ETV Bharat / state

ବିଜେଡି ବିଜେପିର ଆନ୍ଦୋଳନ, ଟ୍ରାଫିକ ଜାମରେ ପେସି ହେଲ ରାଜଧାନୀବାସୀ - ଭୁୂବନେଶ୍ବରରେ ଟ୍ରାଫିକ ଜାମ

ବିଜେଡି ବିଜେପିର ଆନ୍ଦୋଳନ ଯୋଗୁଁ ଭୁବନେଶ୍ବରରେ ଟ୍ରାଫିକ୍‌ ଜାମ । ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହିଲା ଯାତାୟତ । ଅଧିକ ପଢନ୍ତୁ

traffic jam in bhubaneswar due to bjd bjp protest

author img

By

Published : Feb 14, 2023, 2:33 PM IST

traffic jam in bhubaneswar due to bjd bjp protest

ଭୁବନେଶ୍ବର: ରାଜଧାନୀରେ ବିଗିଡିଲା ଟ୍ରାଫିକ ସମସ୍ୟା । ଟ୍ରାଫିକ ଜାମ ହେବାରୁ ହନ୍ତସନ୍ତ ଲୋକେ । ବିଜେପି ବିଜେଡିର ଆନ୍ଦୋଳନ ଯୋଗୁଁ ଟ୍ରାଫିକରେ ଫସିଲେ ସାଧାରଣ ଜନତା। ଡହ ଡହ ଖରାରେ ଅଟକି ରହିଲା ଶହ ଶହ ଯାନବାହନ । ରାଜଧାନୀର ମୁଖ୍ୟ କଳ୍ପନା ଛକ, ରାଜମହଲ ଛକ, ମାଷ୍ଟରକ୍ୟାଣ୍ଟିନ ଛକ, ଶିଶୁଭବନ ଛକ ଓ ରାଜଭବନ ଛକରେ ଆଜି ଟ୍ରାଫିକ ଜାମ ହୋଇଥିବା ଦେଖିବାକୁ ମିଳିଥିଲା । ଫଳରେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସାଧାରଣ ଜନତା ।

ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ତିନିଦିନିଆ ଆନ୍ଦୋଳନକୁ ଓହ୍ଳାଇଛି ରାଜ୍ୟ ବିଜେପି । ଏନେଇ ଏଜି ଛକରେ ବିଜେପି ତରଫରୁ ଆନ୍ଦୋଳନ ଜାରି ରହିଛି । ସେହିପରି କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାଜଭବନରେ ଆନ୍ଦୋଳନ କରୁଛି । ଫଳରେ କଳ୍ପନା ଛକ,ରାଜମହଲ ମାଷ୍ଟରକ୍ୟାଣ୍ଟିନ ,ଶିଶୁଭବନ ଓ ରାଜଭବନରେ ଆଜି ଟ୍ରାଫିକ ଜାମ ହୋଇଥିଲା । ଆନ୍ଦୋଳନ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଥିବା ବେଳେ ଟ୍ରାଫିକ ପୋଲିସ କଣ କରୁଛି ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ବିଜେପି ନେତା ବାବୁ ସିଂହ କହିଛନ୍ତି ଯେ, ''ଟ୍ରାଫିକ ଜାମ ହୋଇଥିବାରୁ ଲୋକେ ହଇରାଣ ହେଉଛନ୍ତି । ଏଥିପାଇଁ ଆମେ ଦୁଃଖିତ । ବିଜେଡି ରାଜଭବନରେ ଆନ୍ଦୋଳନ କରୁଛି ସେମାନେ କଣ ଏହା ଜାଣିପାରୁ ନାହାନ୍ତି । ରାଜ୍ୟରେ ଭ୍ରଷ୍ଟାଚାରୀ ସରକାରକୁ ହଟାଇବା ପାଇଁ କିଛିନା କିଛି କରିବାକୁ ପଡିବ । ଇଂରେଜଙ୍କୁ ହଟାଇବାକୁ ଅନେକ ଭାରତୀୟ ଶହୀଦ ହୋଇଥିଲେ । ଭ୍ରଷ୍ଟାଚାରୀ ସରକାରକୁ ହଟାଇବାକୁ ଭାରତୀୟ ଜନତା ପାର୍ଟି ସଂକଳ୍ପବଦ୍ଧ ହୋଇଛି । ଆଜି ଯେଉଁମାନେ ଟ୍ରାଫିକ ଜାମ୍‌ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ । କିନ୍ତୁ ଏହି ଲଢେଇ ହେଉଛି ସାଧାରଣ ଲୋକଙ୍କ ଲଢେଇ । ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଏହି ଲଢେଇ । ଆଉ ଏଥିପାଇଁ ରାଜ୍ୟ ସରକାର ଦାୟୀ । ଯେଉଁଠି ୨୩ ବର୍ଷର ସରକାର ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ଏଥିସହ ବିଧାୟକଙ୍କୁ ମଧ୍ୟ ନ୍ୟାୟ ଦେଇ ପାରୁନାହିଁ । ତେବେ କିଭଳି ଭାବେ ମମିତାଙ୍କ ପରିବାରକୁ ନ୍ୟାୟ ଦେବ, କିଭଳି ପରିବାରକୁ ନ୍ୟାୟ ଦେବ ଓ ସାଧାରଣ ଲୋକେ ନ୍ୟାୟ କିପରି ପାଇବେ । ସାଢେ ଚାରି କୋଟି ଲୋକଙ୍କ ପାଇଁ ଆମର ଏହି ଲଢେଇ । ଏହାକୁ ଆଗକୁ ମଧ୍ୟ ଆହୁରି ଶାଣିତ କରାଯିବ ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.