ETV Bharat / state

ବୋଲଗଡର ବୃଦ୍ଧ ଦମ୍ପତିଙ୍କୁ ଆଶ୍ରୟ ଦେଇଛି ସ୍କୁଲ ବାରଣ୍ଡା - old couple staying in school baranda

ସ୍କୁଲ ବାରଣ୍ଡା ପାଲଟିଛି ରୋଷେଇ ଘର । ସେଇଠି ଖାଇବା ଆଉ ସେଇଠି ଶୋଇବା । ଯେଉଁ ବୟସରେ ପୁଅ ବୋହୁଙ୍କ ପାଖରେ ରହି ନାତି ନାତୁଣୀ ସହ ସମୟ ଅତିବାହିତ କରିବା କଥା ସେଇ ବୟସରେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ମୁଗମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ସମ୍ପୂର୍ଣ୍ଣ ପଢନ୍ତୁ..

ବୋଲଗଡର ବୃଦ୍ଧ ଦମ୍ପତିଙ୍କୁ ଆଶ୍ରୟ ଦେଇଛି ସ୍କୁଲ ବାରଣ୍ଡା

author img

By

Published : Nov 15, 2020, 7:24 PM IST

ଖୋର୍ଦ୍ଧା: ସ୍କୁଲ ବାରଣ୍ଡା ପାଲଟିଛି ରୋଷେଇ ଘର । ସେଇଠି ଖାଇବା ଆଉ ସେଇଠି ଶୋଇବା । ଯେଉଁ ବୟସରେ ପୁଅ ବୋହୁଙ୍କ ପାଖରେ ରହି ନାତି ନାତୁଣୀ ସହ ସମୟ ଅତିବାହିତ କରିବା କଥା ସେଇ ବୟସରେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ । ପରିଣତ ବୟସରେ ପୁଅ ବୋହୂ ଘରୁ ତଡିଦେବା ପରେ ସ୍କୁଲ ବାରଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି ଏହି ବୃଦ୍ଧ ଦମ୍ପତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ମୁଗମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ।

ବୋଲଗଡର ବୃଦ୍ଧ ଦମ୍ପତିଙ୍କୁ ଆଶ୍ରୟ ଦେଇଛି ସ୍କୁଲ ବାରଣ୍ଡା

ଫୋନି ବାାତ୍ୟାରେ ଝାଟିମାଟି ଘର ଭାଙ୍ଗିଯିବା ପରେ ପୁଅ ପାଖକୁ ରହିବାକୁ ଯାଇଥିଲେ । ହେଲେ ପୁଅ ବି ପର କରିଦେଲା । ଶେଷରେ ଗାଁ ଲୋକଙ୍କୁ ନେହୁରା ହୋଇ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି ଏହି ଦମ୍ପତି ।

ବୋଲଗଡ ବ୍ଳକ ଗୋପାଳପୁର ପଞ୍ଚାୟତ ମୁଗମୁଣ୍ଡା ଗ୍ରାମର ଜଟ ମହାରଣା ଓ ସ୍ତ୍ରୀ ମନି ମହାରଣା ଦୁହେଁ ବୟସର ଅପରାହ୍ନରେ ପହଂଚିଲେଣି । ପୁଅ ଟିଏ ଜନ୍ମ କରିଥିଲେ ଅନ୍ତତଃ ବୃଦ୍ଧ ଅବସ୍ତାରେ ସେମାନଙ୍କ ଆଶାର ବାଡି ହେବ। ହେଲେ ପୁଅ ବୋହୁ ମିଶି ତଡ଼ିଦେବା ସହ ରହୁଥିବା ଘର ଭାଙ୍ଗି ଯିବା ଫଳରେ ଜଟ ଓ ତାଙ୍କ ସ୍ତ୍ରୀ ଗାଁର ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । କୋରୋନା କଟକଣା ପାଇଁ ସ୍କୁଲ ଛୁଟି ଥିବାରୁ ସ୍କୁଲ ଘରେ ଦିନ କଟିଯାଉଛି।

ଚଳିବାକୁ କେବଳ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ରାସନ କାର୍ଡରେ ପାଞ୍ଚ କିଲୋ ଲେଖାଏ ଚାଉଳ । ଆବାସ ଯୋଜନାରେ ଖଣ୍ଡେ ଘର ମିଳୁନଥିବା ବେଳେ ସ୍କୁଲ ଖୋଲିଲେ କୁଆଡେ ଯିବେ ସେନେଇ ଏବେ ଦୁହିଁଙ୍କୁ ଘାରିଛି ଚିନ୍ତା । ସେପଟେ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଏ ଦିଗରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.