ETV Bharat / state

କୋଭିଡ୍ ନିୟମ ମାନିବାକୁ ଫାଷ୍ଟଫୁଡ଼ ଓ ଗୁପଚୁପ୍ ବ୍ୟବସାୟୀଙ୍କୁ ପ୍ରଶାସନର ତାଗିଦ - ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମସ୍ତ ଫାଷ୍ଟଫୁଡ଼,ଗୁପଚୁପ,ଜଳଖିଆ,ଦହିବାର ଆଲୁଦମ,ଚାଟ ଆଦି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ କୋଭିଡ୍ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଫାଷ୍ଟଫୁଡ଼ ଓ ଗୁପଚୁପ୍ ବ୍ୟବସାୟୀଙ୍କୁ ପ୍ରଶାସନର ତାଗିଦ

author img

By

Published : Jun 12, 2020, 9:59 AM IST

ଖୋର୍ଦ୍ଧା: ଜିଲ୍ଲା ଉପଖଣ୍ଡରେ ବ୍ୟକ୍ତିଗତ ଓ ଗୋଷ୍ଠୀ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉପଖଣ୍ଡରେ ଥିବା ସମସ୍ତ ଫାଷ୍ଟଫୁଡ଼, ଗୁପଚୁପ, ଜଳଖିଆ,ଦହିବାର ଆଲୁଦମ, ଚାଟ ଆଦି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ ଜିଲ୍ଲା ପ୍ରଶାସନର କଡା ତାଗିଦ।

ଫାଷ୍ଟଫୁଡ଼ ଓ ଗୁପଚୁପ୍ ବ୍ୟବସାୟୀଙ୍କୁ ପ୍ରଶାସନର ତାଗିଦ
ଫାଷ୍ଟଫୁଡ଼ ଓ ଗୁପଚୁପ୍ ବ୍ୟବସାୟୀଙ୍କୁ ପ୍ରଶାସନର ତାଗିଦ

କୋଭିଡ ନିୟମକୁ କଡାକଡି ପାଳନ କରି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟବସାୟୀ ମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବା ଏବଂ ଗ୍ରାହକଙ୍କୁ କେବଳ ପାର୍ସଲ ଜରିଆରେ ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ।

ଏହି ନିର୍ଦ୍ଦେଶକୁ ଅବମାନନା କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଜଣାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.