ETV Bharat / state

ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ, ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଶିକ୍ଷକ

author img

By

Published : Nov 16, 2022, 11:48 AM IST

Updated : Nov 16, 2022, 1:19 PM IST

ଓଡିଶାରୁ ଉଚ୍ଛେଦ ହୋଇଛି ଠିକା ନିଯୁକ୍ତି ବ୍ୟବସ୍ଥା । କିନ୍ତୁ ୨୦୦୪ ଠାରୁ ୨୦୧୩-୧୪ ମସିହା ପର୍ଯ୍ୟନ୍ତ ସ୍ବଳ୍ପ ଦରମାରେ ଖଟିଥିବା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ସ୍ଥାୟୀ ନିଯୁକ୍ତି ଦାବିରେ ବିଭାଗୀୟ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି ଶିକ୍ଷକ ସଂଘ । ଅଧିକ ପଢନ୍ତୁ

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ
ଗଣଶିକ୍ଷା ମନ୍ତ୍ରୀ ବାସଭବନ ଘେରାଉ

ଭୁବନେଶ୍ବର: ଠିକା ନିଯୁକ୍ତି(Contractual Recruitment System) ଭଳି ଏକ ପ୍ରଥାକୁ ଓଡିଶା ମାଟିରୁ ଉଚ୍ଛେଦ କରାଯାଇଛି । କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଯେ ମୁଖ୍ୟମନ୍ତ୍ରୀ(CM Naveen Patnaik) ପ୍ରଥମେ ୨୦୦୪ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯେଉଁ ଠିକା ତଥା ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କରିଥିଲେ ତାକୁ ଉଚ୍ଛେଦ କରିଲେ ନାହିଁ । ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛି ଶିକ୍ଷକ ସଂଘ ।

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ଏହା ମଧ୍ୟ ପଢନ୍ତୁ: ସାପକୁ ଚୁମ୍ବନ ଦେଉଥିଲେ ଯୁବକ, କୋବ୍ରା ଚୋଟରେ ଚାଲିଗଲା ଜୀବନ

ବର୍ତ୍ତମାନ ଓଡିଶାର ଆର୍ଥିକ ଅବସ୍ଥା ଅତି ସ୍ବଚ୍ଛଳ ହେବାରୁ ମୁଖ୍ୟମନ୍ତ୍ରୀ ଓଡିଶାରୁ ଠିକା ନିଯୁକ୍ତି ଉଚ୍ଛେଦ କରିବା ସହ ୬ ବର୍ଷର ଠିକା ସମୟ ଅବଧିକୁ ନିୟମିତ ଚାକିରିରେ NOTIONAL INCREMENT ଦେଇ ଯୋଗ କରିବା ପାଇଁ ଐତିହାସିକ ଘୋଷଣା କରିଲେ । କିନ୍ତୁ ଅତି ଦୁଃଖ ଓ ପରିତାପ ଉକ୍ତ ଘୋଷଣା କେବଳ ୨୦୧୩ ମସିହା ପରିବର୍ତ୍ତୀ ଠିକା ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ କରାଯାଇଛି । କିନ୍ତୁ ୨୦୦୪ ଠାରୁ ୨୦୧୩-୧୪ ମସିହା ପର୍ଯ୍ୟନ୍ତ ସ୍ବଳ୍ପ ଦରମାରେ ଖଟିଥିବା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ଏହାର ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀ ବାସଭବନ ଘେରାଉ କରିଛନ୍ତି ଶିକ୍ଷକ ସଙ୍ଘ । ଯଦି ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ନକରନ୍ତି ତେବେ ଖୁବ ଶୀଘ୍ର ବିଧାନ ସଭା ଆଗରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଆଗାମୀ ଦଶମ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ କରାଯିବ ବୋଲି ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରୁ ଉଚ୍ଛେଦ ହେଲା ଠିକା ନିଯୁକ୍ତି ବ୍ୟବସ୍ଥା, ନିୟମିତ ହେବେ ୫୭ ହଜାର କର୍ମଚାରୀ

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୫ ତାରିଖରେ ଠିକା ନିଯୁକ୍ତିକୁ ଉଚ୍ଛେଦ କରାଯାଇଥିଲା । ଯାହାକୁ ନେଇ ଚାରିଆଡେ ଖୁସି ମନାଇବା ସହ ପ୍ରଶଂସାର ସୁଅ ଛୁଟିଥିଲା । ୨୦୦୪ରୁ ୨୦୨୨ ମସିହା ଯାଏଁ ସରକାର ଚୁକ୍ତିଭିତ୍ତିକ ପୋଷ୍ଟିଂ କରିଥିଲେ । ୨୦୦୪ରୁ ୨୦୧୩ ଯାଏଁ ଯେଉଁମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ କଥା ସରକାର ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ସଂଘ ।

ଏନେଇ ଆନ୍ଦୋଳନରତ ଶିକ୍ଷକ କହିଛନ୍ତି," ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରଥା କେବଳ ୨୦୧୬ରୁ ୨୨ ମଧ୍ୟରେ ଯେଉଁମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଛି । କିନ୍ତୁ ୨୦୦୪ରୁ ୨୦୧୩ ଯାଏ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ କରାଯାଇନାହିଁ। ଆମେମାନେ ସରକାରଙ୍କ ଆର୍ଥିକ ଅନଟନ ସମୟରେ ସାହାଯ୍ୟ କରି ଏବେ ତାହାର ଫଳ ଭୋଗୁଛୁ। ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ଆମେ ଦାବି କରୁଛୁ । ଯଦି ଦାବ ନଶୁଣନ୍ତି ତାହାଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 16, 2022, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.