ETV Bharat / state

CFSL ଯିବ ସନ୍ଦିଗ୍ଧ ପାରା; ରାଜ୍ୟରେ ଥିବା ଡିଫେନ୍ସ ସଂସ୍ଥା ସୁରକ୍ଷା ନେଇ ଭୟ, କ୍ଷେପଣାସ୍ତ୍ର ଗୁଇନ୍ଦା ତଥ୍ୟ ଚୋରି ଆଶଙ୍କା !

author img

By

Published : Mar 10, 2023, 10:36 PM IST

Updated : Mar 10, 2023, 10:47 PM IST

ପାରାଦ୍ବୀପରୁ ଉଦ୍ଧାର ହୋଇଥିବା ଗୁପ୍ତଚରୀ ସନ୍ଦିଗ୍ଧ ପାରା ଠାରୁ ସେଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବାରେ ଅସମର୍ଥ ହେଲା ରାଜ୍ୟ ଫରେନ୍ସିକ ଲ୍ୟାବ । ଏହାପରେ ପାରାକୁ ସାମୟିକ ଭାବେ କଟକସ୍ଥିତ ପାରା ତାଲିମ କେନ୍ଦ୍ରରେ ରଖାଯିବା ପରେ ଏହାକୁ କୋଲକାତା କିମ୍ବା ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ ଫରେନ୍ସିକ ଲ୍ୟାବକୁ ପଠାଯିବ ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ସେଣ୍ଟ୍ରାଲ ଫରେନସିକ୍ ଯିବ ସନ୍ଦିଗ୍ଧ ପାରା
ସେଣ୍ଟ୍ରାଲ ଫରେନସିକ୍ ଯିବ ସନ୍ଦିଗ୍ଧ ପାରା
ସେଣ୍ଟ୍ରାଲ ଫରେନସିକ୍ ଯିବ ସନ୍ଦିଗ୍ଧ ପାରା

ଭୁବନେଶ୍ବର/କଟକ/ଜଗତସିଂହପୁର: ପାରାଦ୍ବୀପରୁ ସନ୍ଦିଗ୍ଧ ପାରା ଉଦ୍ଧାର ହେବାପରେ ପାରାଦ୍ବୀପ ପୋଲିସ ପକ୍ଷରୁ ରାଜ୍ୟ ଫରେନସିକ ଲ୍ୟାବ (ଏସଏଫଏସଏଲ) ପଠାଯାଇଥିଲା । କିନ୍ତୁ ସେଠାରେ ଅଧିକ ତଥ୍ୟ ସଂଗ୍ରହ କରିପାରିଲେନି ଫରେନ୍ସିକ ଟିମ୍‌ । ସେଥିପାଇଁ ସେଠାରୁ ପାରାଟିକୁ ଏବେ ସେଣ୍ଟ୍ରାଲ ଫରେନ୍ସିକ ଲ୍ୟାବକୁ ପଠା ଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତାକାଲି (ଶନିବାର) ସୁଦ୍ଧା କଟକରୁ ପାରାଟିକୁ ସେଣ୍ଟ୍ରାଲ ଫରେନ୍ସିକ ଲ୍ୟାବ (ସିଏଫଏସଏଲ)କୁ ପଠାଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ କେତେକ ମତ୍ସ୍ୟଜୀବୀ ପାରାଦ୍ବୀପ ସମୁଦ୍ର କୂଳଠାରୁ ୪୨ ନଟି ମାଇଲ ଦୂର ବା ପୁରୀ ନିକଟବର୍ତ୍ତୀ ସମୁଦ୍ରରେ ମାଛ ଧରୁଥିବା ସମୟରେ ହଠାତ ଏକ ସନ୍ଦିଗ୍ଧ ଧଳା ପାରା ମାଛଧରା ବୋଟରେ ଆସି ବସିଥିଲା । ପାରାର ଗୋଡ଼ରେ ଏକ କ୍ୟାମେରା ଓ ଚିଫ ଲାଗିଥିବା ମତ୍ସ୍ୟଜୀବୀ ମାନେ ଦେଖିବାକୁ ପାଇଥିଲେ । ଏହାଦେଖି ସନ୍ଦିଗ୍ଧ ପାରାଟିକୁ ଧରି ପାରାଦ୍ବୀପ ମେରାଇନ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ ମତ୍ସ୍ୟଜୀବୀ । ପୋଲିସ ପକ୍ଷରୁ ଏହାକୁ ନେଇ ତଦନ୍ତ ଆରମ୍ଭ କରାଯାଇଥିଲା । ପାରା ଦେହରେ ବିଦେଶୀ ଭାଷାରେ କିଛି ଲେଖା ଯାଇଥିଲା । ଏହାକୁ ଜାଣିବା ପାଇଁ ପୋଲିସ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲା । ପରେ ପାରାଟିକୁ ରାଜ୍ୟ ଫରେନ୍ସିକ ଲ୍ୟାବକୁ ପଠାଯାଇ ପାରାର ଗୋଡ଼ରେ ଲାଗିଥିବା କ୍ୟାମେରା, ଚିଫ ଓ ଲେଖାକୁ ଜାଣିବାକୁ ଚେଷ୍ଟା କରାଯାଇଥିଲା । ପାରାଟିକୁ ଗୁପ୍ତଚର କାର୍ଯ୍ୟରେ ବ୍ୟବହାର କରାଯାଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଗୁପ୍ତଚର ବୃତ୍ତିରେ ନିୟୋଜିତ ଏହି ପାରା ଦେହରେ ଲାଗିଥିବା କ୍ୟାମେରାରେ ବାଲେଶ୍ଵରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଚିତ୍ର କଏଦ ହୋଇଛି ନା ନାହିଁ, ପାରାଦ୍ବୀପ ବନ୍ଦରର ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାରେ ସେହି କ୍ୟାମେରା ସମର୍ଥ ହୋଇଛି କି, ଏହାକୁ ନେଇ ପୋଲିସ ସନ୍ଦେହ ପ୍ରକାଶ କରିଛି । ତେବେ ଏହି ଘଟଣାର ଅନେକ ଖିଅ ବାହାର କରିବାକୁ ଯାଇ ପୋଲିସ ପକ୍ଷରୁ ଅଧିକ ଯାଞ୍ଚ କରାଯାଉଛି ।

ତେବେ ଏହି ସନ୍ଦିଗ୍ଧ ପାରାକୁ ନେଇ ଜାରି ରହିଛି ସସପେନ୍ସ । ପାରା ଗୋଡରେ ଲାଗିଥିବା ଇଲେକ୍ଟ୍ରୋନିକ ଡିଭାଇସକୁ ଯାଞ୍ଚ ଦିଗରେ ଭୁବନେଶ୍ବରସ୍ଥିତ ସାଇଣ୍ଟିଫିକ ପରୀକ୍ଷାଗାର ଏଯାବତ କୌଣସି ନିଷ୍କର୍ଷ ବାହାର କରିନପାରିବାରୁ ଉଭୟ ପାରା ଓ ଇଲେକ୍ଟ୍ରୋନିକ ଡିଭାଇସ ଜାଞ୍ଚ ପାଇଁ ସିଏଫଏସଏଲକୁ ଯିବ । କୋଲକାତା କିମ୍ବା ହାଇଦ୍ରାବାଦର ସିଏଫଏସଏଲକୁ ଉଭୟ ପଠାଯିବା ନେଇ ବିଚାରବିମର୍ଶ ଚାଲିଛି । ସେପଟେ ପାରାଟି କେଉଁଠାରୁ ଆସିଥିଲା ଏବଂ ତାର ମୂଳ ସ୍ଥାନ ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ ପାରାଟିର ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଏହା ସହିତ ପାରା ଡେଣାରେ ଲେଖାଥିବା ଭାଷାକୁ ଚିହ୍ନଟ କରିବା ପାଇଁ ପାରାକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ତେବେ ସିଏଫଏସଏଲକୁ ପଠାଯିବା ପୂର୍ବରୁ ପାରାକୁ ସାମୟିକ ଭାବେ କଟକ ବକ୍ସିବଜାରସ୍ଥିତ ପାରା ତାଲିମ କେନ୍ଦ୍ରରେ ରଖାଯିବା ନେଇ ସୂଚନା ମିଳିଛି । ଏହା ପୂର୍ବରୁ ପାରା ତାଲିମ କେନ୍ଦ୍ରକୁ ଆଜି ପରିଦର୍ଶନ କରିଛନ୍ତି ପୋଲିସ କମ୍ୟୁନିକେସନ ବିଭାଗ ସ୍ବତନ୍ତ୍ର ଡିଜି ଅରୁଣ ରାୟ । ସେପଟେ ଏହି ଗୁପ୍ତଚରି ପାରାକୁ ପାରା ତାଲିମ କେନ୍ଦ୍ରରେ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଥିବା କଥା କହିଛନ୍ତି ତାଲିମ କେନ୍ଦ୍ରର ପୂର୍ବତନ ଇନଚାର୍ଜ । ତେବେ ଏବେ ଏହି କେନ୍ଦ୍ରରେ ୧୦୫ଟି ପାରା ରହିଛନ୍ତି । ଆଉ ସମସ୍ତେ ତାଲିମପ୍ରାପ୍ତ । ଏମାନଙ୍କୁ ତାଲିମ ଦେବା ପାଇଁ ଓଡିଶା ପୋଲିସର ୨ ଜଣ କନଷ୍ଟେବଳଙ୍କ ସହ ଜଣେ ସବ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ମଧ୍ୟ ନିୟୋଜିତ ହୋଇଛନ୍ତି ।

ତେବେ ଗୁପ୍ତଚରୀ ପାରା କିନ୍ତୁ ଏକ ସ୍ବତନ୍ତ୍ର ସ୍ଥାନରେ ରହିବ । ଗୁପ୍ତଚରି ପାରାର ଦୁଇ ଗୋଡ଼ରେ ଲାଗିଥିବା ଟ୍ରାନ୍ସମିଟର ଓ ଚାର୍ଜରରେ କଣ ରହସ୍ୟ ରହିଛି, ତାହା ତ ପରୀକ୍ଷା ନିରୀକ୍ଷା ପରେ ଜଣାପଡିବ । କିନ୍ତୁ ଏହା ଡ୍ରୋନ ପରି କାର୍ଯ୍ୟ କରିପାରେ ବୋଲି ଅନୁମାନ କରିଛନ୍ତି ପୁର୍ବତନ ଇନଚାର୍ଜ । ବିଶେଷ କରି ୩୦ ଗ୍ରାମର ଇଲକ୍ଟ୍ରୋନିକ ଡିଭାଇସ ପାରା ଦେହରେ ଲାଗି ପାରିବ । ଯାହାଦ୍ଵାରା ସେ ୫୦୦ ରୁ ୬୦୦ କିମି ପର୍ଯ୍ୟନ୍ତ ଉଡିପାରିବ । ଯଦି ଆଜି ପାରାକୁ ସିଏଫଏସଏଲକୁ ନେବା ପୂର୍ବରୁ କଟକ ପାରା ତାଲିମ କେନ୍ଦ୍ରରେ ରଖାଯାଏ, ଏଠାରେ ମଧ୍ୟ ସେହି ପାରା ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି । ଖାଇବା ପିଇବା ସବୁ କିଛି ଅନ୍ୟ ପାରା ମାନଙ୍କ ଭଳି କରାଯିବ । ଯଦି ଗୁପ୍ତଚରୀ ପାରାର ସ୍ବାସ୍ଥ୍ୟ ସମସ୍ୟା ଉପୁଜେ, ତେବେ ଭେଟନାରୀ ଡକ୍ଟର କିମ୍ବା ଉକ୍ତ କାର୍ଯ୍ୟଳୟରେ ମୁତୟନ ଥିବା କର୍ମଚାରୀ ମାନେ ସ୍ବାସ୍ଥ୍ୟ ଚିକିତ୍ସା ଯୋଗାଇବେ । ତେବେ ମୋଟାମୋଟି କହିବାକୁ ଗଲେ ପାରାଟିର ସମସ୍ତ ଦିଗ ଉପରେ ନଜର ରଖାଯାଇଥିଲାବେଳେ ସେହି ଟ୍ରାନ୍ସମିଟରର କଣ ଲୁକାୟିତ ତଥ୍ୟ ରହିଛି ତାହା ଖୁବଶୀଘ୍ର ଜଣାପଡିବ ବୋଲି ଅନୁମାନ କରାଯାଉଛି ବୋଲି କହିଛନ୍ତି ପୂର୍ବତନ ପାରା ତାଲିମ କେନ୍ଦ୍ରର ଇନଚାର୍ଜ ।

ତେବେ ଜାତୀୟ‌ ସୁରକ୍ଷା ସଂସ୍ଥାଙ୍କ ପାଇଁ ଏହା ହାଇ ଆଲର୍ଟ ହେବାର ସମୟ । କାରଣ ଏହି ବିଦେଶୀ ପାରା ଏବେ ରାଜ୍ୟ ପୋଲିସର ଚିନ୍ତା ବଢ଼ାଇଛି । ଏନେଇ ସେଣ୍ଟ୍ରାଲ ଇଣ୍ଟେଲିଜେନସ,ଏନ୍‌ଆଇଏ ଭଳି ସଂସ୍ଥା ନଜରକୁ ଆସିପାରେ ଘଟଣା । ଏଦିଗରେ କେନ୍ଦ୍ରୀୟ ସଂସ୍ଥାକୁ ମଧ୍ୟ ଆଲର୍ଟ କରାଇଛି ଓଡ଼ିଶା ପୋଲିସ । ତେବେ ଏପରି ସ୍ପାଏ ପାରା ମିଳିବା ପରେ ଦେଶର ଉପକୂଳ ଅଞ୍ଚଳ ବିଶେଷ କରି ଓଡ଼ିଶାରେ ଥିବା ଡିଫେନ୍ସ ରିସର୍ଚ୍ଚ ସେଣ୍ଟରକୁ ନେଇ ବଢ଼ିଛି ଭୟ । କିଛିଦିନ ପୂର୍ବେ ଗତବର୍ଷ ଡିସେମ୍ବର ମାସରେ ଏକ ଚାଇନିଜ ସ୍ପାଏ ସାପ ଶ୍ରୀଲଙ୍କା ଉପକୂଳରେ ଠାବ କରିଥିଲା ଭାରତୀୟ ନୌସେନା । ସେତେବେଳେ ଏକ ଆଶଙ୍କା କରାଯାଉଥିଲା ଯେ, ବଙ୍ଗୋପସାଗରରେ ମିଶାଇଲ ଟେଷ୍ଟ ଉପରେ ନଜର ରଖିବାକୁ ଏପରି ଗୁଇନ୍ଦାଗିରି କରୁଛନ୍ତି ଚାଇନିଜ ସ୍ପାଏ । ତେବେ ଏବେ ଏହି ପାରା ଏହାକୁ ଅଧିକ ରହସ୍ୟମୟ କରିଛି । କାରଣ ପାରାର ଡେଣାରେ କିଛି ଲେଖା ରହିଛି । ଯାହାକି କୋରିଆନ ବା ଚାଇନିଜ ଲେଟର ବୋଲି ସନ୍ଦେହ କରାଯାଉଛି ।

ଏନେଇ ବୈଦଶିକ ବ୍ୟାପାର ବିଶେଷଜ୍ଞ ବିନୋଦ ମିଶ୍ରଙ୍କ କହିବା କଥା, "ପାରାର ୭୦୦ରୁ ୮୦୦କିମି ଦୂର ପର୍ଯ୍ୟନ୍ତ ଉଡ଼ିବାର କ୍ଷମତା ରହିଛି । ହେଲେ ଏହି ସୀମା ଭିତରେ ଆସୁନାହିଁ ସନ୍ଦେହ କରାଯାଉଥିବା ଦେଶ ଚାଇନା । ତଥାପି ଚାଇନିଜ ସ୍ପାଏ ଦିଗରେ ଅଣଦେଖା କରିବା ଭୁଲ ହେବ । ତେବେ ପାରାଦ୍ବୀପକୁ ଅନେକ ଚାଇନିଜ ଭେସେଲ ବା ବାଣିଜ୍ୟିକ ଜାହାଜ ଆସିଥାଏ । ହୁଏତ ସେସବୁ କେହି ଅପରେଟ କରିଥାଇପାରେ ବୋଲି ସନ୍ଦେହ କରାଯିବା ଏଡାଇ ଦିଆଯାଇନପାରେ ।" ସେହିପରି ସାମରିକ ତଥା ପୂର୍ବତନ ନୌସେନା ଅଧିକାରୀ ବିଶ୍ବଜିତ ନାୟକଙ୍କ କହିଛନ୍ତି, "କିଛି ଆତଙ୍କୀ ଷଡ଼ଯନ୍ତ୍ର କରୁଥାଇ ପାରନ୍ତି । ବିଦେଶୀ ଶତୃରାଷ୍ଟ୍ର । ତେଣୁ ଏଦିଗରେ ଫରେନସିକ ଟିମ ଯାଞ୍ଚ କରିପାରେ ଲାଗିଥିବା ଚିଫ କେଉଁଠାରୁ ପ୍ରସ୍ତୁତ, ସେସବୁ ଜିନିଷ କ'ଣ କ'ଣ । କାହିଁକି ସେସବୁ ବ୍ୟବହାର କରାଯାଉଛି । ପାରାର ଡେଣାରେ ଲେଖାଥିବା କୋଡ କିଛି ଏଜେଣ୍ଟଙ୍କ ପାଇଁ ବାର୍ତ୍ତା କି, ଏହାକୁ ଆମର ତଦନ୍ତକାରୀ ସଂସ୍ଥା କିପରି ଟ୍ରାକ କରୁଛନ୍ତି ଓ କେଉଁ ତଥ୍ୟ ପାଉଛନ୍ତି ତାହା ଗୁରୁତ୍ବପୁର୍ଣ୍ଣ ।

କିଛିଦିନ‌ ତଳେ ବାଲେଶ୍ବର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ଜଣେ ଗିରଫ ପରେ ଏବେ ଏହି ଘଟଣା । ପୂର୍ବରୁ ମଧ୍ୟ ଡିଆରଡିଓରୁ କ୍ରାଇମବ୍ରାଞ୍ଚ ହାତରେ ୫ ଜଣ ଗିରଫ ହୋଇଥିଲେ । ତେବେ ବେସାମରିକ ବିଶେଷଜ୍ଞଙ୍କ ଆକଳନ ଅନୁସାରେ କିଛି ପାକିସ୍ତାନ ଓ ଚାଇନିଜ ଏଜେଣ୍ଟଙ୍କୁ ଅଣଦେଖା କରାଯାଇପାରେ । କାରଣ ପଡୋଶୀ ଦେଶ ବାଂଲାଦେଶରେ ଅନେକ ବିଦେଶୀ ସ୍ପାଏ ରହି ଗୁଇନ୍ଦାଗିରି କରୁଥିବା ନଜିର ରହିଛି । କିଛିଦିନ ପୂର୍ବେ ଗୟାରୁ ଚାଇନିଜ ସ୍ପାଏ ଓ କୋଲକାତା ବର୍ଡରରୁ ପାକିସ୍ତାନ ସ୍ପାଏ ମଧ୍ୟ ଗିରଫ ହୋଇଛନ୍ତି । ଅନେକ ସମୟରେ ଏସବୁ ଆକ୍ଟିଭିଟି ଉପରେ ଦେଶର ଗୁଇନ୍ଦା ସଂସ୍ଥା ମଧ୍ୟ ନଜର ରଖିଛନ୍ତି । ତେବେ ଏହି ସବୁ ଗତିବିଧି ଦେଶର ସୁରକ୍ଷା ଓ ସାମରିକ ଓ କ୍ଷେପଣାସ୍ତ୍ର ସୁରକ୍ଷା ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର/କଟକ/ଜଗତସିଂହପୁର

Last Updated : Mar 10, 2023, 10:47 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.