍ଦ୍ର ସରକାରର ସହଯୋଗ ଆବଶ୍ୟକ । ପଞ୍ଜାବ ଓ ମହାରାଷ୍ଟ୍ର ପରି ରାଜ୍ୟର ମୁଣ୍ଡ ପିଛା ଆୟ ସହ ସମକକ୍ଷ ହେବା ଲାଗି ଆମକୁ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା କରାଯାଉ ।

ଯଦି ସ୍ୱତନ୍ତ୍ର ପ୍ରଦେଶ ନହେଉଛି ସ୍ୱତନ୍ତ୍ର ଅନୁଦାନ ଦିଆଯାଉ । ଅନ୍ୟ ରାଜ୍ୟମାନଙ୍କୁ ଅତୀତରେ ସ୍ୱତନ୍ତ୍ର ଅନୁଦାନ ଦିଆଯାଇଛି । ଓଡ଼ିଶା ମଧ୍ୟ ଭାରତମାତାର ଗୋଟେ ଅଙ୍ଗ । ସ୍ୱତନ୍ତ୍ର ଅନୁଦାନ ମିଳିଲେ ଓଡ଼ିଶାର ଅଭିବୃଦ୍ଧି ଉଚ୍ଚତର ସୋପାନକୁ ଯାଇପାରିବ । ରେଳବାଇ, ନଦୀ ବନ୍ଧ ନିର୍ମାଣରେ ରାଜ୍ୟକୁ ଅବହେଳା କରାଯାଉଛି । ରେଳବାଇ କାର୍ଯ୍ୟ ପଡି ରହିଛି । ଫଳରେ ଉଭୟ ରାଜ୍ୟ ଓ ରେଳବାଇର କ୍ଷତି ହେଉଛି । ରେଳବାଇରେ ଏବେ କିଛି ଅନୁଦାନ ଅର୍ଥ ବଢିଛି । ଅନେକ ଯୋଜନା 60 : 40 ହୋଇଯିବା ପରେ ଅନୁନ୍ନତ ଅଞ୍ଚଳର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.