ETV Bharat / state

ଅନିଶ୍ଚିତତାରେ ରାଜ୍ୟର ସରକାରୀ ଚାକିରୀ ଆଶାୟୀ

ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ନେଇ ଦ୍ବନ୍ଦରେ ଆଶାୟୀ । ଅଧିକ ପଢନ୍ତୁ

ଅନିଶ୍ଚିତତାରେ ଓଡ଼ିଶାର ସରକାରୀ ଚାକିରୀ ଆଶାୟୀ

author img

By

Published : Nov 22, 2022, 10:12 PM IST

ଭୁବନେଶ୍ବର: ଅନିଶ୍ଚିତତାରେ ଓଡିଶାର ସରକାରୀ ଚାକିରୀ ଆଶାୟୀ । ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷାକୁ ନେଇ ଦ୍ବନ୍ଦରେ ପରୀକ୍ଷାର୍ଥୀ । ଏନେଇ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ ହେଉଥିବା ଶହ ଶହ ଛାତ୍ରଛାତ୍ରୀ ଓଡିଶା କର୍ମଚାରୀ ଆୟୋଗ (OSSC)ଘେରିଛନ୍ତି । ଏଥିସହ ଦାବି କରିଛନ୍ତି ପରୀକ୍ଷାରେ ସ୍ବଚ୍ଛତା ପାଇଁ କମ୍ପ୍ୟୁଟର ବେଶ ପରୀକ୍ଷା କରାଯିବା ସହିତ OSSCଙ୍କର ରାତି ଅଧିଆ ନିଷ୍ପତ୍ତି ବଦଳାଯାଉ ।

ଅନିଶ୍ଚିତତାରେ ଓଡ଼ିଶାର ସରକାରୀ ଚାକିରୀ ଆଶାୟୀ

ତେବେ ସୂଚନା ଅନୁଯାୟୀ, ASO ହେଉ ବା CGL ପରୀକ୍ଷା, ସରକାରୀ ଚାକିରୀ ପାଇଁ ବର୍ଷ ବର୍ଷ ଧରି ପରିଶ୍ରମ କରୁଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ହେଲେ ସେମାନଙ୍କ ପାଠ୍ୟ ଖସଡା ଓ ପରୀକ୍ଷା ପ୍ରଣାଳୀକୁ ରାତି ଅଧିଆ ପରିବର୍ତ୍ତନ କରୁଛନ୍ତି OSSC । ଏହାଦ୍ବାରା ପିଲାମାନେ ମାନସିକ ସ୍ତରରେ ଭାଙ୍ଗି ପଡୁଛନ୍ତି । ତେବେ ଗୋଟେ ସିଲାବସକୁ ଅନୁକରଣ କରି ପାଠ ପଢି ପରୀକ୍ଷା ଦେବାକୁ ଗଲା ବେଳକୁ ସିଲାବସ ବଦଳି ଯାଉଛି ଆଉ ଅବଜେକ୍ଟିଭର ପରୀକ୍ଷା ହେବାକୁ ଥିବା ବେଳେ ସବଜେକ୍ଟିଭ୍ ଧାରା ଯୋଡି ହୋଇଯାଉଛି ।

ଆଉ ସବୁଠାରୁ ବଡ କଥା ହେଲା ପୂର୍ବରୁ କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା କରାଯାଉଥିବା ବେଳେ ଏବେ କାଗଜ କଲମର ପରୀକ୍ଷା ପାଇଁ କୁହାଯାଉଛି । ଯେଉଁଥିରେ କୌଣସି ସ୍ବଚ୍ଛତା ରହୁନାହିଁ । କାରଣ କାଗଜ କଲମର ପରୀକ୍ଷାର ଅନେକ ଦୁର୍ନୀତି ହେଉଛି ଏପରିକି ପରୀକ୍ଷା ଫଳ ବାହାରିବା ସମୟରେ ଏହି ଧାରାର ପରୀକ୍ଷା ଦ୍ବାରା ମଧ୍ୟ ଫଳାଫଳ ରେ ଅନେକ ଭୁଲ ଭୁଲ ହେଉଛି ଆଉ ଦୁର୍ନୀତି ଦେଖିବାକୁ ମିଳୁଛି ବୋଲି ଅଭିଯୋଗ ହୋଇଛି । ତେଣୁ ଏହାକୁ ବିରୋଧ କରିବା ସହ ଏଭଳି ପରୀକ୍ଷା ଧାରାକୁ ବନ୍ଦ କରାଯାଉ ବୋଲି OSSC ଅଧକ୍ଷଙ୍କୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.