ETV Bharat / state

ସୁପ୍ରିମକୋର୍ଟେର ଜିତିଲେ ହୋମଗାର୍ଡ, ୩ ମାସ ମଧ୍ୟରେ ମିଳିବ ବକେୟା ଅର୍ଥ

author img

By

Published : Mar 19, 2023, 10:46 PM IST

ରାଜ୍ୟ ହୋମଗାର୍ଡଙ୍କ ପାଇଁ ଖୁସି ଖବର । ହୋମଗାର୍ଡଙ୍କ ଦୈନିକ ଦରମା ୫୩୩ ଟଙ୍କା ବୃଦ୍ଧି ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ

odisha home guards salary issue
ହୋମଗାର୍ଡଙ୍କ ଦରମା ବୃଦ୍ଧି ପ୍ରସଙ୍ଗ

ସୁପ୍ରିମକୋର୍ଟେର ଜିତିଲେ ହୋମଗାର୍ଡ

ଭୁବନେଶ୍ବର: ହୋମଗାର୍ଡଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ୩ ମାସ ମଧ୍ୟରେ ୨୦୧୮ରୁ ବକେୟା ଅର୍ଥ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏନେଇ ଦିନକୁ ୫୩୩ ଟଙ୍କା ହିସାବରେ ବକେୟା ଅର୍ଥ ୩ମାସ ମଧ୍ୟରେ ଦେବାକୁ କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ପରେ ହୋମଗାର୍ଡଙ୍କ ମହଲରେ ଖୁସିର‌ ଲହରୀ ଖେଳିଛି ।

ସ୍ଥାୟୀ କନଷ୍ଟେବଳଙ୍କ ପରି ବେସିକ୍ ପେ ସହ ଡିଏ ଓ ଓ୍ବାସିଂ ଆଲାଉନସ ସହ ଆଗାମୀ ଦିନରେ କନଷ୍ଟେବଳଙ୍କ ଦରମା ବୃଦ୍ଧି ସହ ହୋମଗାର୍ଡଙ୍କ ଦରମା ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏଭଳି ରାୟ ପରେ ହୋମଗାର୍ଡମାନେ ଖୁସି ଜାହିର କରିଛନ୍ତି । ରାଜ୍ୟ ହୋମଗାର୍ଡଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଦୀର୍ଘ ଦିନ ହେଲା ଆଇନଗତ ଲଢେଇ ଚାଲିଥିଲା ।

ରାଜ୍ୟର ଏଯାବତ ୧୭ହଜାର ୭୭୫ଜଣ ହୋମଗାର୍ଡ କାର୍ଯ୍ୟରତ ଅଛନ୍ତି । ଯାହାଙ୍କ ଦିନକ ପାରିଶ୍ରମିକ ମୂଲ୍ୟ ୫୩୩ ଟଙ୍କା । ତେଣୁ ଦରମା ବୃଦ୍ଧି ନେଇ ଅନେକ ଥର ବିରୋଧୀ ନେତା ସରକାରଙ୍କୁ ଶାଣିତ ସ୍ବରରେ ଆକ୍ରମଣ କରିଥିଲେ । ଗୋଟିଏ ସରକାରରେ ଗୋଟିଏ ପରି ଖାକି ପିନ୍ଧି ମଧ୍ୟ ଦରମାରେ ତାରତମ୍ୟ ଓ ନୂତନ ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ କରାଯାଇଥିବା ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ହୋମଗାର୍ଡ । ପୂର୍ବରୁ କନଷ୍ଟେବଳଙ୍କ ଦରମା ପରି ହୋମଗାର୍ଡଙ୍କୁ ଦରମା ଦେବା ପାଇଁ ସୁପ୍ରିମକୋର୍ଟ ୨୦୧୬ରେ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ‌ ।

ଏହା ମଧ୍ୟ ପଢ଼ନ୍ତୁ: କଂଗ୍ରେସ ଭବନରେ ବୀରେନ୍ଦ୍ର ପାଣ୍ଡେଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କଲେ କଂଗ୍ରେସ ନେତା

ଏନେଇ ସମସ୍ତ ରାଜ୍ୟ ଲାଗୁ କରିଥିଲେ ମଧ୍ୟ ଓଡ଼ିଶା ସରକାର ଠିକା କନଷ୍ଟେବଳଙ୍କ ଦରମା ହାରରେ ହୋମଗାର୍ଡଙ୍କ ଦରମା ଟପିଯିବା ଆଳ ଦେଖାଇ ହାଇକୋର୍ଟଙ୍କ ସାମ୍ନା କରିଥିଲେ । ଶେଷରେ ହାଇକୋର୍ଟ ମଧ୍ୟ ହୋମଗାର୍ଡଙ୍କୁ ୨୦୨୦ରୁ ପିଛିଲା ଭାବେ ଦରମା ପ୍ରଦାନ ପାଇଁ ରାୟ ଦେଇଥିଲେ । ଏହାପରେ ହୋମଗାର୍ଡମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ସୁପ୍ରିମକୋର୍ଟ ହୋମଗାର୍ଡଙ୍କ ସପକ୍ଷରେ ରାୟ ଦେବା ସହ ସେମାନଙ୍କ ହକ୍‌ ପ୍ରଦାନ କରିଛନ୍ତି । ସରକାରଙ୍କ ବିରୋଧରେ ଲୋୟର ପିଏମଜିରେ ହୋମଗାର୍ଡଙ୍କ ସ୍ବର ଉତ୍ତୋଳନ ଓ ବଳିଦାନ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୋଇଛି । ଯାହାକୁ ନେଇ ହୋମଗାର୍ଡ ମହଲରେ ଖୁସିର ଲହରୀ ଖେଳିଛି । ତେବେ ସୁପ୍ରିମକୋର୍ଟଙ୍କ ରାୟ ଶୁଣାଣି ପରେ ରାଜ୍ୟ ସରକାର କେଉଁ ନିଷ୍ପତ୍ତି ନେବେ ତାହାରି ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.