ETV Bharat / state

କମିଲା କୋରୋନା କୋପ, କମିଲାନି ଟ୍ରେନ ଭଡା - ଯାତ୍ରୀବାହୀ ଟ୍ରେନ ଭଡ଼ା ବୃଦ୍ଧି

କୋରୋନାର ମହଙ୍ଗା ମାଡ଼ରେ ଯାତ୍ରୀବାହୀ ଟ୍ରେନ ଭଡ଼ା ବୃଦ୍ଧି ପାଇଥିଲା । ବୃଦ୍ଧି ପାଇଥିବା ଭଡ଼ାକୁ ପୁଣି ପୂର୍ବ ଭଳି ରଖିବାକୁ ରେଳଯାତ୍ରୀଙ୍କ ଦାବି । ଅଧିକ ପଢ଼ନ୍ତୁ

ବୃଦ୍ଧି ପାଇଥିବା ଟ୍ରେନ ଭଡ଼ା ହ୍ରାସ ନେଇ ଉଠିଲା ଦାବି

author img

By ETV Bharat Odisha Team

Published : Oct 20, 2023, 10:22 PM IST

ବୃଦ୍ଧି ପାଇଥିବା ଟ୍ରେନ ଭଡ଼ା ହ୍ରାସ ନେଇ ଉଠିଲା ଦାବି

ଭୁବନେଶ୍ବର: କୋରୋନାର ମହଙ୍ଗା ମାଡ଼ରେ ଯାତ୍ରୀବାହୀ ଟ୍ରେନ ଭଡ଼ା ବୃଦ୍ଧି ପାଇଥିଲା । କୋରୋନାର କୋପ କମି ସାରିଥିବା ବେଳେ ବଢ଼ିଥିବା ଟ୍ରେନ ଭଡା଼ ଏବେ ସୁଦ୍ଧା ସମାନ ରହିଛି । ଯାହାକୁ ନେଇ ରାଳରେ ଯାତ୍ରା କରୁଥିବା ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ବୃଦ୍ଧି ପାଇଥିବା ଭଡ଼ାକୁ ପୁଣି ପୂର୍ବ ଭଳି ରଖିବାକୁ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ।

ପୂର୍ବତଟ ରେଳବାଇ ଅଧିନରେ କେବଳ ଓଡି଼ଶାରେ 30ରୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁଛି । ଯାହାକି କୋଭିଡ ସମୟରେ ଉଚ୍ଚ ଭଡା଼ ବିଶିଷ୍ଟ ସେବାରେ ପରିଣତ ହୋଇଥିଲା । କୋଭିଡ଼ ଅପସରି ଥିବା ପରେ ମଧ୍ୟ କୋଭିଡ଼ ସମୟର ନିୟମିତକରଣକୁ ପ୍ରିମିୟମ ହାରରେ ଚଳାଉଛି । ଯଦିଓ ଏହି ଟ୍ରେନ ଗୁଡିକର ଭଡା ବହୁତ କମ୍ ରହିଥାଏ । ତେବେ ନିୟମିତ ଭଡା ତୁଳନାରେ ପ୍ରାୟ 80% ଅଧିକ ରହିଛି । ଏହି ପାସେଞ୍ଜର ଟ୍ରେନ୍ ଗୁଡିକ ସମସ୍ତ ଷ୍ଟେସନରେ ଅଟକି ରହିଥାନ୍ତି । ଯଦି ଦେଖାଯାଏ ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଟିକଟ କୋଭିଡ୍ ପୂର୍ବରୁ 40 ଟଙ୍କା ରହୁଥିବା ବେଳେ ବର୍ତ୍ତମାନ ଯାତ୍ରୀମାନଙ୍କୁ ଏହି ପାସେଞ୍ଜର ଟ୍ରେନରେ ସମାନ ମାର୍ଗ ପାଇଁ 70 ଟଙ୍କା ଦେବାକୁ ପଡ଼ୁଛି । ଏଥିରେ ଟ୍ରେନରେ କମ ଦୂରତା ଯାତ୍ରା କରୁଥିବା ଯାତ୍ରୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାପୂର୍ବରୁ 10 କିଲୋମିଟର ଯାତ୍ରା ପାଇଁ ସର୍ବନିମ୍ନ ଭଡା 10 ଟଙ୍କା ଥିଲା ବର୍ତ୍ତମାନ ଏହି ସ୍ୱତନ୍ତ୍ର ଟ୍ରେନରେ ଟିକେଟ ମୂଲ୍ୟ 30 ଟଙ୍କା ରହିଛି ।

ରାଜ୍ୟର ଅଧିକ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ଅଧିକାଂଶ ଯାତ୍ରୀ ପାସେଞ୍ଜର ଟ୍ରେନ ବ୍ୟବହାର କରନ୍ତି । ଭଦ୍ରକରୁ କଟକ, ଅନୁଗୋଳରୁ ପୁରୀ, କଟକରୁ ପଲାସା, ଝାରସୁଗୁଡ଼ାରୁ ସମ୍ବଲପୁର ଭଳି ମାର୍ଗରେ ଏହି ସ୍ୱତନ୍ତ୍ର ଟ୍ରେନ୍ ଚାଲୁଛି । ବର୍ତ୍ତମାନର ଓ ପୂର୍ବ ଟିକେଟ ଦର ଦେଖିଲେ, ଭୁବନେଶ୍ୱରରୁ ବ୍ରହ୍ମପୁର କୋଭିଡ୍ ପୂର୍ବରୁ 40 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା 70 ଟଙ୍କା ରହିଛି । ସେହିପରି ଭଦ୍ରକରୁ ଭୁବନେଶ୍ୱର କୋଭିଡ୍ ପୂର୍ବରୁ 35 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ସମୟରେ ଟିକେଟ ମୂଲ୍ୟ ରହିଛି 65 ଟଙ୍କା । ପୁରୀ ତାଳଚେର ମଧ୍ୟରେ କୋଭିଡ୍ ପୂର୍ବରୁ 35 ଟଙ୍କା ଟିକେଟ ମୂଲ୍ୟ ରହିଥିବା ବେଳେ ଏହା ବର୍ତ୍ତମାନ 65 ଟଙ୍କା ରହିଛି । ସେହିପରି ଭାବରେ କୋରାପୁଟ ଠାରୁ ରାୟଗଡ଼ା ମଧ୍ୟରେ କୋଭିଡ୍ ପୂର୍ବରୁ 40 ଟଙ୍କା ମୂଲ୍ୟ ରହିଥିବା ବେଳେ ବର୍ତ୍ତମାନ ଏହାର ମୂଲ୍ୟ 75 ଟଙ୍କା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ....ରେଳ ଯାତ୍ରାରେ ନୂଆ ଅଧ୍ୟାୟ, ଦେଶର ପ୍ରଥମ ରାପିଡ ଟ୍ରେନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ପୂର୍ବରୁ ଯେଉଁ ଭଳି ଭାବରେ ଟ୍ରେନ ଟିକେଟରେ ଭଡ଼ା ଧାର୍ଯ୍ୟ କରାଯାଇଥିଲା ବର୍ତ୍ତମାନ ଏହା ବହୁ ଗୁଣରେ ଅଧିକ ରହିଛି । ଏହି ଭଡ଼ା ଗରିବ ଶ୍ରେଣୀର ଲୋକମାନଙ୍କ ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଉଛି । ଅନ୍ୟ ଜଣେ ରେଳଯାତ୍ରୀ କହିଛନ୍ତି ଯେ, ସେ ପ୍ରତ୍ୟେକ ଦିନ କଟକରୁ ଭୁବନେଶ୍ୱର ଟ୍ରେନ ଯୋଗେ ଯିବା ଆସିବା କରନ୍ତି । ପୂର୍ବ ଅପେକ୍ଷା ବର୍ତ୍ତମାନ ଟ୍ରେନ ଟିକେଟ ମୂଲ୍ୟ ବଢ଼ିଛି । ଟିକେଟ ମୂଲ୍ୟ ବଢ଼ିଲେ ମଧ୍ୟ ଯିବା ଆସିବା କରିବାକୁ ପଡୁଛି । ତେବେ ଏନେଇ ପୂର୍ବତଟ ରେଳବାଇକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.