ETV Bharat / state

ବିଭୀଷଣ ଉପାଖ୍ୟାନ ! 80% BJD ବିଧାୟକ ଆମ ଟଚ୍‌ରେ ଅଛନ୍ତି: ବିଜେପି - ବିଧାୟକ ସାଂସଦ ଆମ ଟଚରେ ଅଛନ୍ତି କହିଲା ବିଜେପି

ପୃଥ୍ବୀରାଜ କହିଛନ୍ତି, ‘‘ବିଜେଡିରେ ଅଛନ୍ତି 100ରୁ ଉର୍ଦ୍ଧ୍ବ ବିଭୀଷଣ । ବିଜେଡିର 80 ପ୍ରତିଶତ ନେତୃତ୍ବ ଦଳ ଛାଡିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି । ବିଜେଡିର ଯେଉଁ ନେତା ମାନେ ରାବଣ ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି ସେମାନେ ସମସ୍ତେ ବିଜେପି ସହ ଜଡିତ ହେବେ । ଏଭଳି ବିସ୍ଫୋରଣ ବୟାନ ଦେଇଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।’’ ଅଧିକ ପଢନ୍ତୁ

ବିଜେଡିର ହେବ ବିସ୍ଫୋରଣ! ବିଧାୟକ ସାଂସଦ ଆମ ଟଚରେ ଅଛନ୍ତି: ବିଜେପି

author img

By

Published : Jun 1, 2023, 10:42 PM IST

ବିଜେଡିର ହେବ ବିସ୍ଫୋରଣ! ବିଧାୟକ ସାଂସଦ ଆମ ଟଚରେ ଅଛନ୍ତି: ବିଜେପି

ଭୁବନେଶ୍ବର: ବିଜେଡିରେ ଅଛନ୍ତି 100ରୁ ଉର୍ଦ୍ଧ୍ବ ବିଭୀଷଣ । ବିଜେଡିର 80 ପ୍ରତିଶତ ନେତୃତ୍ବ ଦଳ ଛାଡିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି । ବିଜେଡିର ଯେଉଁ ନେତା ମାନେ ରାବଣ ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି ସେମାନେ ସମସ୍ତେ ବିଜେପି ସହ ଜଡିତ ହେବେ । ଏଭଳି ବିସ୍ଫୋରଣ ବୟାନ ଦେଇଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।

ପୃଥ୍ବୀରାଜ କହିଛନ୍ତି, ‘‘ବିଜେଡିରେ ଅଛନ୍ତି 100ରୁ ଉର୍ଦ୍ଧ୍ବ ବିଭୀଷଣ । ବିଜେଡିର 80 ପ୍ରତିଶତ ନେତୃତ୍ବ ଦଳ ଛାଡିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି । ବିଜେଡିର ଯେଉଁ ନେତା ମାନେ ରାବଣ ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି ସେମାନେ ସମସ୍ତେ ବିଜେପି ସହ ଜଡିତ ହେବେ । ଏଭଳି ବିସ୍ଫୋରଣ ବୟାନ ଦେଇଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।’’

ପୃଥ୍ବୀରାଜ ଆହୁରି କହିଛନ୍ତି ବିଜେଡି ବିଧାୟକ ମାନେ ବିଜେପି ସମ୍ପର୍କରେ ଥିବା କଥାରେ ସତ୍ୟତା ଅଛି । ରାବଣର ସାମ୍ରାଜ୍ୟକୁ ଶେଷ କରିବା ପାଇଁ ଜଣେ ବିଭୀଷଣର ଆବଶ୍ୟକତା ଥିଲା । ଏବେ ବିଜେଡିରେ ଏବଂ ରାଜ୍ୟ ସରକାରରେ ଭ୍ରଷ୍ଟାଚାର, ଅନାଚାର ଏବଂ ଏକଛତ୍ରବାଦ ଚାଲିଛି । ଏହାକୁ ଶେଷ କରିବାକୁ ବିଜେଡିରୁ 100ରୁ ଉର୍ଦ୍ଧ୍ବ ବିଭୀଷଣ ହୋଇ ବିଭିନ୍ନ ନେତୃତ୍ବ ବାହାରିବେ ଏବଂ ଧର୍ମର ସାଥ ଦେବେ । ତାହାର ପରିଣାମ ଆଗାମୀ ଦିନରେ ଓଡ଼ିଶା ରାଜନୀତି ଦେଖିବ ।

ପୃଥ୍ବୀରାଜ ଆହୁରି କହିଛନ୍ତି ରାଜ୍ୟ ସଭାପତିଙ୍କ କଥାରେ ପୁରା ସତ୍ୟତା ଅଛି । ବିଜେଡିର 80 ପ୍ରତିଶତ ନେତୃତ୍ବ ଦଳ ଛାଡିବା ମାନସିକ ସ୍ତରରେ ପାଇଁ ପ୍ରସ୍ତୁତ ଅଛନ୍ତି । କାହାକୁ ବିଜେପି ନେବ ତାହା ସମୟ ଉପରେ ନିର୍ଭର କରୁଛି । ବିଜେଡିରେ ଭାଗ ଭାଗ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଗାମୀ ଦିନରେ ନୂଆ ଉଦାହରଣ ସୃଷ୍ଟି ହେବ । ବିଜେଡିର ଯେଉଁ ନେତା ମାନେ ରାବଣ ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି ସେମାନେ ସମସ୍ତେ ବିଜେପି ସହ ଜଡିତ ଅଛନ୍ତି ।

ସେପଟେ ଦଳୀୟ ସାଂସଜ ଜୁଏଲ ଓରାମ କହିଛନ୍ତି, ବିଜେଡିର ସାଂସଦ ଏବଂ ବିଧାୟକମାନେ ତାଙ୍କ ସରକାର କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି । ଏଇଟା ମୋତେ ଜଣା ଅଛି । କିନ୍ତୁ ବ୍ୟକ୍ତିଗତ ସ୍ତରରେ କଥାବାର୍ତ୍ତା ଚାଲିଛି । ଆଗକୁ ବିସ୍ଫୋରଣ ହୋଇପାରେ । ସରକାର କାମରେ ବହୁ ସାଂସଦ ଏବଂ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି ବହୁ ଲୋକଙ୍କୁ ଜଣା । ସାଙ୍ଗ ସାଥି କଥା ବାର୍ତ୍ତା ଅଛି, ଆଗକୁ ରାଜନୈତିକ ନିଷ୍ପତି କଣ ନେବେ କହି ହେବନି । କାରଣ ପ୍ୟାରୀ ବାବୁ ଅପରେସନ ବେଳେ ବହୁତ ଲୋକ ରାଜନୈତିକ କ୍ଷତି ସହିଛନ୍ତି । ତେଣୁ ଏବେ ଅପରେସନ ହବକି ନାହିଁ ଜଣା ନାହିଁ କିନ୍ତୁ ବହୁ ନେତା ଅସନ୍ତୁଷ୍ଟ ଅଛନ୍ତି ।

ଜୁଏଲ କହିଛନ୍ତି ବିଜେପି ଅପରେସନ କାହିଁକି କରିବ ? ଆମେ ଆମ ଦଳୀୟ କାର୍ଯ୍ୟକ୍ରମ କରୁଛୁ, ଶାସକ ଦଳରେ ମିଳିତ କାର୍ଯ୍ୟ କରିଥିଲୁ । ତେଣୁ ବହୁତ ଲୋକଙ୍କ ସହିତ ବ୍ୟକ୍ତିଗତ ପରିଚୟ ଅଛି। ସେମାନେ ସରକାରଙ୍କ କାମ କାର୍ଯ୍ୟରେ ନାରାଜ ଅଛନ୍ତି । କେବେ ବିସ୍ଫୋରଣ ହେବ କହି ହେବନି । ରାଜ୍ୟ ସଭାପତି ତାଙ୍କ ସହ ଅଧିକ ଟଚରେ ଥିବେ, ଆମେ ରାଜନୈତିକ ନିର୍ଣ୍ଣୟ କରିବା ଲୋକ ନୁହେଁ କେବଳ ବ୍ୟକ୍ତିଗତ ସମ୍ପର୍କ ଆଧାରରେ ଟଚରେ ଅଛୁ ତେଣୁ ଜାଣିଛୁ । କାହା ଉପରେ ଅସନ୍ତୁଷ୍ଟ ଅଛନ୍ତି ସେଇଟା କହି ହେବ ନାହିଁ, ଆପଣ ଜାଣିଛନ୍ତି ସରକାର କିଏ ଚଳାଉଛି, ମୁଖ୍ୟମନ୍ତ୍ରୀ କିଏ ସରକାର କିଏ ଚଳାଉଛି ? ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ବିଫଳତା କାର୍ଯ୍ୟ ଉପରେ ଆମେ ଜନଜାଗରଣ କରୁଛୁ । ତେଣୁ ଲୋକମାନେ କେବେ ଆମକୁ ବିଶ୍ବାସ କରିବେ ଏବଂ ଆମକୁ ଜନାଦେଶ ଦେବେ ଆଶା ରଖିଛୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.