ETV Bharat / state

କାଜୁ ବଣରେ ଯୁବକଙ୍କୁ ହତ୍ୟା ଘଟଣା, ଦୁଇ ବନ୍ଧୁ ଗିରଫ

author img

By

Published : Oct 22, 2020, 3:14 PM IST

ଖୋର୍ଦ୍ଧା ଖାରଡ଼ପଲ୍ଲୀ କାଜୁ ବଣରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ । ଅଭିଯୁକ୍ତ ଦୁଇ ବନ୍ଧୁ ଗିରଫ । ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବା ନେଇ ପୋଲିସର ସୂଚନା । ଅଧିକ ପଢ଼ନ୍ତୁ...

କାଜୁ ବଣରେ ଯୁବକଙ୍କୁ ହତ୍ୟା ଘଟଣା, ଦୁଇ ବନ୍ଧୁ ଗିରଫ
କାଜୁ ବଣରେ ଯୁବକଙ୍କୁ ହତ୍ୟା ଘଟଣା, ଦୁଇ ବନ୍ଧୁ ଗିରଫ

ଖୋର୍ଦ୍ଧା: ବୋଲଗଡ଼ ଥାନା ଖାରଡ଼ପଲ୍ଲୀ କାଜୁ ଜଙ୍ଗଲରେ ଜଣେ 22 ବର୍ଷୀୟ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣାରୁ ପରଦା ଉଠିଛି । ମୃତ ଯୁବକ ସତ୍ୟସୁନ୍ଦରଙ୍କୁ ତାଙ୍କର ଦୁଇ ବନ୍ଧୁ ମାଧବ ପ୍ରଧାନ ଓ ଚନ୍ଦନ ପଟ୍ଟନାୟକ ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାରେ ପୋଲିସ ଗୁରୁବାର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତବକ, ଗତ ରବିବାର ସକାଳେ ଖାରଡ଼ପଲ୍ଲୀର ବରଡାଳିଆ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା । ମୃତ ଯୁବକ ଜଣକ ସେହି ଗାଁର ବୀରବର ବେହେରାଙ୍କ ପୁଅ ସତ୍ୟସୁନ୍ଦର ବେହେରା ବୋଲି ପରିଚୟ ମିଳିଥିଲା । ପରିବାର ପକ୍ଷରୁ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ବୋଲଗଡ ପୋଲିସ, ବାଙ୍କୋଇ ଫାଣ୍ଡି ପୋଲିସ ଓ ଖୋର୍ଦ୍ଧା ଆଡିସିନାଲ ଏସପି ମାୟାଧର ସେଠୀଙ୍କ ସମେତ ସାଇଣ୍ଟିଫିକ ଟିମ ହତ୍ୟାକାଣ୍ଡ ସ୍ଥଳରେ ପହଁଚି ଘଟଣା ସମ୍ପର୍କରେ ଛାନଭିନ୍ କରିଥିଲେ । ଏହି ହତ୍ୟାକାଣ୍ଡରେ ସତ୍ୟସୁନ୍ଦରଙ୍କ ଦୁଇ ବନ୍ଧୁ ମାଧବ ପ୍ରଧାନ ଓ ଚନ୍ଦନ ପଟ୍ଟନାୟକ ସଂପୃକ୍ତ ଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଅଟକ ରଖିଥିଲା । ପଚରାଉଚରା କରିବା ପରେ ଉଭୟ ନିଜ ସାଙ୍ଗକୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ସ୍ବୀକାର କରିଥିଲେ । ସେମାନଙ୍କ ନିକଟରୁ ହତ୍ୟାରେ ଜଡିତ ମାରଣାସ୍ତ୍ର ଜବତ କରାଯାଇଛି । ଦୁଇ ଜଣ ଅଭିଯୁକ୍ତ ପୋଲିସ ସହ ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇଛନ୍ତି । ଏନେଇ କେସ ନଂ 174/20 ରେ 302 ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.