ଭୁବନେଶ୍ବର: ଭୁବନେଶ୍ୱର ରେଳ ଅଡିଟୋରିୟମରେ ଉଦଘାଟିତ ହେଲା ଦୁଇ ଦିନିଆ କଳିଙ୍ଗ ଉତ୍ସବ-୨୦୨୨ । ଭାରତ ସରକାରଙ୍କ "ଆଜାଦି କା ଅମୃତ ମହୋତ୍ସବ" କାର୍ଯ୍ୟକ୍ରମ ଅଧୀନରେ ଏହି ଉତ୍ସବରେ ପ୍ରାୟ ୩୦୦ ବିଦ୍ୟାଳୟ ଏବଂ ଭୁବନେଶ୍ୱରର ୨୦ ରୁ ଅଧିକ ମହାବିଦ୍ୟାଳୟ ଅଂଶଗ୍ରହଣ କରିଛନ୍ତି ।
ଆଦିବାସୀ ଗୀତ ଏବଂ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦୁଇ ବ୍ୟକ୍ତିଙ୍କ ଆଲୋଚନା ଅଧିବେଶନ କରାଯାଇଛି । କାର୍ଯ୍ୟକ୍ରମରେ ଗଡବା, ଓରାମ, ସାନ୍ତାଳି, ଏବଂ ଭୁମିଜ ଭଳି ଆଦିବାସୀ ଗୋଷ୍ଠୀମାନଙ୍କ ନୃତ୍ୟ ପରିବେଷଣ ହୋଇଥିଲା। ଆଦିବାସୀ କଳା, ହସ୍ତଶିଳ୍ପ ଏବଂ ସ୍ୱଦେଶୀ ଉତ୍ପାଦନ ର ୧୨ଟି ଷ୍ଟଲ ଏହି ଉତ୍ସବରେ ରହିଛି । ଓଡ଼ିଶା ମାଟିର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଏହାକୁ ରାଜ୍ୟର ପରିଚୟର କେନ୍ଦ୍ରବିନ୍ଦୁ ଭାବରେ ସ୍ଥାନିତ କରିବା, ଅନୁସୂଚିତ ଜାତି ସମ୍ପ୍ରଦାୟକୁ ସମର୍ଥନ କରିବା ତଥା ଆଦିବାସୀ କଳାକୁ ଲୋକଲୋଚନକୁ ଆଣିବା କଳିଙ୍ଗ ଉତ୍ସବ ର ଲକ୍ଷ୍ୟ ।
ଏହି ଉତ୍ସବ ଡିସେମ୍ବର ୨୪ ଓ ୨୫ ଦୁଇଦିନ ଧରି ଚାଲିବ । କଳିଙ୍ଗ ଉତ୍ସବରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା ଓ ନିର୍ଦ୍ଦେଶକ, କେନ୍ଦ୍ରୀୟ ଡ୍ରାମା ଓ ସଂସ୍କୃତି ବିଭାଗର ଏଚ୍ ଓ ଡି ପ୍ରଫେସର ରମେଶ ଚନ୍ଦ୍ର ଗୌ , ସଂସ୍କୃତି ବିଭାଗର ଯୁଗ୍ମ ସଚିବ ସଂଯୁକ୍ତ ମୁଦ୍ଗଲ , ଆଇଏମଏସର ନିର୍ଦ୍ଦେଶକ ଉପେନ୍ଦ୍ର ପାଢ଼ୀ ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଏସ ସି ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର