ETV Bharat / state

ରାଉରକେଲାରେ ଡାଇରିଆ ଆତଙ୍କ, ପାଣି ହେଉଛି ମୁଖ୍ୟ କାରଣ: ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

author img

By ETV Bharat Odisha Team

Published : Dec 18, 2023, 12:28 PM IST

Updated : Dec 18, 2023, 1:08 PM IST

Diarrhea In Rourkela: ରାଉରକେଲାରେ ଝାଡାବାନ୍ତି ବ୍ୟାପିବା ଏକ ଜଳବାହିତ ରୋଗ। ପାଣିରେ କ୍ଲୋରିନ କମ ରହିଛି, ଏହାକୁ ବଢାଇବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

diarrhea
ରାଉରକେଲାରେ ଡାଇରିଆ ଆତଙ୍କ
Diarrhea outbreak in rourkela

ଭୁବନେଶ୍ବର: ରାଉରକେଲାରେ ଡାଇରିଆ ବ୍ୟାପକ ହେବାରେ ଲାଗିଛି । ପାଣି ଯୋଗୁଁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏହା ଏକ ଜଳବାହିତ ରୋଗ ବୋଲି ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡିଥିବା ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପାଣିରେ କ୍ଲୋରିନ କମ ରହିଛି, ଏହାକୁ ବଢ଼ାଇବାକୁ ୱାଟକୋକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଝାଡ଼ାବାନ୍ତି ବ୍ୟାପିବା ଯୋଗୁଁ ବର୍ତ୍ତମାନ ସୁଦ୍ଧା 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 595 ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରୁ 343 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ସୁଦ୍ଧା 145 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା 162 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେଥି ମଧ୍ୟରୁ 20 ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।

ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ସ୍ଥାନରୁ ନୁହେଁ 12 ରୁ 14 ଟି ୱାର୍ଡରୁ ଡାଇରିଆ କେସସ ଆସୁଛି । ସେଥିପାଇଁ 6ଟି ରାପିଡ଼ ରେସପନ୍ସ ଟିମ ନିୟୋଜିତ ହୋଇଛନ୍ତି । ସୁନ୍ଦରଗଡ଼ ମେଡ଼ିକାଲ କଲେଜରୁ 4 ଜଣ ଫ୍ୟାକଲିଟି ନିୟୋଜିତ କରାଯାଇଛି । ସିଡ଼ିଏମଓଙ୍କ ତରଫରୁ 4 ଜଣ ଜୁନିୟର ଡାକ୍ତର ନିୟୋଜିତ କରାଯାଇଛି । 12 ଜଣ ଷ୍ଟାପ ନର୍ସଙ୍କୁ ସେଠାକୁ ପଠା ଯାଇଛି । ଟେକ୍ନିସିଆନ ଦୁଇ ଜଣଙ୍କୁ ମଧ୍ୟ ପଠା ଯାଉଛି । ଆବଶ୍ୟକୀୟ ଔଷଧ ସରଞ୍ଜାମ ମହଜୁଦ ଅଛି । ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ପାଣି ପାଇଁ ଏମିତି ଝାଡା ବାନ୍ତି ବ୍ୟାପୁଛି । ଲୋକ ବି କିଛି ଦିନ ପାଣିକୁ ନେଇ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଉରକେଲାରେ ଡାଇରିଆ ଆତଙ୍କ: 3 ଦିନରେ 5 ମୃତ, ଏବେବି ହସ୍ପିଟାଲ ବେଡରେ 250ରୁ ଅଧିକ

"ଏହା ଏତ ଜଳବାହିତ ରୋଗ ବୋଲି ପ୍ରଥମିକ ପର୍ଯ୍ୟାୟରୁ ଜଣା ପଡୁଛି । ପାଣିରେ କ୍ଲୋରିନ କମ ରହିଛି । ଜିଲ୍ଲାପାଳ ୱାଟକୋ ନିର୍ଦ୍ଦେଶ ଦେଇଛନ୍ତି ପାଣିରେ କ୍ଲୋରିନ ପରିମାଣ ବଢ଼େଇବା ପାଇଁ । ଏଥିସହ ୱାଟର ଟ୍ୟାଙ୍କ ସଫା କରିବା, ପାଣି ନାଳ ବିଶୋଧନ କରିବା, ଟ୍ୟାଙ୍କରୁ ପାଣି ନେଇ ପରୀକ୍ଷା କରିବା ଭଳି କାମ କରିବା ପାଇଁ ନିର୍ଦ୍ଦେଶ ଦିଆୟାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।" କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଉରକେଲାରେ ଡାଇରିଆ ଯୋଗୁଁ ଗତକାଲି 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଖ୍ୟା 6ରେ ପହଞ୍ଚିଛି । ଗତ କିଛି ଦିନ ହେଲା ସହରରେ ଅସମ୍ଭାଳ ହେବାରେ ଲାଗିଛି ଡାଇରିଆ । 3 ଦିନରେ 3 ଜଣ ଡାଇରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସାଧାରଣରେ ଚିନ୍ତା ଘାରିଛି । ରବିବାରେ ରାଉରକେଲା ବିଧାୟକ ତଥା ଶ୍ରମମନ୍ତ୍ରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ରାଉରକେଲା ସରକାରୀ ହସ୍ପିଟାଲ ଗସ୍ତ କରି ରୋଗୀଙ୍କୁ ଭେଟିଥିଲେ ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : Dec 18, 2023, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.