ETV Bharat / state

ପର୍ଯ୍ୟଟନ ବିଭାଗ ରିପୋର୍ଟ କାର୍ଡ, 4 ବର୍ଷରେ ହୋଇଛି ଅଭୂତପୂର୍ବ ବିକାଶ: ପର୍ଯ୍ୟଟନ ମନ୍ତ୍ରୀ

author img

By

Published : May 28, 2023, 3:42 PM IST

ଗତ ୪ ବର୍ଷ ମଧ୍ୟରେ ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରର ଅଭୂତପୂର୍ବ ବିକାଶ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ରିପୋର୍ଟ କାର୍ଡ ଦେଲେ ପର୍ଯ୍ୟଟନ ମନ୍ତ୍ରୀ । ଅଧିକ ପଢନ୍ତୁ

Tourism department report card
Tourism department report card
4 ବର୍ଷରେ ହୋଇଛି ଅଭୂତପୂର୍ବ ବିକାଶ

ଭୁବନେଶ୍ବର: ପର୍ଯ୍ୟଟନ ବିଭାଗର ଅଗ୍ରଗତି ଓ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନେଇ ଶନିବାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର୍ଯ୍ୟଟନ କ୍ଷେତ୍ରରେ କେତେ ବିକାଶ ହୋଇଛି ସେନେଇ ତଥ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଗତ ୪ ବର୍ଷ ମଧ୍ୟରେ ଅଭୂତପୂର୍ବ ହୋଇଥିବା କହିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ।

ସମୀକ୍ଷା ବୈଠକରେ ପର୍ଯ୍ୟଟନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଓଡ଼ିଶା ପର୍ଯ୍ୟଟନ ସଫଳତାର ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ରାଜ୍ୟରେ ଜିଲ୍ଲା ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଗଠନ ପାଇଁ ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇଥିଲେ ମନ୍ତ୍ରୀ । ପର୍ଯ୍ୟଟନରେ ବ୍ୟବସାୟିକ ସୁଯୋଗ ଯୋଗାଇବା ପାଇଁ ଏସଏଚଜି ସହ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହି ଦୁଇଟି ପ୍ରତିଶ୍ରୁତିକୁ ପୂରଣ କରି ବିଭାଗ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨ ଅନୁଯାୟୀ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ସ୍ଥାନୀୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଗଠନ କରାଯାଇଛି । ଏହି ପରିଷଦଗୁଡ଼ିକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ । ଏହାବ୍ୟତୀତ ପର୍ଯ୍ୟଟନ ବିଭାଗ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଥିବା ୨୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବଂ ୧୨ଟି କାଫେଟେରିଆକୁ ମିଶନ ଶକ୍ତି ଏସଏଚଜିକୁ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଥିଲେ ସଂସ୍କୃତି ମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଥିଲେ, ''କୋଭିଡ୍ ମହାମାରୀ ସତ୍ତ୍ବେ ୨୦୨୧ରେ ରାଜ୍ୟରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୩୭ ଲକ୍ଷ ୪୨ ହଜାର୨୨୧ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ୨ ହଜାର ୨୬୯ ରହିଛି । ଯାହା ଆଗକୁ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । କୋଭିଡ୍ ଭଳି ମହାମାରୀ ଏବଂ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଦ୍ରୁତ ଅଭିବୃଦ୍ଧି ଲାଭ କରିଛି । ଗତ ୪ ବର୍ଷ ମଧ୍ୟରେ ୫୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ସହିତ ରାଜ୍ୟରେ ଅଗ୍ରଣୀ ଗ୍ଲୋବାଲ ହସ୍ପିଟାଲିଟି ଏବଂ ଆମୋଦ ପ୍ରମୋଦ ପାର୍କ ବ୍ରାଣ୍ଡ୍‌ର ପ୍ରବେଶ ସହିତ ଏହା ପ୍ରତିଫଳିତ ହୋଇଛି । ତାଜ୍ ଭିଭାନ୍ତା, ଆଇଟିସି ୱେଲ୍‌କମ୍‌, ଲେମନ୍ ଟ୍ରି', ପାର୍କ ହୋଟେଲ୍‌ ଏବଂ ନୋଭୋଟେଲ୍ ଭଳି ଗ୍ଲୋବାଲ୍ ହସ୍ପିଟାଲିଟି ବ୍ରାଣ୍ଡ୍‌ଗୁଡିକ ଭୁବନେଶ୍ବର ଓ ଗୋପାଳପୁରରେ ହୋଟେଲ ପ୍ରତିଷ୍ଠା ସହିତ ରାଜ୍ୟରେ ପ୍ରବେଶ କରିଛନ୍ତି । ତାଜ୍ ଗ୍ରୁପ୍ ସ୍ବସ୍ତି ଗ୍ରୁପ୍ ପୁରୀରେ ହୋଟେଲ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଭାରତର ଅଗ୍ରଣୀ ଆମୋଦପ୍ରମୋଦ ପାର୍କ ୱଣ୍ଡେରେଲା ଭୁବନେଶ୍ବରରେ ଦେଶର ଚତୁର୍ଥ ଆମୋଦ ପ୍ରମୋଦ ପାର୍କ ଖୋଲିବାକୁ ଯାଉଛି । ଏଭଳି ଅଗ୍ରଣୀ ପୁଞ୍ଜିନିବେଶକାରୀମାନେ ରାଜ୍ୟକୁ ପ୍ରବେଶ କରିବା ଦ୍ବାରା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ କେତେ ସମ୍ଭାବନା ସୃଷ୍ଟି କରିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି ।"

ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର କହିଥିଲେ , ''୨୦୨୨-୨୩ ବର୍ଷରେ ପର୍ଯ୍ୟଟନ ବିଭାଗର ବଜେଟ ୬୬୦ କୋଟି ଟଙ୍କା ହୋଇଥିବା ବେଳେ ୨୦୦୦-୦୧ ରେ ଏହା ୨.୬୭କୋଟି ଟଙ୍କା ଥିଲା। ଯାହା ଓଡ଼ିଶା ସରକାର ପର୍ଯ୍ୟଟନ କ୍ଷେତ୍ର ପ୍ରତି କେତେ ଗୁରୁତ୍ଵ ଦେଉଛନ୍ତି ତାହାକୁ ଦର୍ଶାଉଛି। ଏଥିରେ ୨୪୬.୧୯ ଗୁଣ ବୃଦ୍ଧି ଘଟିଛି । ଗତ ୨୩ ବର୍ଷ ମଧ୍ୟରେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି । ୨୦୦୦ ମସିହାରେ ରାଜ୍ୟ ପକ୍ଷରୁ ସ୍ବାଗତ କରାଯାଇଥିଲା ୨୮,୮୮,୩୯୨ ଜଣ ଘରୋଇ ପର୍ଯ୍ୟଟକ ଓ ୨୩,୭୨୩ ଜଣ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ । କୋଭିଡ ମହାମାରୀ ଆରମ୍ଭ ହେବା ପର୍ଯ୍ୟନ୍ତ ୨୦୧୯ ରେ ୧,୫୩,୦୭,୬୩୭ ଘରୋଇ ପର୍ଯ୍ୟଟକ (୪୩୩ ପ୍ରତିଶତ ବୃଦ୍ଧି) ଏବଂ ୧,୧୫, ୧୨୮ ଅନ୍ତର୍ଜାତୀୟ ପର୍ଯ୍ୟଟକ(୩୮୫ ପ୍ରତିଶତ ବୃଦ୍ଧି) ଆସିଥିଲେ। ''

ରାଜ୍ୟ ଭିତରେ ଉନ୍ନତମାନର ସଡ଼କ ଯୋଗାଯୋଗ ସହିତ, ଦେଶ ଏବଂ ଦେଶ ବାହାରେ ଥିବା ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବିମାନ ଯୋଗାଯୋଗ ବୃଦ୍ଧି, ଅପରାଧ ହାର କମ୍, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚମତ୍କାର ପରିବର୍ତ୍ତନ, ଦକ୍ଷତା ବିକାଶ, ଆଧାର ବୃଦ୍ଧି ଏବଂ ସ୍ଥିର ସରକାର ନିବେଶକଙ୍କ ଆତ୍ମବିଶ୍ବାସ ବଢ଼ାଉଛି । ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମ ଫଳରେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇବା ସହ ପର୍ଯ୍ୟଟନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ୫-ଟି ଢାଞ୍ଚା ଅନୁସାରେ ବିକଶିତ ହୋଇଥିବା ନୂତନ ଏବଂ ଅଭିନବ ପର୍ଯ୍ୟଟନ ଉତ୍ପାଦର ଦାୟିତ୍ଵପୂର୍ଣ ପରିକଳ୍ପନା ପାଇଁ ନିଆଯାଇଥିବା ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, "ରାଜ୍ୟର ୨୦୧୯ରେ ଗୋଟିଏ ସ୍ଥାନରୁ ଆରମ୍ଭ କରି ୨୦୨୨ରେ ୭ଟି ସ୍ଥାନକୁ ଇକୋ ରିଟ୍ରିଟ୍‌ର ସମ୍ପ୍ରସାରଣ କରାଯାଇଛି । ରାଜ୍ୟର ଜୈବ ବିବିଧତା ତଥା ପରିବେଶକୁ ଆକର୍ଷଣୀୟ ଶିବିର ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଏହାର ଲକ୍ଷ । ଏହି ପ୍ରକଳ୍ପ ମାଧ୍ୟମରେ କୋଣାର୍କର ରାମଚଣ୍ଡୀ ବେଳାଭୂମି ବ୍ୟତୀତ ସାତକୋଶିଆ, ଭିତରକନିକା, ହୀରାକୁଦ, ଦାରିଙ୍ଗବାଡି, ପୁଟସିଲ ଏବଂ ସୋନାପୁର ଭଳି ଅଧିକ ପର୍ଯ୍ୟଟନ ସମ୍ଭାବନା ଥିବା ସ୍ବଳ୍ପ ପରିଚିତ ପର୍ଯ୍ୟଟନ ସ୍ଥଳୀକୁ ଲୋକମାନଙ୍କ ନିକଟରେ ପରିଚିତ କରାଇବା ପାଇଁ ଏକ ପ୍ରୟାସ । ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ବିପିଏଲ୍‌ ପରିବାରର ୧୯ ହଜାରରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ତୀର୍ଥଯାତ୍ରାର ସୁବିଧା ଯୋଗାଇ ଦିଆଯାଇଛି ।"

ଓଡ଼ିଶା ପର୍ଯ୍ୟଟନ ଓ ଆଇଆରସିଟିସି ମଧ୍ୟରେ ସ୍ବାକ୍ଷରିତ ଏମଓୟୁ ଅନୁୟାୟୀ ୨୦ଟି ତୀର୍ଥଯାତ୍ରାର ଆୟୋଜନ କରାଯାଇଛି । ମିଳିତ ଜାତିସଙ୍ଘର ନିରନ୍ତର ବିକାଶ ଲକ୍ଷ୍ୟକୁ ଠିକ୍ ସମୟରେ ପୂରଣ କରିବା ପାଇଁ ସାରା ଓଡ଼ିଶାରେ ପର୍ଯ୍ୟଟନ ପ୍ରକଳ୍ପର ବିକାଶ ପାଇଁ ରାଜ୍ୟ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଓଡ଼ିଶା ପର୍ଯ୍ୟଟନ ନୀତି ପଦକ୍ଷେପ ରାଜ୍ୟକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବାରେ ସହାୟକ ହୋଇଛି । ପର୍ଯ୍ୟଟନ କ୍ଷେତ୍ରର ଚାହିଦାକୁ ଦୃଷ୍ଟିରେ ରଖି ୨୦୧୯-୨୦ରେ ୧୯୪.୧୦ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ରେ ଏହା ୨୪୦ ପ୍ରତିଶତ ବୃଦ୍ଧି ପାଇଁ ୬୬୦ କୋଟି ଟଙ୍କା ହୋଇଛି । ଫିକି, ସ୍କୋଚ୍, ଟ୍ରାଭେଲ, ଲିଜର, ଇଣ୍ଡିଆ ଟୁଡେ, UNWTO ଇତ୍ୟାଦି ବିଶିଷ୍ଟ ଶିଳ୍ପ ଅଂଶୀଦାରମାନଙ୍କଠାରୁ ମିଳିଥିବା ପୁରସ୍କାର ଏବଂ ସ୍ବୀକୃତି ସଂଖ୍ୟାରୁ ଏହା ସ୍ପଷ୍ଟ ହୋଇଛି ଯେ ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଇନ୍‌ବାଉଣ୍ଡ ପର୍ଯ୍ୟଟନ (Inbound tourism) ଆହୁରି ଅଧିକ ପ୍ରାଧାନ୍ୟ ଲାଭ କରିଛି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ସାରା ବିଶ୍ବରେ ଓଡିଶା ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ ବିଭାଗ ଦ୍ବାରା ନିରନ୍ତର ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.