ETV Bharat / state

ବିଧାନସଭାରେ ଭେଦଭାବ କରୁଛନ୍ତି ବାଚସ୍ପତି: ବିଜେପି

author img

By ETV Bharat Odisha Team

Published : Sep 30, 2023, 7:30 AM IST

ବାଚସ୍ପତି ନିରପେକ୍ଷ ହେଉନଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

ବାଚସ୍ପତି ନିରପେକ୍ଷ ହେଉନଥିବା ଅଭିଯୋଗ ଆଣିଛି ବିଜେପି

ଭୁବନେଶ୍ବର: ବିଧାନସଭାରେ 2 ବିଜେପି ବିଧାୟକ ନେତାଙ୍କୁ ଅଶ୍ଲୀଳ ମନ୍ତବ୍ୟ ଦେବା ବିରୁଦ୍ଧରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ବିଧାନସଭା ଭିତରେ ବିଜେପି ପ୍ରତି ଏଭଳି ଆଭିମୁଖ୍ୟ ନେଇ ଭୁବନେଶ୍ୱର ଜିଲ୍ଲା ବିଜେପିର ପ୍ରତିବାଦ କରିଛି । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବନ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି କର୍ମୀ ଓ ନେତା ।

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି । ବାଚସ୍ପତିଙ୍କୁ ଡାଲି ପକାଇବା ଅଭିଯୋଗରେ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗକୁ ବିଧାନସଭା ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି ବାଚସ୍ପତି । ସେପଟେ ବିଧାନସଭାରେ ବାଚସ୍ପତିଙ୍କ ନିରପେକ୍ଷତା ଦେଖିବାକୁ ମିଳୁନାହିଁ । ବିଜେପି ଓ ଅନ୍ୟ ବିରୋଧୀ ଦଳଙ୍କୁ ବିଧାନସଭାରେ କହିବାକୁ ସୁଯୋଗ ମିଳୁନଥିବା ବିଜେପି ଅଭିଯୋଗ କରିଛି । ଯାହକୁ ନେଇ ମୁଖ୍ୟମନ୍ତ୍ରୀ, ଅରୁଣ ସାହୁ ଏବଂ ପ୍ରମିଳା ମଲ୍ଲିକଙ୍କ କୁଶ ପୁତ୍ତଳିକା ଦାହ କରି ବାଚସ୍ପତିଙ୍କ ଇସ୍ତଫା ଦାବି କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ...Assembly Session: ବାଚସ୍ପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ

ସୂଚନା ଥାଉକି, ଗତକାଲି(ଗୁରୁବାର) ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗି ସସ୍‌ପେଣ୍ଡ ହୋଇଥିଲେ ୨ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ । ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରିବା ପରେ ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡ଼ିୟମକୁ ଫିଙ୍ଗିଥିଲେ। ଏହା ପରେ ଉଭୟଙ୍କୁ ନିଲମ୍ବିତ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରସ୍ତାବ ଆଣିଥିଲେ । ବିଜେପିର ଦୁଇ ବିଧାୟକ ଗୃହ କାର୍ଯ୍ୟରେ ବାଧକ ଆଣୁଛନ୍ତି । ତେଣୁ ଗୃହ କାର୍ଯ୍ୟରୁ ସେମାନଙ୍କୁ ବାଦ ଦେବାକୁ ପ୍ରଶାନ୍ତ ମୋସନ ଆଣିଥିଲେ । ଯାହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି । ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଅଧିବେଶନର ଅବଶିଷ୍ଟ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ବିରୋଧୀଙ୍କୁ ଜନ ବିରୋଧୀ କହିବା ପ୍ରସଙ୍ଗ: ତାତିଲେ ବିରୋଧୀ, କହିଲେ କ୍ଷମତା ଅନ୍ଧରେ ବଢିଛି ଅହଂକାର

ବିଧାୟକ ମୁକେଶ ମହାଳିଙ୍ଗ ସସପେଣ୍ଡ ହେବା ପରେ କହିଥିଲେ, ‘‘ଡାଲି ଏକ ସିମ୍ବଲ । ବିରୋଧୀ ଦଳ ନେତାଙ୍କୁ ମନ୍ତବ୍ୟ ଦେବାକୁ ସୁଯୋଗ ଦିଆଯାଉନି। ପକ୍ଷପାତ କରାଯାଉଛି । ତେଣୁ ଆମେ ଏହାର ପ୍ରତିବାଦ କରିଥିଲୁ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.