ETV Bharat / state

କୋଭିଡ କଟକଣା ମଧ୍ୟରେ ଜଟଣୀରେ ପାଳିତ ହେଲା ଗୋଷ୍ଠାଷ୍ଟମୀ ଉତ୍ସବ

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ମଦନପୁର ପାଳିତ ହେଲା ଗୋଷ୍ଠାଷ୍ଟମୀ ଉତ୍ସବ । ଅଧିକ ପଢନ୍ତୁ .....

କୋଭିଡ କଟକଣା ମଧ୍ୟରେ ଜଟଣୀରେ ପାଳିତ ହେଲା ଗୋଷ୍ଠାଷ୍ଟମୀ ଉତ୍ସବ
କୋଭିଡ କଟକଣା ମଧ୍ୟରେ ଜଟଣୀରେ ପାଳିତ ହେଲା ଗୋଷ୍ଠାଷ୍ଟମୀ ଉତ୍ସବ
author img

By

Published : Nov 22, 2020, 9:31 PM IST

ଖୋର୍ଦ୍ଧା: ଜିଲ୍ଲା ଜଟଣୀ ବ୍ଲକ ମଦନପୁର ଠାରେ ଥିବା ପ୍ରଭୁ ଗୋପାଳଜୀଉ ମଠ ପରିସରରେ ପାଳିତ ହୋଇଛି ଗୋଷ୍ଟାଅଷ୍ଟମୀ ଉତ୍ସବ । ମଦନପୁର ଗ୍ରାମବାସୀ ଓ ମଠ ମହନ୍ତଙ୍କ ଦ୍ବାରା ଏହି ଉତ୍ସବ ପାଳନ କରାଯାଇଛି । ସ୍ଥାନୀୟ ପରମ୍ପରା ଅନୁଯାୟୀ ପ୍ରଭୁ ଗୋପାଳଜୀ ମଦନପୁର ମଠରୁ ବିମାନ ଯୋଗେ ମଦନପୁର ଠାରେ ଥିବା ଗିରୀଗୋବର୍ଦ୍ଧନ ମୁଣ୍ଡିଆ ପାଖକୁ ଯାଇ ସେଠାରେ ପୂଜା ପାଇ ଗ୍ରାମ ପରିଭ୍ରମଣ କରିଥିଲେ ପରେ ପୁରାତନ ବିଧି ଓ ପରମ୍ପରା ଅନୁସାରେ ଗ୍ରାମର ପ୍ରତ୍ୟେକ ଘରେ ଭୋଗ ଗ୍ରହଣ କରିଥିଲେ।

କୋଭିଡ କଟକଣା ମଧ୍ୟରେ ଜଟଣୀରେ ପାଳିତ ହେଲା ଗୋଷ୍ଠାଷ୍ଟମୀ ଉତ୍ସବ

ପୌରାଣିକ ତଥ୍ୟ ଆଧାରରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ଗୋଷ୍ଟାଅଷ୍ଟମୀ ବୋଲି କୁହାଯାଏ। ଏହି ଦିନ ଗାଇକୁ ପୂଜା କରାଯିବାର ପ୍ରଥା ରହିଛି । ଏହି ଦିନରେ ଗାଇ ଏବଂ କୃଷ୍ଣଙ୍କୁ ପୂଜା କଲେ ଧନ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବିଶ୍ବାସ ରହିଛି ।

ହିନ୍ଦୁ ଧର୍ମର ବିଶ୍ବାସ ଅନୁଯାୟୀ ଭଗବାନ କୃଷ୍ଣ ପ୍ରଥମ ଥର ପାଇଁ ଗାଇ ଚରେଇଥିଲେ । ମା ଯଶୋଧା ଶ୍ରୀ କୃଷ୍ଣଙ୍କୁ ଗାଇ ଚରାଇଯିବା ପାଇଁ ବାରଣ କରୁଥିଲେ । କିନ୍ତୁ ପ୍ରଭୁ ଗାଇ ଚରେଇବାକୁ ଯିବାକୁ ଜିଦ୍ ଧରିବାରୁ ମା ରାଜି ହୋଇଥିଲେ । ଦେବଙ୍ଗ ଋଷି ସାଣ୍ଡିଲ୍ୟଙ୍କୁ କହି ଏକ ଶୁଭ ଲଗ୍ନ ବାହାର କରିଥିଲେ ଏବଂ ଏକ ପୂଜା ଅନୁଷ୍ଠିତ କରିଥିଲେ ଯାହାକୁ ଗୋଷ୍ଟା ଅଷ୍ଟମୀ ଉତ୍ସବ ଭାବରେ ପାଳିତ ହୁଏ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.