ETV Bharat / state

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ବସିଲା ସିଲାବସ୍ କମିଟି ବୈଠକ, ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ପାଠପଢ଼ା - ସେପ୍ଟେମ୍ବର ପହିଲାରୁ ଓଡ଼ିଆ ବିଶ୍ବବିଦ୍ୟାଳୟରେ ପାଠପଢ଼ା

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ବସିଲା ସିଲାବସ୍ କମିଟି ବୈଠକ । କମିଟି ଅଧ୍ୟକ୍ଷ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟିର ବୈଠକ ଶେଷ ହୋଇଛି । ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ପାଠପଢ଼ା । ଅଧିକ ପଢ଼ନ୍ତୁ

Odia University
ଓଡ଼ିଆ ବିଶ୍ବବିଦ୍ୟାଳୟ
author img

By

Published : Aug 11, 2023, 4:33 PM IST

ଓଡ଼ିଆ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଓଡ଼ିଆ ବିଶ୍ବ ବିଦ୍ୟାଳୟ ପାଇଁ ବସିଲା ସିଲାବସ୍ କମିଟି ବୈଠକ । ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ୬ ଜଣିଆ କମିଟିର ବୈଠକ କରାଯାଇଛି । କମିଟି ଅଧ୍ୟକ୍ଷ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତାବିତ ସିଲାବସ୍‌ ଓ ପାଠ୍ୟ ପୁସ୍ତକ ନେଇ ଆଲୋଚନା ହୋଇଛି । ବୈଠକରେ ପ୍ରସ୍ତାବିତ ସିଲାବସ ସରକାରଙ୍କୁ ଦିଆଯିବ । ଏହି ଆଧାରରେ ଛାତ୍ରଛାତ୍ରୀ ପାଠ ପଢ଼ିବେ ।

ଏହା ମଧ୍ୟ ପଢ଼ନ୍ତୁ: ସତ୍ୟବାଦୀ ଓଡିଆ ବିଶ୍ବ ବିଦ୍ୟାଳୟ ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ସେପ୍ଟେମ୍ବର ୫ରୁ ସତ୍ୟବାଦୀ ଓଡ଼ିଆ ବିଶ୍ଵ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ । ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାୟୋଗିକ ଭାଷା ଏବଂ ଆଞ୍ଚଳିକ, ଆଦିବାସୀ ଭାଷା ଓ ଐତିହ୍ୟ ଭଳି ତିନୋଟି ବିଭାଗରେ ଛାତ୍ରଛାତ୍ରୀ ଆଡ଼ମିଶନ ନେବେ । ସବୁ ବିଭାଗରେ ୨୪ଟି ଲେଖାଏଁ ସିଟ୍ ରହିବ । ତେବେ କ୍ୟାମ୍ପସ କାମ ଶେଷ ହୋଇନ ଥିବାରୁ ଅସ୍ଥାୟୀ କ୍ୟାମ୍ପସରେ ପିଲାଙ୍କୁ ପଢ଼ାଯାଇପାରେ । କମିଟିରେ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜ୍ ମାଦି, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ପ୍ରମୁଖ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ, ଏଯାଏଁ କାର୍ଯ୍ୟକ୍ଷମ ହୋଇନି ନିଜସ୍ୱ ୱେବ୍‌ସାଇଟ୍

ଏହା ମଧ୍ୟ ପଢ଼ନ୍ତୁ: ପୁରୀରେ ଓଡିଆ ବିଶ୍ବବିଦ୍ୟାଳୟ ନିର୍ମାଣ ପ୍ରସଙ୍ଗ, ଜମି ଅନୁଧ୍ୟାନ କଲେ ଓବିସିସି ଯନ୍ତ୍ରୀ

ସୂଚନା ଅନୁଯାୟୀ, ଚଳିତ ଶିକ୍ଷାବର୍ଷରୁ ଓଡ଼ିଆ ବିଶ୍ବ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ । ଏନେଇ ସାକ୍ଷୀଗୋପାଳ ସ୍ଥିତ ପାନ୍ଥ ନିବାସରେ ବିଶ୍ବବିଦ୍ୟାଳୟର କାର୍ଯ୍ୟାଳୟ ଅସ୍ଥାୟୀ ଭାବରେ କାର୍ଯ୍ୟକ୍ଷମ କରାଯାଉଛି । ବିଶ୍ବ ବିଦ୍ୟାଳୟର କାର୍ଯ୍ୟାଳୟ ପାଇଁ ଉକ୍ତ ପାନ୍ଥ ନିବାସକୁ ୩ ମାସ ପର୍ଯ୍ୟନ୍ତ ଭଡ଼ା ସୂତ୍ର ଭାବରେ ନିଆଯାଇଛି । ଏହା ସହ ଓଡ଼ିଆ ବିଶ୍ବ ବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀମାନଙ୍କ ପଦ ପଦବୀ ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ । ତେଣୁ ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ଡିଗ୍ରୀ ମହାବିଦ୍ୟାଳୟରୁ ୨ ଜଣ କିରାଣୀ ଏବଂ ଜଣେ ପିଅନ ୩ ମାସ ପାଇଁ ଓଡ଼ିଆ ବିଶ୍ବ ବିଦ୍ୟାଳୟରେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି । ଏହି ୩ କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ନିୟୋଜନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଛି । ଏଥିସହ ବିଶ୍ବବିଦ୍ୟାଳୟର କାର୍ଯ୍ୟାଳୟ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାକୁ ନେଇ ବିଭାଗ ଗୁରୁତ୍ବ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.