ETV Bharat / state

ଉଚ୍ଚ ଶିକ୍ଷାନୁଷ୍ଠାନରେ ହ୍ୟାଣ୍ଡଲୁମ ଡ୍ରେସ୍ କୋଡ ବ୍ୟବହାର ପରାମର୍ଶ ଦେଲା ୟୁଜିସି - ୟୁଜିସି ହସ୍ତତନ୍ତ କପଡ଼ା

UGC Letter On Handloom Fabrics: ଆନୁଷ୍ଠାନିକ ଭାବରେ ହ୍ୟାଣ୍ଡଲୁମ ଡ୍ରେସ୍ କୋଡ୍ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ କଲା ୟୁଜିସି । ଦେଶରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ହ୍ୟାଣ୍ଡଲୁମ ଡ୍ରେସ୍ କୋଡ ବ୍ୟବହାର କରିବାକୁ ପରାମର୍ଶ ଦେଇଛି ୟୁଜିସି । ଅଧିକ ପଢ଼ନ୍ତୁ

ହ୍ୟାଣ୍ଡଲୁମ ଡ୍ରେସ୍ କୋଡ
ହ୍ୟାଣ୍ଡଲୁମ ଡ୍ରେସ୍ କୋଡ
author img

By ETV Bharat Odisha Team

Published : Jan 16, 2024, 10:42 PM IST

ଭୁବନେଶ୍ବର: ଆନୁଷ୍ଠାନିକ ଭାବରେ ହ୍ୟାଣ୍ଡଲୁମ ଡ୍ରେସ୍ କୋଡ୍ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ କଲା ୟୁଜିସି । ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟକୁ ହ୍ୟାଣ୍ଡଲୁମ (ହସ୍ତତନ୍ତ) କପଡ଼ାରୁ ନିର୍ମିତ ପୋଷାକ ବ୍ୟବହାର କରିବାକୁ ବିଚାର କରିବାକୁ ଅନୁରୋଧ କରିଛି ୟୁଜିସି । ଏହାଦ୍ବାରା ଦେଶରେ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରାଯିବା ସହିତ ଅନେକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ମଧ୍ୟ ସମ୍ଭାବନା ରହିଛ ବିଲି କହିଛି ୟୁଜିସି ।

ତେବେ ଦେଶରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ହ୍ୟାଣ୍ଡଲୁମ ଡ୍ରେସ୍ କୋଡ ବ୍ୟବହାର କରିବାକୁ ପରାମର୍ଶ ଦେଇଛି ୟୁଜିସି । ଦେଶରେ ଅନେକ ମହାବିଦ୍ୟାଳୟ ହେଉ ବା ବିଶ୍ବବିଦ୍ୟାଳୟ ହୁଅନ୍ତୁ ଅନେକ ସ୍ଥାନରେ ଛାତ୍ରଛାତ୍ରୀ ଓ କଲେଜ ଅଧିକାରୀ ହସ୍ତତନ୍ତର ଡ୍ରେସ ବ୍ୟବହାର କରୁଛନ୍ତି । ତେବେ ହ୍ୟାଣ୍ଡଲୁମ କପଡ଼ାରୁ ନିର୍ମିତ ଆନୁଷ୍ଠାନିକ ପୋଷାକ ବ୍ୟବହାର କରିବାକୁ ବିଚାର କରିବାକୁ ଅନୁରୋଧ କରିଛି ୟୁଜିସି । କଲେଜରେ ହେଉଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମ ବା କନଭୋକେଶନ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଏହିପରି ଭାବରେ ହ୍ୟାଣ୍ଡଲୁମ କପଡ଼ା ବ୍ୟବହାର କରିବାକୁ କୁହାଯାଇଛି । ଏହାଦ୍ବାରା ଦେଶରେ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରାଯିବା ସହିତ ଅନେକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ମଧ୍ୟ ସମ୍ଭାବନା ରହିଛି ।

ତେବେ ୨୦୧୫ ମସିହା ଜୁଲାଇ ୧୫ ତାରିଖରେ ଏକ ଚିଠି କରିଥିଲା ୟୁଜିସି । ଚିଠିରେ, ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ହ୍ୟାଣ୍ଡଲୁମ କପଡ଼ାରେ ନିର୍ମିତ ଆନୁଷ୍ଠାନିକ ପୋଷାକ ବ୍ୟବହାର କରିବାକୁ ବିଚାର କରିବାକୁ ଉଲ୍ଲେଖ କରାଯାଇଥିଲା । ଯାହା ହ୍ୟାଣ୍ଡଲୁମ୍ କପଡ଼ାରୁ ନିର୍ମିତ ପୋଷାକ ଭାରତର ଜଳବାୟୁରେ ଅଧିକ ଆରାମଦାୟକ ହୋଇଥାଏ । ୟୁଜିସିର ପରାମର୍ଶ ଗ୍ରହଣ କରି ଅନେକ ବିଶ୍ୱବିଦ୍ୟାଳୟ ବାର୍ଷିକ ସମାରୋହରେ ଆନୁଷ୍ଠାନିକ ପୋଷାକ ପାଇଁ ହ୍ୟାଣ୍ଡଲୁମ୍ କପଡାକୁ ପରିବର୍ତ୍ତନ କରାଯାଇଛି । ଏହା ଲକ୍ଷ୍ୟ କରାଯାଇଛି ଯେ, କେତେକ ବିଶ୍ବବିଦ୍ୟାଳୟ ସମାରୋହ ସମୟରେ ସେମାନଙ୍କର ଆନୁଷ୍ଠାନିକ ଡ୍ରେସ କୋଡ୍ ପରିବର୍ତ୍ତନ କରିନାହାଁନ୍ତି । ଏନେଇ ପୁନର୍ବାର ଅନୁରୋଧ କରାଯାଇଛି ଯେ, ବିଶ୍ୱବିଦ୍ୟାଳୟ ଗୁଡ଼ିକ ହ୍ୟାଣ୍ଡଲୁମ୍ କପଡାକୁ ଆନୁଷ୍ଠାନିକ ପୋଷାକ ଭାବରେ ପରିବର୍ତ୍ତନ କରିବାକୁ ବିଚାର କରନ୍ତୁ । ହ୍ୟାଣ୍ଡଲୁମ୍ କପଡ଼ାର ବ୍ୟବହାର କେବଳ ଭାରତୀୟ ହେବାର ଗର୍ବର ଭାବନା ସୃଷ୍ଟି କରିବ ନାହିଁ ବରଂ ଦେଶରେ ହସ୍ତତନ୍ତ ଶିଳ୍ପକୁ ମଧ୍ୟ ଅଧିକ ପ୍ରୋତ୍ସାହିତ କରିବ । ଯାହା ଗ୍ରାମାଞ୍ଚଳରେ ରହୁଥିବା ଅନେକ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବ ।

ଏହା ମଧ୍ୟ ପଢ଼ନ୍ତୁ......ଏଣିକି କଲେଜ ପରିସରରେ ଲାଗିବ ବେଟି ବଚାଓ ବେଟି ପଢ଼ାଓ ଲୋଗୋ, ନିର୍ଦ୍ଦେଶ ଦେଲା ୟୁଜିସି

ସୂଚନା ଅନୁଯାୟୀ, ହସ୍ତତନ୍ତର ପୁନରୁଦ୍ଧାର ଏବଂ ହସ୍ତତନ୍ତ ବୁଣାକାରଙ୍କ ରୋଜଗାରରେ ଉନ୍ନତି ଉପରେ ଗୁରୁତ୍ୱାରୋପ ଦିଆଯାଇଛି । ହ୍ୟାଣ୍ଡଲୁମ୍ କପଡା କେବଳ ଆମର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ ବରଂ ଗ୍ରାମାଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଜୀବିକା ନିର୍ବାହ କରିବାର ସୁଯୋଗ ମଧ୍ୟ ଦେଇଥାଏ । ହ୍ୟାଣ୍ଡଲୁମ୍ କପଡ଼ାରେ ନିର୍ମିତ ଆନୁଷ୍ଠାନିକ ପୋଷାକ ବ୍ୟବହାର କରିବା କେବଳ ଭାରତୀୟ ହେବାର ଗର୍ବ ଅନୁଭବ କରିବ ନାହିଁ ବରଂ ଗରମ ଏବଂ ଆର୍ଦ୍ର ପାଗରେ ମଧ୍ୟ ଆରାମଦାୟକ ହେବ । ପୋଷାକ ପାଇଁ ହ୍ୟାଣ୍ଡଲୁମ୍ ବସ୍ତ୍ରର ଅଧିକ ବ୍ୟବହାର ଦେଶରେ ହ୍ୟାଣ୍ଡଲୁମ୍ ଶିଳ୍ପକୁ ପ୍ରୋତ୍ସାହିତ କରିବ । ସେହିପରି ଭାବରେ ସମସ୍ତ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ର ଉତ୍ସବ ପାଇଁ ନିର୍ଦ୍ଦିଷ୍ଟ ଆନୁଷ୍ଠାନିକ ପୋଷାକ ପାଇଁ ହ୍ୟାଣ୍ଡଲୁମ୍ କପଡା ବ୍ୟବହାର କରିବାକୁ ବିଚାର କରିବାକୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.