ଖୋର୍ଦ୍ଧା : ସାରୁଅ ଠାରେ ଥିବା ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓରେ କାମ କରୁଥିବା ଠିକା ଶ୍ରମିକଙ୍କ ଧାରଣା ସପ୍ତମ ଦିନରେ ପହଞ୍ଚିଛି। ସ୍ଥାୟୀ ନିଯୁକ୍ତି, ସରକାରଙ୍କ ନିୟମାନୁଯାୟୀ ବେତନ ପ୍ରଦାନ, ଇଏସଆଇ,ଇପିଏଫ ଓ ଇନସୁରାନ୍ସ ପ୍ରଦାନ ପାଇଁ ଶ୍ରମିକ ମାନେ ଦାବି କରୁଛନ୍ତି।
ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଧାରଣାରେ ବସିଥିବା ଶ୍ରମିକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଫଳରେ ଶ୍ରମିକଙ୍କ ଧାରଣା ଜାରି ଆଜିକୁ ସପ୍ତମ ଦିନରେ ପହଞ୍ଚିଲାଣି। ଦାବି ପୁରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକ ମାନେ କହିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ