ETV Bharat / state

ରାଜଧାନୀରେ ମାତିଛନ୍ତି ମାୟାବିନୀ, ଦୁଷ୍କର୍ମ ଅଭିଯୋଗ କରିବା ଭୟ ଦେଖାଇ ଲୁଟୁଛନ୍ତି

author img

By

Published : May 13, 2023, 9:18 PM IST

ଲୁଟ୍‌ କରିବାର ନୂଆ କୌଶଳ ଆପଣାଇଛନ୍ତି ରାଜଧାନୀର କିଛି ମାୟାବିନୀ । ଦିନ ହେଉ ଅବା ରାତି, ଏକା ଦେଖିଲେ ମୋବାଇଲ ଓ ଗାଡ଼ି ଚାବି ଭିଡ଼ି ନେଇ ମାଗୁଛନ୍ତି ମୋଟା ଅଙ୍କର ଟଙ୍କା । ଟଙ୍କା ନଦେଲେ ଦୁଷ୍କର୍ମ କରିଥିବାର ମିଥ୍ୟା ଆରୋପ ଲଗାଉଛନ୍ତି । ଏଭଳି ଅଭିଯୋଗରେ ୨ ମହିଳାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଦୁଷ୍କର୍ମ ଅଭିଯୋଗ କରିବା ଭୟ ଦେଖାଇ ଲୁଟୁଥିବା ୨ ମହିଳା ଗିରଫ

ଭୁବନେଶ୍ବର: ହୁସିଆର ! ରାସ୍ତାରେ ଛକିଛି ମାୟାବିନୀ । ଏକୁଟିଆ ଦେଖିଲେ ପାଖକୁ ମାଡ଼ି ଆସୁଛି । ଦିନ ହେଉ ଅବା ରାତି, ଭିଡ଼ି ନେଉଛି ମୋବାଇଲ । ରାଜଧାନୀରେ ମାୟା ଜାଲ ବିଛାଇଛନ୍ତି ଏମିତି କିଛି ମହିଳା । ଯାହାଙ୍କ ହାବୁଡ଼ରେ ପଡିଲେ ତାଙ୍କ ଇଛା ମୁତାବକ ଦେବାକୁ ପଡ଼ିବ ଟଙ୍କା । ନଚେତ ତାଙ୍କୁ ଦୁଷ୍କର୍ମ କରିଥିବା ମିଛ ଅଭିଯୋଗ କରିଦେବାର ଦେଉଛି ଧମକ । ଜଣେ ସହୀଦନଗରର ଯୁବକ ଚେନ୍ନାଇ ଯିବା ପାଇଁ ଷ୍ଟେସନକୁ ଟିକେଟ କାଟିବାକୁ ଯାଇଥିବା ବେଳେ ଏଭଳି ଲୁଟର ଶିକାର ହୋଇଥିଲେ । ଏନେଇ ଲୁଟ ଓ ଡକାୟତି ମାମଲାରେ ଗିରଫ ହୋଇଛନ୍ତି ଦୁଇ ମହିଳା । ଯିଏକି ଶୁକ୍ରବାର ରାତିରେ ଏପରି ଆତଙ୍କ ରଚିଥିଲେ ମାଷ୍ଟରକ୍ୟାଣ୍ଟିନରେ ।

ଉଭୟ ମହିଳାଙ୍କୁ ଗିରଫ କରାଯାଇଥିବା କମିଶନରେଟ ପୋଲିସର ଜୋନ ୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି । ପୋଲିସ ଏପରି ଘଟଣାକୁ ଗୁରୁତର ସହ ନେଇଛି । ତେବେ ଏହି ଘଟଣା ନୂଆ ନୁହେଁ । ରାଜଧାନୀରେ ଏପରି ଘଟଣାର ଅନେକ ନଜିର ରହିଛି । ମାଷ୍ଟରକ୍ୟାଣ୍ଟିନ ଛକ ଏମାନଙ୍କ ଆଡ୍ଡା ପାଲଟିଛି । ହେଲେ ରାଜଧାନୀର ଏୟାରପୋର୍ଟ ଛକ, ନାଲକୋ ଛକ ଭଳି ଟଙ୍କପାଣି ରୋଡ଼, କଳିଙ୍ଗ ଷ୍ଟୁଡିଓ ଭଳି ଅନେକ ନିଛାଟିଆ ଜାଗାରେ ଏମାନଙ୍କର ଏପରି ଉତ୍ପାତ ଦେଖିବାକୁ ମିଳିଥାଏ । ଅନ୍ଧାର ରାତିରେ ଏମାନଙ୍କର କିଛି ପୁରୁଷ ସହଯୋଗୀଙ୍କ ସହ ଖଟି ଜମିଥାଏ । ନିଛାଟିଆ ଅନ୍ଧାରରେ ମାୟାବିନୀ ରାସ୍ତା ଉପରେ ଛକିରହିଥାଏ । ଚେହେରା ଆଳରେ ଲୋକଙ୍କୁ ମୋହରା କରିଥାଏ । ନିଜର ଆଧୁନିକ ଶୈଳୀରେ ଲୋକଙ୍କୁ ଆକୃଷ୍ଟ କରିଥାନ୍ତି । ତାପରେ ଆରମ୍ଭ ହୋଇଯାଏ ଏମାନଙ୍କର ଆତଙ୍କରାଜ । ତାଙ୍କ କବଳରୁ ସହଜରେ ମୁକୁଳିବାର ପ୍ରଶ୍ନ ଉଠେନି । ପ୍ରଥମେ ଲୋକଙ୍କ ଗାଡି ଚାବି ଓ ମୋବାଇଲ୍ ଛଡାଇ ନିଅନ୍ତି ଏମାନେ । ପରେ ତାଙ୍କ କଥା ମାନି ତାଙ୍କ ହିସାବରେ ଟଙ୍କା ଦେବାକୁ ବାଧ୍ୟ କରନ୍ତି । ନଦେଲେ ତାଙ୍କୁ ଦୁଷ୍କର୍ମ ବା ଅସଦାଚରଣ କରିଥିବା ମିଛ ଅଭିଯୋଗ କରିବେ ବୋଲି ଧମକ ଦେଇଥାନ୍ତି ।

ରାଜଧାନୀରେ ଏବେ ଏପରି ଢଙ୍ଗରେ ଲୁଟପାଟ କରୁଛନ୍ତି କିଛି ମହିଳା । ଯାହାକୁ ନେଇ ସହରବାସୀଙ୍କର ଚିନ୍ତା ବଢିଛି । ଏମାନେ ଲୁଟ୍‌ ପାଇଁ ଅପଣାଇଛନ୍ତି ନୂଆ କୌଶଳ । ଲୋକଲଜ୍ୟା ଓ ପୋଲିସ ଭୟରେ କେହି ଅଭିଯୋଗ କରନ୍ତି ନାହିଁ । ଫଳରେ ଏହି ମାୟାବିନୀ ନେଟୱାର୍କ ଏବେ ବଢି ଚାଲିଥିବା‌ବେଳେ ଏମାନଙ୍କ ଗ୍ୟାଙ୍ଗ୍‌ରେ ସାମିଲ ଅଛନ୍ତି କିଛି ସହଯୋଗୀ ଯୁବ ଓ ଛୋଟ ପିଲା । ଯେଉଁମାନେ ଟେକା ପଥର ଭଳି ମରଣାନ୍ତକ ଆକ୍ରମଣ କରିବାକୁ ପଛାନ୍ତି ନାହିଁ । ତେବେ ମାଷ୍ଟରକ୍ୟାଣ୍ଟିନରୁ ଦୁଇ ଜଣ ଲେଡି ଗିରଫ ପରେ ଅନ୍ୟ ମାୟାବିନୀଙ୍କ ଆଡ୍ଡା ବନ୍ଦ କରିବା ଏବେ କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଗତ ବର୍ଷ ନଭେମ୍ବର ୧୮ରେ ମଧ୍ୟ ଏପରି ଲୁଟପାଟ କରି ୩ ଜଣ କିନ୍ନର ଗିରଫ ହୋଇଥିଲେ । ଖାରବେଳ ନଗର ଥାନା ଅଞ୍ଚଳରୁ ମଧ୍ୟ ପୂର୍ବରୁ ଦୁଇ ଜଣ କିନ୍ନର ଗିରଫ ହେବାର‌ ନଜିର‌ ରହିଛି । ତେବେ ଟଙ୍କା ପାଇଁ ଏବେ ଏଭଳି ଟ୍ରେଣ୍ଡ୍‌ ଆପଣାଇଛନ୍ତି କିଛି ଲେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.