ETV Bharat / state

ଶହୀଦଙ୍କ କଫିନରେ ବିଜେଡ଼ି ପତାକା, 3 ନେତା ନିଲମ୍ବିତ

ଶହୀଦଙ୍କ କଫିନରେ ଦଳୀୟ ପତାକା ଘୋଡାଇ ଅଡୁଆରେ ବିଜେଡି । ବିଭିନ୍ନ ରାଜନୈତିକ ଦଳର ନିନ୍ଦା ପରେ ବିଜେଡ଼ି ନେଲା କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ କଟକର ତିନି ନେତା ।

author img

By

Published : Jun 21, 2019, 8:30 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର: ପୁଲୱାମାରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିବା ବୀର ଓଡ଼ିଆ ଯବାନ ଅଜିତ ସାହୁଙ୍କ ମରଶରୀର ଉପରେ ବିଜେଡି ପତାକା ରଖା ଘଟଣାରେ ଦଳ ନେଇଛି କାର୍ଯ୍ଯାନୁଷ୍ଠାନ ।

ଏହି ଘଟଣାରେ କଟକ ଜିଲ୍ଲାର ବିନୋଦ କୁମାର ମାଝି, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ ଦାସଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଜେଡ଼ି ସାଧାରଣ ସଂପାଦକ ବିଜୟ କୁମାର ନାୟକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି ।

bjd leader
ଫଟୋ ସୌଜନ୍ଯ: ସମ୍ବାଦଦାତା,ଭୁବନେଶ୍ବର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡସୁଆଁଳ ଗ୍ରାମକୁ ଶହୀଦଙ୍କ ପାର୍ଥିବ ଶରୀର ଆସୁଥିବାବେଳେ ବିଜେଡ଼ି ପତାକା ପକାଯାଇଥିଲା । ଯାହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଏହାପରେ ବିଜେଡ଼ି ଘଟଣାର ତର୍ଜମା କରି ତିନି ନେତାଙ୍କୁ ଦଳରୁ ନିଲମ୍ବିତ କରିଥିବା କହିଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

asda

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.