ETV Bharat / state

୨ ଦିନ ପରେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର - khordha salia river dead body recovered

ଶାଳିଆ ନଈରେ ଭାସିଯାଇ ନିଖୋଜ ଥିବା ଖୋର୍ଦ୍ଧା ଜିଲ୍ଲା ମାଣିକପୁର ଗ୍ରାମର ଚରଣ ବେହେରାଙ୍କ ମୃତ ଶରୀରକୁ ଅଗ୍ନିଶମ ବାହିନୀ ଠାବ କରିଛି । ଅଧିକ ପଢନ୍ତୁ...

ଦୁଇଦିନ ପରେ ଉଦ୍ଧାର ହେଲା ମୃତଦେହ
ଦୁଇଦିନ ପରେ ଉଦ୍ଧାର ହେଲା ମୃତଦେହ
author img

By

Published : Sep 22, 2021, 3:29 PM IST

ଖୋର୍ଦ୍ଧା: ଶାଳିଆ ନଈରେ ଭାସିଯାଇ ନିଖୋଜ ଥିବା ଖୋର୍ଦ୍ଧା ଜିଲ୍ଲା ମାଣିକପୁର ଗ୍ରାମର ଚରଣ ବେହେରାଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଠାବ କରିଛି। ଦୀର୍ଘ ଦୁଇ ଦିନ ହେବ ଉଭୟ ବାଣପୁର ଓ ବାଲୁଗାଁ ଅଗ୍ନିଶମ ବାହିନୀ, ସ୍ଥାନୀୟ ଜନସାଧାରଣ ଏବଂ ପୋଲିସ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସୁଦ୍ଧା ନିଖୋଜ ଚରଣଙ୍କ ପତ୍ତା ମିଳିପାରିନଥିଲା। ଶେଷରେ ଆଜି(ବୁଧବାର) ପୂର୍ବାହ୍ନରେ ବାଣପୁର ଏବଂ ବାଲୁଗାଁ ଅଗ୍ନିଶମ ଅଧିକାରୀଙ୍କ ଦ୍ୱାରା ଗଠିତ ଟିମ ସର୍ଚ୍ଚ ଅପେରସନ କରୁଥିବା ବେଳେ ବେଙ୍ଗରାଜପଲ୍ଲୀ ଗ୍ରାମ ନିକଟସ୍ଥ ନଦୀରୁ ଚରଣଙ୍କ ମୃତଦେହ ଉଦ୍ଧାର ହୋଇଥିବାର ସୂଚନା ଦେଇଛନ୍ତି ଉଭୟ ଅଗ୍ନିଶମ ଅଧିକାରୀ।

ଦୁଇଦିନ ପରେ ଉଦ୍ଧାର ହେଲା ମୃତଦେହ

ସୂଚନା ଅନୁଯାୟୀ ଗତ ୨୦ ତାରିଖ ସକାଳ ୬ ଘଟିକାରେ ଚରଣ ବେହେରା(୬୦) ଶୌଚ ନିମନ୍ତେ ମାଣିକପୁର ଗ୍ରାମର ଜାମୁଆ ତୁଠ (ଶାଳିଆ ନଈ) ମଧ୍ୟକୁ ଯାଇଥିବାବେଳେ ଜଳର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ସକାଳ ୭ ଘଟିକାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ସନ୍ଧାନ ମିଳିପାରି ନଥିଲା। ପରବର୍ତ୍ତୀ ସମୟରେ ବାଲୁଗାଁ ଅଗ୍ନିଶମ ବାହିନୀ, ବାଣପୁର ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ଦୀର୍ଘ ୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଚରଣଙ୍କ ମୃତଦେହ ଉଦ୍ଧାର ହୋଇପାରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.