ଭୁବନେଶ୍ବର: ରାଜ୍ୟରେ ଥିବା ଯୁକ୍ତ ତିନି କଲେଜ ମାନଙ୍କରେ କେତେ କମ୍ପ୍ୟୁଟର ଲ୍ୟାବ୍ ଓ କମ୍ପ୍ୟୁଟର ରହିଛି ତାହାର ତଥ୍ୟ 5ଟି ଆଞ୍ଚଳିକ ନିର୍ଦ୍ଦେଶାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଜଣାଇ ଦିଆଯାଇଛି । ଏ ସମ୍ପର୍କରେ ସମସ୍ତ ଡିଗ୍ରୀ କଲେଜରୁ ତଥ୍ୟ ସଂଗ୍ରହ କରିବା ପାଇଁ ଅକ୍ଟୋବର 19 ତାରିଖରେ ଉଚ୍ଚଶିକ୍ଷା ବିଭାଗ ଚିଠି କରି ଅବଗତ କରାଇଥିଲେ । ବିଭାଗୀୟ ସୂଚନା ଅନୁଯାୟୀ, ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକମାନେ କମ୍ପ୍ୟୁଟର ଲ୍ୟାବ ଓ କମ୍ପ୍ୟୁଟର ଉପଲବ୍ଧତାର ତଥ୍ୟ ଦାଖଲ କରିଛନ୍ତି । ଏସଏସବିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମଧୁସୂଦନ ମିଶ୍ରଙ୍କୁ ନୋଡାଲ ଅଧିକାରୀ ଭାବେ ମନୋନୀତ କରାଯାଇଛି ।
ଉଚ୍ଚଶିକ୍ଷା ବିଭାଗର ତଥ୍ୟ ଆଧାରରେ, ଭୁବନେଶ୍ଵର ଆଞ୍ଚଳିକ ନିର୍ଦ୍ଦେଶାଳୟ ଅଧୀନରେ ଥିବା 32ଟି ଡିଗ୍ରୀ କଲେଜ ଗୁଡ଼ିକ ମଧ୍ୟରୁ 7ଟି ଡିଗ୍ରୀ କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ 4ଟି କଲେଜରେ କମ୍ପ୍ୟୁଟର କାର୍ଯ୍ୟକ୍ଷମ ହୋଇନାହିଁ । ଅନୁଗୋଳ ଜିଲ୍ଲାରେ ଗୋଟିଏ କଲେଜରେ ଲ୍ୟାବ, ଢେଙ୍କାନାଳ ଓ ଯାଜପୁରରେ ଗୋଟିଏ କଲେଜର ଲ୍ୟାବ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ 2ଟି କଲେଜର ଲ୍ୟାବ ଏବଂ 2ଟି କଲେଜରେ କମ୍ପ୍ୟୁଟର କାର୍ଯ୍ୟକ୍ଷମ ନାହିଁ ।
ଖୋର୍ଦ୍ଧା ଜିଲ୍ଲାରେ ଥିବା ମହର୍ଷି ଲ' କଲେଜରେ ଗୋଟିଏ ମାତ୍ର କମ୍ପ୍ୟୁଟର ଲ୍ୟାବ ରହିଥିବାବେଳେ ଗୋଟିଏ ହେଲେ ବି କାର୍ଯ୍ୟକ୍ଷମ ନାହିଁ ।ସେହିଭଳି ବାଲେଶ୍ଵର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧୀନରେ ଥିବା ବାଲେଶ୍ଵର ଜିଲ୍ଲାରେ 30ଟି ଡିଗ୍ରୀ କଲେଜ ରହିଛି । ସେଥିମଧ୍ୟରୁ 8ଟି କଲେଜରେ ନାହିଁ ଲ୍ୟାବ୍ । 3ଟି କଲେଜରେ କମ୍ପ୍ୟୁଟର କାର୍ଯ୍ୟକ୍ଷମ ନାହିଁ । କେନ୍ଦୁଝର ଜିଲ୍ଲାରେ 10ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ ଚାରୋଟିରେ କମ୍ପ୍ୟୁଟର କାର୍ଯ୍ୟକ୍ଷମ ନାହିଁ । ମୟୂରଭଞ୍ଜ ଜିଲ୍ଲାରେ ଡିଗ୍ରୀ କଲେଜ ରହିଛି 31ଟି । ସେଥିମଧ୍ୟରୁ 11ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ 4ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ କମ୍ପ୍ୟୁଟର ।
ସେହିପରି ବ୍ରହ୍ମପୁର ଜିଲ୍ଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧୀନରେ ଆସୁଥିବା ଗଞ୍ଜାମ ଜିଲ୍ଲାରେ 45ଟି ଡିଗ୍ରୀ କଲେଜ ରହିଛି । ସେଥିମଧ୍ୟରୁ 20ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ 2ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ କମ୍ପ୍ୟୁଟର । ଗଜପତି ଜିଲ୍ଲାରେ ଆସୁଥିବା 7ଟି ଡିଗ୍ରୀ କଲେଜ ମଧ୍ୟରୁ 3ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ ସମସ୍ତ କମ୍ପ୍ୟୁଟର କଲେଜରେ କାର୍ଯ୍ୟକ୍ଷମ ହେଉଛି । କନ୍ଧମାଳ ଜିଲ୍ଲାରେ ଆସୁଥିବା ଡିଗ୍ରୀ କଲେଜ ରହିଛି 12ଟି । ସେଥିମଧ୍ୟରୁ 6 ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ 2ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ କମ୍ପ୍ୟୁଟର ।
ସେହିପରି ସମ୍ୱଲପୁର ଜିଲ୍ଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧୀନରେ ଆସୁଥିବା ବରଗଡ଼ ଜିଲ୍ଲାରେ 28ଟି ଡିଗ୍ରୀ କଲେଜ ରହିଛି । ସେଥିମଧ୍ୟରୁ 12ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ 5ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ କମ୍ପ୍ୟୁଟର । ବଲାଙ୍ଗୀର ଜିଲ୍ଲାରେ 27ଟି ଡିଗ୍ରୀ କଲେଜ ମଧ୍ୟରୁ 11ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ 6ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ କମ୍ପ୍ୟୁଟର ।
ବୌଦ୍ଧ ଜିଲ୍ଲାରେ 6ଟି ଡିଗ୍ରୀ କଲେଜରୁ 4ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବାବେଳେ 3ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ କମ୍ପ୍ୟୁଟର । ଦେଓଗଡ଼ ଜିଲ୍ଲାରେ 7ଟି ଡିଗ୍ରୀ କଲେଜ ରହିଛି । ସେଥିମଧ୍ୟରୁ 2ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବାବେଳେ କମ୍ପ୍ୟୁଟର ସମସ୍ତ କଲେଜରେ କାର୍ଯ୍ୟକ୍ଷମ ହୋଇଛି । ଝାରସୁଗୁଡ଼ା ଜିଲ୍ଲାରେ 8ଟି ଡିଗ୍ରୀ କଲେଜ ରହିଛି । ସେଥିମଧ୍ୟରୁ 4ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବାବେଳେ 2ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ । ଝାରସୁଗୁଡ଼ାରେ 8ଟି ଡିଗ୍ରୀ କଲେଜରୁ 4ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ 2ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ କମ୍ପ୍ୟୁଟର । କଳାହାଣ୍ଡି ଜିଲ୍ଲାରେ 20ଟି ଡିଗ୍ରୀ କଲେଜ ରହିଛି । ସେଥିମଧ୍ୟରୁ 6ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ 2ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ କମ୍ପ୍ୟୁଟର ।
ନୂଆପଡ଼ା ଜିଲ୍ଲାରେ 8ଟି ଡିଗ୍ରୀ କଲେଜ ରହିଛି । ସେଥିମଧ୍ୟରୁ 3ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବାବେଳେ ଗୋଟିଏ କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ କମ୍ପ୍ୟୁଟର । ସମ୍ବଲପୁର ଜିଲ୍ଲାରେ 17ଟି ଡିଗ୍ରୀ କଲେଜ ରହିଛି । ସେଥିମଧ୍ୟରୁ 4ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ ଗୋଟିଏ କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ । ସୁବର୍ଣ୍ଣପୁର ଜିଲ୍ଲାରେ 12ଟି ଡିଗ୍ରୀ କଲେଜ ରହିଛି । ସେଥିମଧ୍ୟରୁ 4ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବାବେଳେ 2ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ କମ୍ପ୍ୟୁଟର । ସୁନ୍ଦରଗଡ଼ର 25ଟି ଡିଗ୍ରୀ କଲେଜ ମଧ୍ୟରୁ 14ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବାବେଳେ 4ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ । ସେହିପରି ଜୟପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧୀନରେ ଆସୁଥିବା ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ 51ଟି ଡିଗ୍ରୀ କଲେଜ ରହିଛି । ସେଥିମଧ୍ୟରୁ 25ଟି କଲେଜରେ କମ୍ପ୍ୟୁଟର ଲ୍ୟାବ ନଥିବା ବେଳେ 18ଟି କଲେଜରେ କାର୍ଯ୍ୟକ୍ଷମ ହୋଇନାହିଁ କମ୍ପ୍ୟୁଟର । ଏହା ରାଜ୍ୟ ସରକାରଙ୍କ ସମସ୍ତ କଲେଜରୁ ମିଳିଥିବା ତଥ୍ୟ ।
ଇଟିଭି ଭାରତ, ଭୁବନେଶ୍ବର