ETV Bharat / state

ଆସୁଛି ହୋଲି, ହର୍ବାଲ ରଙ୍ଗରେ ରଙ୍ଗୀନ ହେବେ ରାଜଧାନୀବାସୀ

author img

By

Published : Mar 3, 2023, 11:37 AM IST

ସ୍ବପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହେବ ହର୍ବାଲ ହୋଲି କାର୍ଯ୍ୟକ୍ରମ । ବିଭିନ୍ନ ପରିବା ଓ ଫୁଲରୁ ତିଆରି ରଙ୍ଗରେ ହୋଲି ଖେଳିବେ ରାଜଧାନୀବାସୀ । ଅଧିକ ପଢନ୍ତୁ

ହର୍ବାଲ ହୋଲି କାର୍ଯ୍ୟକ୍ରମ
ହର୍ବାଲ ହୋଲି କାର୍ଯ୍ୟକ୍ରମ
ହର୍ବାଲ ହୋଲି କାର୍ଯ୍ୟକ୍ରମ

ଭୁବନେଶ୍ବର: ଆସୁଛି ରଙ୍ଗର ପର୍ବ ହୋଲି । ଏଥିପାଇଁ ସହର ବଜାରରେ ରଙ୍ଗ ବେରଙ୍ଗର ଅବିର ପସରା ମେଲିଲାଣି । ପରସ୍ପରକୁ ରଙ୍ଗ ବୋଳି ହୋଲି ପାଳନ କରିବେ ସଭିଏଁ । ସ୍ନେହ ଓ ପ୍ରେମର ଏହି ରଙ୍ଗ ପର୍ବକୁ ରସାୟନ ନୁହେଁ, ବରଂ ପ୍ରାକୃତିକ ରଙ୍ଗରେ ଖେଳିବ ରାଜଧାନୀ । 'ଲିଭ୍ କେମିକାଲ ଗୋ ହର୍ବାଲ'ର ବାର୍ତ୍ତା ନେଇ ଆସନ୍ତା ମାର୍ଚ୍ଚ ୭ ତାରିଖରେ ସ୍ବପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବର ହର୍ବାଲ ହୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ରାଜଧାନୀର ତାରକା ହୋଟେଲ ଅଶୋକାରେ ସନ୍ଧ୍ୟା ୫ଟାରୁ ୧୦ଟା ଯାଏଁ ଏହି ଉତ୍ସବ ପାଳନ ହେବ । ଏଠାରେ ହଳଦୀ, ଟମାଟୋ, ବିଟ୍ ଏବଂ ବିଭିନ୍ନ ଫୁଲରୁ ତିଆରି ରଙ୍ଗରେ ହୋଲି ଖେଳାଯିବ । ଏନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ସୂଚନା ସୂଚନା ଦିଆଯାଇଛି ।

ଏହି ହର୍ବାଲ ହୋଲି କାର୍ଯ୍ୟକ୍ରମରେ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ ଓ ଡିଜେ ଭେନସ୍ । କେବଳ ସେତିକି ନୁହେଁ ଦିବ୍ୟାଙ୍ଗ ପିଲାମାନଙ୍କ ଫ୍ୟାସନ ସୋ', ଲାଇଭ୍ ମ୍ୟୁଜିକ ସାଙ୍ଗକୁ ଫୋମ ଡ୍ୟାନ୍ସର ମଜା ନେବେ ଦର୍ଶକ । କେମିକାଲ ରଙ୍ଗ ଠାରୁ ଦୂରେଇ ରହି ହର୍ବାଲ ହୋଲି ଖେଳିବା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ସ୍ବପ୍ନା ପତି ଫାଉଣ୍ଡେସନ ୧୨ ବର୍ଷ ହେଲା ଏହି ହୋଲିକୁ ଆୟୋଜନ କରିଆସୁଛି । ଏହି ହୋଲି କାର୍ଯ୍ୟକ୍ରମରେ ଓଲିଉଡର ଅନେକ ଜଣାଶୁଣା କଳାକାର ଓ ରାଜନେତା ମଧ୍ୟ ଯୋଗ ଦେବେ । ଏଥିରେ ପ୍ରବେଶ ଦେୟଯୁକ୍ତ ହୋଇଥିବା ବେଳେ ଟିକେଟ୍ ୬୯୯ ଟଙ୍କା ରହିଛି । ତେବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯେଉ ଟଙ୍କା ଆସିବ ତାହା ବସ୍ତିରେ ପିଲାମାନଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବ ବୋଲି କହିଛନ୍ତି ଫାଉଣ୍ଡର ସ୍ବପ୍ନା ପତି ।

କୋରୋନା କଟକଣା ପାଇଁ ଦୁଇ ବର୍ଷ ଧରି ହୋଲି ମହୋତ୍ସବ ଆୟୋଜନ ହୋଇପାରୁନଥିଲା । କିନ୍ତୁ ଚଳିତ ବର୍ଷ ହର୍ବାଲ ହୋଲି କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିଥିବାରୁ ଖୁସି ପ୍ରକଟ କରିଛନ୍ତି ଆୟୋଜକ । ଦୁଇ ବର୍ଷର ବ୍ୟବଧାନ ପରେ ପୁଣିଥରେ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ଏଥର ପ୍ରବଳ ଭିଡ ହେବ ବୋଲି ଆୟୋଜକ ଅନୁମାନ କରୁଛନ୍ତି । ସେପଟେ ହର୍ବଲ ହୋଲିର ମଜା ନେବା ପାଇଁ ଉତ୍ସାହିତ ଅଛନ୍ତି ରାଜଧାନୀବାସୀ । ଫାଉଣ୍ଡେସନର ମୁଖ୍ୟ ସ୍ବପ୍ନା ପତି ସମସ୍ତଙ୍କୁ ରସାୟନ ନୁହେଁ ହର୍ବଲ ବା ପ୍ରାକୃତିକ ହୋଳି ଖେଳି ରଙ୍ଗର ପର୍ବ ମନାଇବା ପାଇଁ ଆହ୍ବାନ କରିଛନ୍ତି । ଓଡ଼ିଶା ସହ ପଞ୍ଜାବ ଓ ମୁମ୍ବାଇରେ ମଧ୍ୟରେ ସ୍ବପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହର୍ବଲ ହୋଲିର ଆୟୋଜନ କରାଯାଉଛି । ସବୁଥର ରେନ୍ ଡ୍ୟାନ୍ସ ରହୁଥିବା ବେଳେ ଏଥର ମୁଖ୍ୟ ଆକର୍ଷଣ ସାଜିବ ଫୋମ ଡ୍ୟାନ୍ସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.