ETV Bharat / state

ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

author img

By

Published : Jun 27, 2021, 7:00 PM IST

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ପରିବାର ପକ୍ଷରୁ ଆଦର୍ଶ ଥାନାରେ ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ...

ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ: ଥାନାରେ ପହଁଞ୍ଚି ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ଖୋର୍ଦ୍ଧା: ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ । ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପଲ୍ଲା ହାଇସ୍କୁଲ ନିକଟସ୍ଥ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି ପୋଲିସ । ମୃତକ ଜଣକ ହେଉଛନ୍ତି ପ୍ରଦୀପ ସ୍ବାଇଁ ହୋଇଥିବାବେଳେ ତାଙ୍କ ଘର ନିମାପଡା ଅଞ୍ଚଳରେ ବୋଲି ଜଣାପଡିଛି । ମୃତ ପ୍ରଦୀପ ତାଙ୍କ ମାଉସୀ ଘର ପଲ୍ଲା ବରୁଣେଇ ସାହିରେ ରହୁଥିଲେ । କିଛିଦିନ ତଳେ ସେ ମାଉସୀଙ୍କ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ଏନେଇ ମାଉସୀ ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ପରେ ଶନିବାର ପ୍ରଦୀପଙ୍କର ଝୁଲନ୍ତା ମୃତଦେହ ସହ ନିକଟରେ ଥିବା ଏକ ବାଇକକୁ ପୋଲିସ ଜବତ କରିଛି । ମୃତକଙ୍କ ପରିବାର ପକ୍ଷରୁ ଆଦର୍ଶ ଥାନାରେ ପହଁଞ୍ଚି ହତ୍ୟା ଅଭିଯୋଗ କରାଯାଇଥିବା ବେଳେ ମୃତଦେହକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.