ETV Bharat / state

Weather Update: ନଭେମ୍ବରରେ ଶୀତ ଗାଏବ, ରାଜ କରୁଛି ତାତି - ବଢୁଛି ତାତି

ରାଜ୍ୟରେ ବଦଳୁଛି ପାଣିପାଗର ମିଜାଜ୍ । ନଭେମ୍ବରରେ ବି ଶୀତ ଗାଏବ । ବଢୁଛି ତାତି । ଅଧିକ ପଢନ୍ତୁ

ରାଜ୍ୟରେ ନଭେମ୍ବରରେ ଶୀତ କମ୍, ବଢୁଛି ତାତି
ରାଜ୍ୟରେ ନଭେମ୍ବରରେ ଶୀତ କମ୍, ବଢୁଛି ତାତି
author img

By ETV Bharat Odisha Team

Published : Nov 1, 2023, 8:07 PM IST

ରାଜ୍ୟରେ ନଭେମ୍ବରରେ ଶୀତ କମ୍, ବଢୁଛି ତାତି

ଭୁବନେଶ୍ବର: ରାଜ୍ୟରେ ନଭେମ୍ବରରେ ଶୀତ କମ୍ ତାତି ଅଧିକ ଅନୁଭୂତି ହେଉଛି । କାରଣ ରାଜ୍ୟରେ ବଦଳୁଛି ପାଣିପାଗର ମିଜାଜ୍ । ନଭେମ୍ବରରେ ବି ଶୀତ ଗାଏବ । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ରହିବ ରାତିର ତାପମାତ୍ରା । ପଶ୍ଚିମ ଝଡ ପ୍ରଭାବରେ ସ୍ବାଭାବିକ ଠାରୁ ହେବ ଅଧିକ ବର୍ଷା । ଓଡ଼ିଶାରେ ୪ରୁ ୫ଦିନ ମଧ୍ୟରେ ବର୍ଷା ହେବା ସମ୍ଭାବନା ରହିଛି । ଦୀର୍ଘ କାଳୀନ ଆକଳନରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ବିଶେଷ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଶୀତ କମ୍ ରହିବ । ପାହାଡିଆ ଅଞ୍ଚଳରେ ବି ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଓଡ଼ିଶାକୁ ପୂର୍ବାଳି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢୁଥିବାରୁ ଏଭଳି ସ୍ଥିତି ଦେଖାଦେବ । ଏଥିପାଇଁ ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ଅରେଞ୍ଜ ଏବଂ ରେଡ ମାର୍କ ଜାରି କରିଛି ଆଇଏମଡି । ଏହାସହ ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ହେଲେ ତାପମାତ୍ରା ଅଧିକ ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ରାତ୍ରିର ତାପମାତ୍ରାରେ ବୃଦ୍ଧି ଘଟିଛି । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଜି ଉଦୟଗିରିରେ ୧୪ଡିଗ୍ରୀ, ଦାରିଙ୍ଗବାଡିରେ ୧୫ଡିଗ୍ରୀ, କିରେଇରେ ୧୫.୩ ଡିଗ୍ରୀ ଏବଂ ଫୁଲବାଣୀରେ ୧୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଓଡ଼ିଶାରେ ୪ରୁ ୫ଦିନ ମଧ୍ୟରେ ବର୍ଷା ହେବା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ମୟୂରଭଞ୍ଜ, ରାୟଗଡା, ମାଲକାନଗିରି, କୋରାପୁଟର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଅନ୍ୟ ସ୍ଥାନମାନଙ୍କରେ ପାଗ ଶୁଖିଲା ରହିବ । ୩ ନଭେମ୍ବରରେ କନ୍ଧମାଳ, ମୟୂରଭଞ୍ଜ, ରାୟଗଡା, ମାଲକାନଗିରି, କେନ୍ଦୁଝର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ନଭେମ୍ବର ୪, ୫ ଏବଂ ୬ ତାରିଖରେ ମଧ୍ୟ ଅନେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୭ରେ ପାଗ ଶୁଖିଲା ରହିପାରେ । ସେହିପରି ଭୁବନେଶ୍ବରରେ ବର୍ତ୍ତମାନ ତାପମାତ୍ରା ୩୧ ଡିଗ୍ରୀ ଉପରେ ରହିଥିବା ବେଳେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ୨୩ ଡିଗ୍ରୀ ରହିବା ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ : 15 ଡିଗ୍ରୀ ତଳେ 5 ସହର, ପହିଲାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ରାତିର ତାପମାତ୍ରା ବୃଦ୍ଧି ହେବ । ଚଳିତ ବର୍ଷ ମୌସୁମୀ ଋତୁ ବି ସବୁଠାରୁ ଉତ୍ତପ୍ତ ଭାବରେ ରେକର୍ଡ କରିଥିଲା । ନଭେମ୍ବର ମାସ ବି ସେହିଭଳି ରେକର୍ଡ କରିବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.