ETV Bharat / state

ଟାଙ୍ଗି ଜଙ୍ଗଲରେ ଚାଲିଥିଲା ବେଆଇନ ମଦ ଫ୍ୟାକ୍ଟ୍ରି, ଠାବ କଲା ତେଲେଙ୍ଗାନା ଅବକାରୀ ଟିମ୍

author img

By

Published : Dec 18, 2022, 9:57 PM IST

Updated : Dec 18, 2022, 11:06 PM IST

ଓଡ଼ିଶାରୁ ତେଲେଙ୍ଗାନା ଯାଉଥିଲା ନକଲି ମଦ । ସୁରାକ ଖୋଜି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଫିଲ୍ମ ଷ୍ଟାଇଲରେ ଚଢ଼ାଉ କରି ବେଆଇନ ମଦ ଫ୍ୟାକ୍ଟ୍ରି ଠାବ କଲା ତେଲେଙ୍ଗାନା ଅବକାରୀ ଟିମ୍ । ୧୦ କୋଟି ଟଙ୍କାର ନକଲି ବିଦେଶୀ ମଦ ଜବତ କରିଛନ୍ତି ତେଲେଙ୍ଗାନା ଏବଂ ଓଡିଶା ଅବକାରୀ ଟିମ୍ ସହ ଟାଙ୍ଗୀ ଥାନା ପୋଲିସ । ଅଧିକ ପଢ଼ନ୍ତୁ

ବେଆଇନ ମଦ ଫ୍ୟାକ୍ଟ୍ରି ଠାବ
ବେଆଇନ ମଦ ଫ୍ୟାକ୍ଟ୍ରି ଠାବ
ଟାଙ୍ଗି ଜଙ୍ଗଲରେ ଚାଲିଥିଲା ବେଆଇନ ମଦ ଫ୍ୟାକ୍ଟ୍ରି, ଠାବ କଲା ତେଲେଙ୍ଗାନା ଅବକାରୀ ଟିମ୍

ଭୁବନେଶ୍ବର: କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଫିଲ୍ମ ଷ୍ଟାଇଲରେ ଚଢ଼ାଉ କରି ବେଆଇନ ମଦ ଫ୍ୟାକ୍ଟ୍ରି ଠାବ କଲା ତେଲେଙ୍ଗାନା ଅବକାରୀ ଟିମ୍ । ୧୦ କୋଟି ଟଙ୍କାର ନକଲି ବିଦେଶୀ ମଦ ଜବତ ହେବା ସହ ୧ କୋଟି ଟଙ୍କାର ମଦ ପ୍ରସ୍ତୁତ ମେସିନ ଜବତ କରିଛନ୍ତି ତେଲେଙ୍ଗାନା ଏବଂ ଓଡିଶା ଅବକାରୀ ଟିମ୍ ସହ ଟାଙ୍ଗୀ ଥାନା ପୋଲିସ ।

ଓଡ଼ିଶାରୁ ତେଲେଙ୍ଗାନା ଯାଉଥିଲା ନକଲି ମଦ

ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ଏକ ଅଞ୍ଚଳରୁ ନକଲି ମଦ ଜବତ କରାଯାଇଥିଲା । ଯାହାର ତଦନ୍ତ ବେଳେ ଏକ ନିର୍ଦ୍ଦିଷ୍ଟ ବିଦେଶୀ ମଦ କମ୍ପାନୀ ନାମରେ ଓଡିଶାରୁ ନକଲି ମଦ ତେଲେଙ୍ଗାନା ଆସି ବିକ୍ରି ହେଉଥିବା ଜାଣିବାକୁ ପାଇଥିଲା ତେଲେଙ୍ଗାନା ପୋଲିସ । ଏନେଇ ତେଲେଙ୍ଗାନା ଅବକାରୀ ବିଭାଗ ବିକ୍ରିଠାରୁ ଆରମ୍ଭ କରି ସପ୍ଲାଏ ପର୍ଯ୍ୟନ୍ତ ଏହି ନକଲି ମଦ କାରବାରର ସୁରାକ ଖୋଜିଥିଲା । ଶେଷରେ ଯେଉଁ ଗାଡିରେ ଓଡିଶାରୁ ଏହି ନକଲି ମଦ ସପ୍ଲାଏ ହୁଏ, ସେହି ଗାଡି ଡ୍ରାଇଭରଠାରୁ ଓଡ଼ିଶା ମଦ ଫ୍ୟାକ୍ଟ୍ରିର ସୁରାକ ମିଳିଥିଲା । ଏନେଇ ତେଲେଙ୍ଗାନା ଅବକାରୀ ଟିମ୍ ଏକ ସ୍ପେଶାଲ ଅପରେସନ କରି ପୁରା ମଦ ଫ୍ୟାକ୍ଟ୍ରି ସମ୍ପର୍କରେ ତଥ୍ୟ ଯୋଗାଡ କରିଥିଲା । ଟାଙ୍ଗୀ ଅଞ୍ଚଳରେ ଆସି ଅପରେଟ ହେଉଥିବା ଏହି ଫ୍ୟାକ୍ଟ୍ରିର ଫଟୋ ସହ ପୁରା ତଥ୍ୟ ସଂଗ୍ରହ କରିଥିଲା । ଏହାପରେ ତେଲେଙ୍ଗାନା ଅବକାରୀ ଟିମ୍ ଚଢ଼ାଉ ପାଇଁ ପ୍ରସ୍ତୁତ ହୋଇଥିଲେ ।

ରାତି ଅଧରେ ଚଢ଼ାଉ କଲେ ମିଳିତ ଫୋର୍ସ

ତେଲେଙ୍ଗାନା ଅବକାରୀ ବିଭାଗର ଏକ ୧୫ ଜଣିଆ ଟିମ ଜଣେ ଅତିରିକ୍ତ କମିଶନରଙ୍କ ନେତୃତ୍ବରେ ପ୍ରଥମେ ଓଡ଼ିଶା ଆସି ଓଡ଼ିଶା ଅବକାରୀ କମିଶନଙ୍କୁ ଭେଟିବା ସହ ପୁରା ତଥ୍ୟ ଦେଇଥିଲେ । ପରେ ସେଠାରୁ ଅନୁମତି ପାଇ ତେଲେଙ୍ଗାନା ଅତିରିକ୍ତ କମିଶନରଙ୍କ ସହ ୨ ଜଣ ଜଏଣ୍ଟ କମିଶନର, ଜଣେ ଅଧିକ୍ଷକ, ୪ ଜଣ ଇନସ୍ପେକ୍ଟରଙ୍କୁ ମିଶାଇ ମୋଟ ୧୫ ଜଣିଆ ଟିମ୍ ସମେତ ଓଡ଼ିଶା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଜିଲ୍ଲା ଅବକାରୀ ଟିମ୍ ଓ ଟାଙ୍ଗୀ ଥାନାର ୫ ଜଣ ଷ୍ଟାଫ୍ ମିଶି ଶନିବାର ରାତି ୧୨ଟା ରେ ଚଢ଼ାଉ କରିଥିଲେ । ପ୍ରଥମେ ରାତି ଅଧରେ ସେହି ଫ୍ୟାକ୍ଟ୍ରି ପାଖରେ ପହଞ୍ଚିବାକୁ କଷ୍ଟ ହୋଇଥିଲା । ହେଲେ ତେଲେଙ୍ଗାନା ଅବକାରୀ ‌ଟିମର ପୁରା ରୁଟ୍‌ ଲାଇନ ଓ ତଥ୍ୟ ଆଧାରରେ ବେଆଇନ ମଦ ଫ୍ୟାକ୍ଟ୍ରି ନିକଟରେ ପହଞ୍ଚିଥିଲେ ଏହି ମିଳିତ ଷ୍ଟାଫ ।

କୁର୍‌କୁରେ ଫ୍ୟାକ୍ଟ୍ରିରୁ ମଦ ଫ୍ୟାକ୍ଟ୍ରି

ସେଠାରେ ଥିବା ଫ୍ୟାକ୍ଟ୍ରିର ଲିକର ମାଟେରିଆଲ ସହ ସମସ୍ତ ୧ କୋଟି ମୂଲ୍ୟର ଦାମି ମେସିନ ଓ ୧୦ କୋଟି ଟଙ୍କାର ଷ୍ଟକ୍ ଥିବା ନକଲି ମଦ ମଧ୍ୟ ଜବତ କରାଯାଇଥିଲା । ସବୁ ମଦକୁ ନଷ୍ଟ କରିବା ସହ ପୁରା ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି । ତେବେ ଏହି ମଦ ପ୍ରସ୍ତୁତ କରୁଥିବା ମାଷ୍ଟର ମାଇଣ୍ଡ ପ୍ରଥମେ ସେଠାରେ କୁର୍‌କୁରେ ଫ୍ୟାକ୍ଟ୍ରି ଖୋଲି କିଛି ଦିନ ଚଳାଇବା ପରେ ସେଠାରେ ଏହି ସବୁ ନକଲି ମଦ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏପରିକି ସେସବୁ ମଦ ଧରା ପଡିଯିବା ଭୟରେ ଓଡିଶା ବଜାରକୁ ଛଡ଼ା ଯାଉନଥିବା ମଧ୍ୟ ସୂଚନା ମିଳିଛି । ତେବେ ଅନେକ ରାଜ୍ୟରେ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ନକଲି ମଦ ବିକ୍ରି ନେଇ କିଛି ରାଜ୍ୟର ଅବକାରି ବିଭାଗ ଏବେ ବେଶ ସକ୍ରିୟ ହୋଇଛନ୍ତି । ତେବେ ଓଡିଶାରେ ତେଲେଙ୍ଗାନା ଅବକାରୀ ଟିମ୍ ଆସି ଚଢ଼ାଉ କରି ଏଭଳି ଫ୍ୟାକ୍ଟ୍ରିକୁ ଠାବ କରିବା ସହ ବିପୁଳ ପରିମାଣର ମଦ ଜବତ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 18, 2022, 11:06 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.