ETV Bharat / state

ISI ଲିଙ୍କରେ ଓଡିଶାରୁ ଧରାପଡିଲେ ୩ଜଣ, ଶତୃରାଷ୍ଟ୍ର ସହ କରୁଥିଲେ ଦେଶବିରୋଧୀ ଷଡ଼ଯନ୍ତ୍ର ! - ଓଡ଼ିଶାରେ ଥାଇ ପାକିସ୍ତାନକୁ ଦେଉଥିଲେ ତଥ୍ୟ

ଆଇଏସଆଇ ଲିଙ୍କରେ ଓଡ଼ିଆ । ସିମକାର୍ଡ ସଂଗ୍ରହ କରି ଓଟିପି ପଠାଇ ଶତୃରାଷ୍ଟ୍ରକୁ କରୁଥିଲେ ସହଯୋଗ । ତିନି ଜଣଙ୍କୁ ଗିରଫ କଲା ଏସଟିଏଫ ଟିମ । ଅଧିକ ପଢନ୍ତୁ

otp sharing scam
otp sharing scam
author img

By

Published : May 14, 2023, 3:24 PM IST

Updated : May 14, 2023, 3:45 PM IST

ଶତୃରାଷ୍ଟ୍ର ସହ କରୁଥିଲେ ଦେଶବିରୋଧୀ ଷଡ଼ଯନ୍ତ୍ର

ଭୁବନେଶ୍ବର: ଓଡ଼ିଶାରେ ଥାଇ ପାକିସ୍ତାନକୁ ଦେଉଥିଲେ ତଥ୍ୟ । ସିମକାର୍ଡ ସଂଗ୍ରହ କରି ଓଟିପି ପଠାଇ ଶତୃରାଷ୍ଟ୍ରକୁ କରୁଥିଲେ ସହଯୋଗ । ଏଥିପାଇଁ ପାଉଥିଲେ ପାକିସ୍ତାନ ଏଜେଣ୍ଟ୍‌ଠାରୁ ଆର୍ଥିକ ଅନୁଦାନ । ପାକିସ୍ତାନ ଗୁଇନ୍ଦା ସହ ବା ଆଇଏସଆଇ ଭଳି ସଂସ୍ଥା ସହ ଲିଙ୍କ୍‌ ଥିବାରୁ ତିନି ଜଣ ଅପରଧିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ । ଗିରଫ ଅଭିଯୁକ୍ତ ହେଉଛନ୍ତି ଆଇଟିଆଇ ଶିକ୍ଷକ ପଠାଣିସାମନ୍ତ ଲେଙ୍କା, ସୌମ୍ୟ ପଟ୍ଟନାୟକ ଓ ସରୋଜ କୁମାର ନାୟକ । ନୟାଗଡର ବିଭିନ ସ୍ଥାନରୁ ତିନି ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ ଟିମ୍‌ । ସେମାନଙ୍କଠାରୁ ଲ୍ୟାପ୍‌ଟପ୍ ଓ ସିମ୍‌କାର୍ଡ ସହ ଏଟିଏମ୍ ଜବତ କରାଯାଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏସଟିଏଫ ସୂଚନା ଅନୁଯାୟୀ, ବେଆଇନ ଉପାୟରେ ଆକ୍ଟିଭ ସିମକାର୍ଡ ହାତଉଥିଲେ ଏହି ତିନି ଅଭିଯୁକ୍ତ । ପରେ ସେହି ସିମ୍‌କାର୍ଡରୁ ପାକିସ୍ତାନକୁ ଓଟିପି ପଠାଉଥିଲେ‌ । ପାକିସ୍ତାନର ଏଜେଣ୍ଟ ଏହି ସବୁ ଆକ୍ଟିଭ ନମ୍ବର ଜରିଆରେ ବିଭିନ୍ନ ହ୍ବାଟସପ୍‌ଠୁ ଆରମ୍ଭ କରି ଟେଲିଗ୍ରାମ, ଫେସ୍‌ବୁକ୍‌, ଫ୍ଲିପ୍‌କାର୍ଟରେ ଆକାଉଣ୍ଟ ଆକ୍ଟିଭ କରୁଥିଲେ । ପରେ ସେହି ଆକାଉଣ୍ଟ ଜରିଆରେ ବିଭିନ୍ନ ଦାୟିତ୍ବରେ ଥିବା ଦେଶ ସୁରକ୍ଷା ସମ୍ପର୍କିତ ତଥ୍ୟ ହାସଲ ପାଇଁ ହନିଟ୍ରାପ୍‌ ଭଳି ଜାଲ ବିଛାଇ ବିଭିନ୍ନ ଲୋକଙ୍କୁ ଟ୍ରାପ୍‌ କରୁଥିଲେ । ଅର୍ଥାତ୍ ଏହି ସବୁ ଆକାଉଣ୍ଟ ଜରିଆରେ ପାକିସ୍ତାନ ଏଜେଣ୍ଟ୍‌ ଆମ ଦେଶର ଲୋକଙ୍କୁ ମିଛ ପରିଚୟ ଦେଇ ବନ୍ଧୁତା ସ୍ଥାପନ ବା ବିଭିନ୍ନ ସୁନ୍ଦରୀ ଯୁବତୀଙ୍କ ଲୋଭନୀୟ ଅଫର ଦେଖାଇ ଫସାଇବା ପରେ ଦେଶ ବିରୋଧୀ କାର୍ଯ୍ୟ ରଚୁଥିଲେ ।

କେବଳ ସେତିକି ନୁହେଁ ଏହି ସବୁ ଓଟିପି ଜରିଆରେ ଆକ୍ଟିଭ ସୋସିଆଲ ମିଡ଼ିଆ ଜରିଆରେ ଦେଶରେ ଅରାଜକତା ସୃଷ୍ଟିକାରୀ ତଥ୍ୟ ପ୍ରସାର କରିବା ଓ ଦେଶ ବିରୋଧୀ ନାରା ମଧ୍ୟ ପ୍ରସାର କରୁଥିଲେ । ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ଭଳି ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଭଳି ପରିସ୍ଥିତି ଉପୁଜାଇବା ସୃଷ୍ଟି କରୁଥିଲେ । ଏପରିକି ଏହି ନମ୍ବର ବ୍ୟବହାର କରି ଦେଶର ବିଭିନ୍ନ ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଦେଶ ବିରୋଧୀ ଯୋଜନା କରୁଥିଲେ ।

ତେବେ ଏହିସବୁ ପାଇଁ ଓଡ଼ିଶାରୁ ଥିବା ମୋବାଇଲ ନମ୍ବରରେ ଓଟିପି ପଠାଉଥିବା ବ୍ୟକ୍ତି ଆର୍ଥିକ ଅନୁଦାନ ପାଉଥିଲେ । ପାକିସ୍ତାନ ଏଜେଣ୍ଟ୍‌ଠାରୁ ବିଭିନ‌୍ନ ପର୍ଯ୍ୟାୟରେ ବିଭିନ୍ନ ଆକାଉଣ୍ଟ୍‌ରେ ଟଙ୍କା ମଧ୍ୟ ନେଉଥିଲେ । ସେସବୁ ଟଙ୍କାକୁ ବିଭିନ୍ନ ଆକାଉଣ୍ଟ୍‌ ଜରିଆରେ ଟଙ୍କା ଉଠାଇଥିବା ଏଟିଏମ୍‌ ମଧ୍ୟ ଜବତ କରିଛି ଏସଟିଏଫ ଟିମ୍ । ତେବେ ଏମାନେ ଦୀର୍ଘଦିନ ଧରି ଏପରି କାମ କରୁଥିଲେ । ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ସୂଚନା ଆଧାରରେ ଏପରି ତଥ୍ୟ‌ ସଂଗ୍ରହ କରି ନୟାଗଡ଼ରୁ 3 ଅଭିଯୁକ୍ତଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ ଟିମ୍ । ବର୍ତ୍ତମାନ ସୁଦ୍ଧା ଏମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲଗାଇ ନାହିଁ ପୋଲିସ । ଏନେଇ ତଦନ୍ତ ଜାରି ରଖିଛି ଏସଟିଏଫ ଟିମ୍ । ରାଜସ୍ଥାନ ହନିଟ୍ରାପ ମାମଲାରେ ଏହି ତିନି ଅଭିଯୁକ୍ତ ସାମିଲ ଥିବା ଏସ୍‌ଟିଏଫ୍‌ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 14, 2023, 3:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.