ETV Bharat / state

ରାଜଧାନୀରେ ଗର୍ଜିଲେ ଶିକ୍ଷକ, ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ ଚେତାବନୀ

author img

By

Published : Nov 20, 2022, 4:25 PM IST

ଭୁବନେଶ୍ବର ଲୋୟର ପିଏମଜିରେ ଶିକ୍ଷକଙ୍କ ବିଶାଳ ସମାବେଶ । ବିଭିନ୍ନ ଦାବି ନେଇ ଓଡ଼ିଶା ସରକାରୀ ହାଇସ୍କୁଲ NPS ସଂଘ ପକ୍ଷରୁ ରାଲି । ଅଧିକ ପଢନ୍ତୁ

ରାଜଧାନୀରେ ଶିକ୍ଷକଙ୍କ ବିଶାଳ ସମାବେଶ, ଦୁଇ ଦିନ ମଧ୍ୟରେ ନିଷ୍ପତି ନନେଲେ ପରୀକ୍ଷା ବର୍ଜନ

ଭୁବନେଶ୍ବର: ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ । ଭୁବନେଶ୍ବର ଲୋୟର ପିଏମଜିରେ ଶିକ୍ଷକଙ୍କ ବିଶାଳ ସମାବେଶ ଦେଖିବାକୁ ମିଳିଛି । ବିଭିନ୍ନ ଦାବି ନେଇ ଓଡ଼ିଶା ସରକାରୀ ହାଇସ୍କୁଲ NPS ସଂଘ ପକ୍ଷରୁ ରାଲି କରାଯାଇଛି । ଲୋୟର ପିଏମଜରେ ଶିକ୍ଷକମାନେ ଏକତ୍ରିତ ହୋଇ କହିଛନ୍ତି ଯେ, "ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ କେବଳ ୨୦୧୬ ମସିହାଠାରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ କ୍ଷେତ୍ରେରେ ଲାଗୁ ହୋଇଛି । ହେଲେ ୨୦୦୪ ମସିହାରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇନାହିଁ । ଯାହାକୁ ନେଇ ଶିକ୍ଷକଙ୍କଠାରେ ଉଦବେଗ ପ୍ରକାଶ ପାଇଛି ।"

ଏନେଇ ଶିକ୍ଷକମାନେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ କହିବା ମୁତାବକ ୨୦୦୪ ପରଠାରୁ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ରେଗୁଲାର କରାଯିବ । କିନ୍ତୁ ସାଧାରଣ ପ୍ରଶାସନ ବିଭାଗ ତଥା ଗଣଶିକ୍ଷା ବିଭାଗ ପକ୍ଷରୁ ଏହା କାର୍ଯ୍ୟକାରୀ କରାଯାଇନାହିଁ । ଯାହାକୁ ନେଇ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏବାବଦରେ ସରକାର ଦୁଇ ଦିନ ଭିତରେ ନିଷ୍ପତ୍ତି ନନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ୱାନ ପରୀକ୍ଷାକୁ ବର୍ଜନ କରାଯିବ । ଏନେଇ ଶିକ୍ଷକ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ରାଜ୍ୟ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ 2004 ମସିହାରୁ 2014 ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ ସରକାରୀ ହାଇସ୍କୁଲରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ସରକାର 2013 ମସିହାରେ ଏକ ଚୁକ୍ତି ଭିତ୍ତିକ ରୁଲ ଲାଗୁ କରି 2016ରୁ ଏକ ଅଦ୍ୟାବଧି ନିଯୁକ୍ତି ଦେଇଥିଲେ । ହେଲେ ୨୦୧୬ ମସିହା ପରଠାରୁ ଶିକ୍ଷକମାନଙ୍କର ଚୁକ୍ତି ଭିତ୍ତିକ ନିଯୁକ୍ତି ଉଠାଯାଇଥିବାବେଳେ, ୨୦୦୪ରୁ ୨୦୧୪ ମସିହାରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ କ୍ଷେତ୍ରରେ ତାହା ଏପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ । ସେମାନଙ୍କ ପକ୍ଷରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଠାଯିବା ସହିତ ସେମାନଙ୍କର ଇନକ୍ରିମେଣ୍ଟ କରାଯିବା ନେଇ ଦାବି କରିଛି ହାଇସ୍କୁଲ NPS ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.