ETV Bharat / state

କଥା ଦେଇ କଥା ରଖିଲେନି ସରକାର, ମିଛ ଥିଲା ସରକାରଙ୍କ ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା: ଶିକ୍ଷକ ସଙ୍ଘ

ଏବେବି ରାଜ୍ୟରୁ ହଟି ନାହିଁ ଠିକା ନିଯୁକ୍ତି । ମୁଖ୍ୟମନ୍ତ୍ରୀ ଜନ୍ମ ଦିନରେ ଯେଉଁ ଘୋଷଣା କରିଥିଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲାନାହିଁ । ଅଧିକ ପଢ଼ନ୍ତୁ

author img

By

Published : Mar 16, 2023, 6:45 AM IST

ମିଛ ଥିଲା ସରକାରଙ୍କ ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା: ଶିକ୍ଷକ ସଙ୍ଘ

ଭୁବନେଶ୍ବର: କଥା ଦେଇ କଥା ରଖିଲେନି ସରକାର । ଠିକା ନିଯୁକ୍ତି ଭଳି କୁତ୍ସିତ ପ୍ରଥା ଉଚ୍ଛେଦ ଘୋଷଣା ଥିଲା ସରକାରଙ୍କ ଥିଲି ଛଳନା । ସରକାରଙ୍କ ଅସଲ ପେଡ଼ି ଖୋଲି ଦେଇଛନ୍ତି ଶିକ୍ଷକ ସଙ୍ଘ । ମୁଖ୍ୟମନ୍ତ୍ରୀ ଜନ୍ମ ଦିନରେ ଯେଉଁ ଘୋଷଣା କରିଥିଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ପ୍ରଥମିକ ଶିକ୍ଷା କ୍ଷେତ୍ରରେ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରିବା ଯୁଗାନ୍ତକାରୀ ଘୋଷଣା ଖାଲି ଗପ ଥିଲା ବୋଲି ସରକାରଙ୍କ ଉପରେ କ୍ଷୋଭ ଝାଡିଛନ୍ତି ଶିକ୍ଷକମାନେ ।

ସରକାରଙ୍କ ଠିକା ଉଚ୍ଛେଦ ଭଳି ମିଥ୍ୟା କଥାକୁ ନେଇ ଯେଉଁଭଳି ବିଜ୍ଞାପନ କରାଯାଉଛି ତାହାକୁ ନିନ୍ଦା କରିଛନ୍ତି ୟୁନାଇଟେଡ ପ୍ରାଇମେରୀ ଟିଚର୍ ଫେଡେରେସନ । ଗତକାଲି ରାଜଧାନୀରେ ୟୁନାଇଟେଡ ପ୍ରାଇମେରୀ ଟିଚର୍ ଫେଡେରେସନ କ୍ଷୋଭ ପ୍ରକାଶ କରିଛି । ତେବେ ଏହାର ବିରୋଧ କରି ରାଜଧାନୀରେ ଶହ ଶହ ଶିକ୍ଷକ ବିକ୍ଷୋଭ କରିଥିଲେ ।

ଶିକ୍ଷକଙ୍କୁ ଆନ୍ଦୋଳନ ପାଇଁ ଅନୁମତି ମିଳିନଥାଇ ମଧ୍ୟ ଶହ ଶହ ଶିକ୍ଷକ ଏକାଠି ହୋଇ ନାର୍ଯ୍ୟ ଦାବିକୁ ନେଇ ସରକାରଙ୍କ ବିରୋଧରେ ସ୍ବର ଉଠାଇବାକୁ ସଜବାଜ ହୋଇଥିଲେ । ଆଶା କର୍ମୀଙ୍କ ବିଶାଳ ଆନ୍ଦୋଳନ ଅନ୍ୟପଟେ ଡ୍ରାଇଭର ମହାସଙ୍ଘ ଆନ୍ଦୋଳନ ଓହ୍ଲାଇ ରାଜଧାନୀର ଉପକଣ୍ଠରେ ଏକାଠି ହୋଇଥିଲେ । ପିଏମଜିରେ ଆଶା କର୍ମୀଙ୍କ ଆନ୍ଦୋଳନ ସମୟରେ ଏତେ ମାତ୍ରାରେ ଶିକ୍ଷକ ଏକଜୁଟ ହେବା ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଥିଲା ।

ତେବେ ଗତ ୧୦ତାରିଖରୁ ଶକ୍ଷକ ଆନ୍ଦୋଳନ କରିବା ପାଇଁ ପୋଲିସକୁ ଅନୁମତି ମାଗିଥିଲେ ମଧ୍ୟ ପୋଲିସ ଏହାର ଅନୁମତି ଦେଇନଥିବା ଶିକ୍ଷକ ଆଭିଯୋଗ କରିଛନ୍ତି । ଅନୁମତି ଦେବାକୁ ହଁ ହଁ କହି ଶେଷରେ ୧୪ତାରିଖ ପୋଲିସ ମନା କରିବାରୁ ବିନା ଅନୁମତିରେ ବିକ୍ଷୋଭ କରୁଥିବା ଶିକ୍ଷକ ରହିଛନ୍ତି । ସରକାର କେବଳ ମିଛ କହି ରାଜ୍ୟବାସୀଙ୍କ ଆଗରେ ଭୁଆଁ ବୁଲାଇଛନ୍ତି । ଏବେବି ୧ଲକ୍ଷ ୨୫ ହଜାର ନୂଆ ପେନସନଭୁକ୍ତ ଶିକ୍ଷକ ରହିଛନ୍ତି ଯାହାଙ୍କର ଗ୍ରେଡ ୨୨ଶହ ରହିଛି । ସେହିପରି ପଞ୍ଚାୟତ ଅଫିସ ପିଇଓ ୨୮ଶହ ଗ୍ରେଡ ପେ ପାଉଛି । ତେଣୁ ତିନି ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ଶିକ୍ଷକ ସଙ୍ଘ । ସେମାନଙ୍କ ଦାବି‌ ହେଉଛି ଯେ ୬ ବର୍ଷ ଠିକା ନିଯୁକ୍ତି ଉଚ୍ଛେଦ ସହ ମୂଳ ଦରମା । ସେଣ୍ଟ୍ରାଲ ଗ୍ରେଡ ପେରେ ଦରମା ପ୍ରଦାନ ସହ ପୁରୁଣା ପେନସନ ଯୋଜନା ଅନୁସାରେ ଦରମା ଲାଗୁ କରିବା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.