ETV Bharat / state

ସେପ୍ଟେମ୍ବର ୧ରୁ ସ୍କୁଲରେ ସ୍ବଚ୍ଛତା ପକ୍ଷ: ଶପଥ ନେବେ ଛାତ୍ରଛାତ୍ରୀ, କର୍ମଚାରୀ

ସେପ୍ଟେମ୍ବର ୧ରୁ ବିଦ୍ୟାଳୟରେ ସ୍ବଚ୍ଛତା ପକ୍ଷ । ବିଦ୍ୟାଳୟକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଶପଥ ନେବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ସେପ୍ଟେମ୍ବର ୧ରୁ ସ୍କୁଲରେ ସ୍ବଚ୍ଛତା ପକ୍ଷ
ସେପ୍ଟେମ୍ବର ୧ରୁ ସ୍କୁଲରେ ସ୍ବଚ୍ଛତା ପକ୍ଷ
author img

By

Published : Aug 3, 2023, 6:57 AM IST

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧ରୁ ୧୫ ତାରିଖ ଯାଏଁ ବିଦ୍ୟାଳୟ ଗୁଡ଼ିକରେ ସ୍ବଚ୍ଛତା ପକ୍ଷ ପାଳନ କରାଯିବ । ଏହି ସ୍ବଚ୍ଛତା ପକ୍ଷରେ ବିଦ୍ୟାଳୟ ଗୁଡ଼ିକରେ ସ୍ବଚ୍ଛତା, ପରିମଳ ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ଗୁରୁତ୍ବ ଦିଆଯିବ । ଏହି କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟସ୍ତରରେ ହେବାକୁ ଥିବା ଖର୍ଚ୍ଚ ପିଏବି ଦ୍ବାରା ମଞ୍ଜୁର ହୋଇଥିବା କମ୍ପୋଜିଟ୍ ସ୍କୁଲ୍ ଗ୍ରାଣ୍ଟର ୧୦%ରୁ ହେବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୬ରୁ ସ୍ବଚ୍ଛତା ପକ୍ଷ ପାଳିତ ହୋଇଆସୁଛି ।

ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସ୍ବଚ୍ଛତା ପକ୍ଷ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟ ଗୁଡ଼ିକରେ ସ୍ବଚ୍ଛତା, ପରିମଳ କ୍ଷେତ୍ରରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଗୋଷ୍ଠୀର ସମ୍ପୃକ୍ତି ରହିବ । ୧ ତାରିଖ‌ ସ୍ବଚ୍ଛତା ଶପଥ ଦିବସରେ ସମସ୍ତ ବିଦ୍ୟାଳୟ ଏବଂ କାର୍ଯ୍ୟାଳୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ସ୍କୁଲର ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମଚାରୀ ପରିଷ୍କାର-ପରିଚ୍ଛନ୍ନତା ପାଇଁ ଏହି ଦିନ ଶପଥ ନେବେ ।

ଏହାମଧ୍ୟ ପଢନ୍ତୁ: ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ

ସେପ୍ଟେମ୍ବର ୬ ତାରିଖ ଜନ୍ମାଷ୍ଟମୀ ପାଇଁ ଛୁଟି ରହୁଥିବାରୁ ଏହି ଦିବସ ପାଇଁ ଧାର୍ଯ୍ୟ କାର୍ଯ୍ୟକ୍ରମ ଏହାର ପୂର୍ବ ଦିନ ୪ ଏବଂ ୫ ତାରିଖର କାର୍ଯ୍ୟକ୍ରମ ସହ ଅନ୍ତର୍ଭୁକ୍ତ ହୋଇଛି । ବିଦ୍ୟାଳୟସ୍ତରରେ ପ୍ରତିଯୋଗିତା କରାଯିବ । ପ୍ରତିଯୋଗିତା ଶେଷ ହେବା ପରଦିନ ପ୍ରତ୍ୟେକ ଜିଲ୍ଲାର ଶ୍ରେଷ୍ଠ ୩ ପ୍ରବନ୍ଧ, ସ୍ଲୋଗାନ୍, କୁଇଜ୍, ପେଣ୍ଟିଂ ଆଦି ଦାଖଲ କରାଯିବ । ସେହିପରି ଜିଲ୍ଲାସ୍ତରରେ ବିଦ୍ୟାଳୟ, ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଅଂଶଗ୍ରହଣ ନେଇ ଦୈନିକ ରିପୋର୍ଟ ପ୍ରତିଦିନ ଓସେପାକୁ ଦିନ ୨ଟା ସୁଦ୍ଧା ପଠାଇବାକୁ କୁହାଯାଇଛି । ଏନେଇ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଓ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ।

ବିଦ୍ୟାଳୟର ଛାତ୍ରଛାତ୍ରୀ ଶପଥ ନେବେ, "ପରିଷ୍କାର ପରିଚ୍ଛନ୍ନତା ପାଇଁ ଅଙ୍ଗୀକାରବଦ୍ଧ ହୋଇ ରହିବୁ । ସେଥିପାଇଁ ସମୟ ଦେବୁ । ସର୍ବପ୍ରଥମେ ଆମେ ଏହି କାର୍ଯ୍ୟ ଆମଠାରୁ ଆରମ୍ଭ କରିବୁ । ଆମ ବିଦ୍ୟାଳୟ, ଘର, ବସ୍ତି ଓ ଗ୍ରାମରୁ ସହରକୁ ସଫାସୁତୁରା ରଖିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବୁ । ଆମେ କୌଣସି ସ୍ଥାନ ମଇଳା କରିବୁ ନାହିଁ । ଅପରିଷ୍କାର ସ୍ଥାନକୁ ଆମେ ନିଜେ ଏବଂ ଅନ୍ୟର ସାହାଯ୍ୟରେ ସଫା କରିବୁ । ସ୍ବଚ୍ଛ ଓ ସୁସ୍ଥ ପରିବେଶ ଗଠନ ଆମର ମୂଳ ଲକ୍ଷ୍ୟ । ଆମେ ଦୃଢତାର ସହ କହିପାରୁକି ସ୍ଵଚ୍ଛତା ପାଇଁ କରୁଥିବା ଆମର ପ୍ରତ୍ୟେକ କାର୍ଯ୍ୟ ସ୍ବଚ୍ଛ ଭାରତ ଗଠନରେ ସହାୟକ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.