ETV Bharat / state

ପୁଣି ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା, ହଷ୍ଟେଲ ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ର

ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି । ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ପଶି ଜଣେ ଛାତ୍ରଙ୍କୁ ମାଡ଼ ମରାଯିବା ଘଟଣାର ପ୍ରତିବାଦରେ ଧାରଣା ଦେଲେ ଛାତ୍ର । ଅଧିକ ପଢନ୍ତୁ

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା
ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା
author img

By

Published : Mar 21, 2023, 7:02 AM IST

ଭୁବନେଶ୍ବର: ପୁଣି ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି । ବିଶ୍ବବିଦ୍ୟାଳୟ ହଷ୍ଟେଲ ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ର । କିଛି ଲୋକ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ପଶି ଜଣେ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଛାତ୍ର ହେଉଛନ୍ତି ସରୋଜ କୁମାର ବାରିକ । ମାଡ ସମ୍ପର୍କରେ ସେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିବାବେଳେ ୨୪ ଘଣ୍ଟା ବିତିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହାର ପ୍ରତିବାଦରେ ଛାତ୍ରମାନେ ହଷ୍ଟେଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ।

ଅଭିଯୋଗ ମୁତାବକ, ଗତ ରବିବାର ଦିନ ତିନି ଜଣ କଣ୍ଟ୍ରାକ୍ଟର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ପଶି ଛାତ୍ରଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ଛାତ୍ର ଜଣଙ୍କ ସହିଦ ନଗର ଥାନାରେ ଦ୍ବାରସ୍ଥ ହେବା ପରେ ପୋଲିସ ମାମଲା ରୁଜୁ କରିଥିଲା । ଏତଲା ଉଲ୍ଲେଖ ରହିଥିଲା ଯେ, ୩ ଜଣ ବ୍ୟକ୍ତି ଆଶିଷ ସାମନ୍ତରାୟ, ରାକେଶ ପତି ଏବଂ କ୍ରିଷ୍ଣା ଲେଙ୍କା ବିଶ୍ଵବିଦ୍ୟାଳୟର ପରିସରରେ ପଶିଥିଲେ । ଏହାଦେଖି ଛାତ୍ର ସରୋଜ ସେମାନଙ୍କୁ କିଏ ଏବଂ କାହିଁକି ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏଥିରେ ରାଗିଯାଇ ସେମାନେ ଛାତ୍ରଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ।

ଏହି ଘଟଣାକୁ ୨୪ ଘଣ୍ଟା ବିତିଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହାର ପ୍ରତିବାଦରେ ଗତକାଲି ହଷ୍ଟେଲ ଛାତ୍ରମାନେ ଗେଟ୍ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୨୯ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ ଟିମ୍ ଆସୁଛନ୍ତି । ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷା ଅନୁଧ୍ୟାନ କରିବେ । ଏଥିପାଇଁ ଜୋରଦାର ଭାବରେ ବିଶ୍ଵବିଦ୍ୟାଳୟ ମଧ୍ୟରେ କାର୍ଯ୍ୟ ଚାଲିଛି । ହଷ୍ଟେଲ ପାଚେରୀ, କାନ୍ଥ ଏବଂ ବିଭାଗର ବିଲ୍ଡିଂ ଗୁଡ଼ିକ ସମେତ କ୍ୟାଣ୍ଟିନକୁ ମଧ୍ୟ ପୁନଃନିର୍ମାଣ କରାଯାଉଛି । ତେଣୁ ଅନେକ ଲୋକ ବିଶ୍ଵବିଦ୍ୟାଳୟରେ ଅବାଧ ପ୍ରବେଶ କରୁଛନ୍ତି ।

ନିକଟରେ ବିଶ୍ବବିଦ୍ୟାଳୟରେ ଜେଏନୟୁ ପ୍ରଫେସରଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏକ ଜାତୀୟ ସ୍ତରୀୟ ସେମିନାର ଚାଲିଥିବା ବେଳେ କିଛି ଛାତ୍ର ଗୋଷ୍ଠୀ ଉକ୍ତ ପ୍ରଫେସର ଏବଂ କିଛି ବରିଷ୍ଠ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ନଜରକୁ ଆସିଥିଲା । ତେବେ ଏହି ଘଟଣାକୁ ନେଇ ଦୁଇ ଜଣ ଗିରଫ ହୋଇଥିବା ବେଳେ ପୂର୍ବରୁ ମଧ୍ୟ ବିଶ୍ଵବିଦ୍ୟାଳୟରେ ଅଣଛାତ୍ର ଅନୁପ୍ରବେଶ କରି ଉତ୍ତେଜନା ସୃଷ୍ଟି କରିଥିବା ନଜିର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.