ETV Bharat / state

ଜୋର ଧରିଲା କଲେଜ ଇଲେକ୍ସନ ଦାବି, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ଓ ଅଣ୍ଡାମାଡ

author img

By

Published : Nov 29, 2022, 7:16 AM IST

କଲେଜ ଗୁଡିକରେ ନିର୍ବାଚନ କରିବା ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ଓ ଅଣ୍ଡାମାଡ । ଅଲ ଓଡିଶା ଷ୍ଟୁଡେଣ୍ଟସ୍‌ ଭଏସ୍‌ (All Odisha Students Voice) ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଶତାଧିକ କର୍ମୀଙ୍କୁ ଉଠାଇନେଲା ପୋଲିସ । ଅଧିକ ପଢ଼ନ୍ତୁ

ଜୋର ଧରିଲା କଲେଜ ଇଲେକ୍ସନ ଦାବି, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ଓ ଅଣ୍ଡାମାଡ
ଜୋର ଧରିଲା କଲେଜ ଇଲେକ୍ସନ ଦାବି, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ଓ ଅଣ୍ଡାମାଡ

ଭୁବନେଶ୍ବର: ଜୋର ଧରିଲା କଲେଜ ଇଲେକ୍ସନ ଦାବି । କଲେଜ ଗୁଡିକରେ ନିର୍ବାଚନ କରିବା ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ଓ ଅଣ୍ଡାମାଡ । ଅଲ୍‌ ଓଡିଶା ଷ୍ଟୁଡେଣ୍ଟସ୍‌ ଭଏସ୍‌ (All Odisha Students Voice) ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା । ଆନ୍ଦୋଳନ ସମୟରେ ସଂଗଠନର ସଭାପତି ବିଭୁପ୍ରସାଦ ଜେନାଙ୍କ ସମେତ ଶତାଧିକ କର୍ମୀଙ୍କୁ ଉଠାଇନେଲା ପୋଲିସ ।

ଘେରାଉ ସମୟରେ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା । ଏହାକୁ ନେଇ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏପରିକି ଆନ୍ଦୋଳନକାରୀ ଶିକ୍ଷାମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ କରିଥିଲେ । ଆଉ ଜୋରଦାର ସରକାର ବିରୋଧୀ ନାରାବାଜି କରି ଧାରଣାରେ ବସିଥିଲେ । ଆନ୍ଦୋଳନ ତୀବ୍ର ହେବାରୁ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଏନେଇ ଅଲ ଓଡିଶା ଷ୍ଟୁଡେଣ୍ଟସ୍‌ ଭଏସ୍‌ ସଭାପତି ବିଭୁପ୍ରସାଦ ଜେନା କହିଛନ୍ତି, "କଲେଜର ଦାବି ସରକାରଙ୍କ ପାଖରେ ରଖି କଲେଜର ଉନ୍ନତିରେ ସାମିଲ ପାଇଁ ଛାତ୍ର ନିର୍ବାଚନ ହୋଇଥାଏ । ହେଲେ ବିଗତ କିଛି ବର୍ଷ ହେବ କୌଣସି ନିର୍ବାଚନ ନହେବା ଦ୍ଵାରା କଲେଜ ଗୁଡ଼ିକରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆଉ ଏହାକୁ ନେଇ କଲେଜରେ ରାଗିଂ, ନିଶାକାରବାର ଓ ଅଣଛାତ୍ରଙ୍କର ଅବାଧ ପ୍ରବେଶ ବଢ଼ିବାରେ ଲାଗିଛି ।"

ତେବେ ଏନେଇ ଏହି ଛାତ୍ର ସଂଗଠନର ସଭାପତି ବିଭୁପ୍ରସାଦ ଜେନାଙ୍କ ନେତୃତ୍ବରେ ପୂର୍ବରୁ ପୋଲିସ କମିଶନରଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । ଏହି ଦାବିପତ୍ରରେ କଲେଜକୁ ରାଗିଂ, ନିଶା ଓ ଅଣଛାତ୍ରଙ୍କ ଅବାଧ ପ୍ରବେଶକୁ ବାରଣ କରିବାଲାଗି ଉଲ୍ଲେଖ ରହିଥିଲା । ସେହିଭଳି ଆଣ୍ଟି ରାଗିଂ ସ୍କ୍ବାଡ଼କୁ ପୁଣି ସକ୍ରିୟ କରିବାକୁ ମଧ୍ୟ ଦାବିପତ୍ରରେ ଦର୍ଶାଯାଇଥିଲା । କଲେଜରେ ନିର୍ବାଚନ କରେଇବା ଦାବିରେ ଭୁବନେଶ୍ବରରେ ଥିବା ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭନକୁ ଘେରାଉ କରିଥିଲେ । ଏନେଇ ବିଭୁପ୍ରସାଦ ଜେନାଙ୍କ ସମେତ ଓଡିଶା ଷ୍ଟୁଡେଣ୍ଟସ୍‌ ଭଏସ୍‌ର ଶତାଧିକ କର୍ମୀ ପୋଲିସ ଦ୍ଵାରା ଅଟକ ରହିଥିଲେ ।

କିନ୍ତୁ ଏ ଦିଗର କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ପୁଣି କଲେଜ ନିର୍ବାଚନ ହେବା ଦାବିରେ ଶତାଧିକ ଛାତ୍ର ନବୀନ ନିବାସ ଘେରାଉ ଅଭିମୁଖରେ ଗଲାବେଳେ ଶିଶୁଭବନ ଛକରେ ପୋଲିସ ସହ ଜୋରଦାର ଠେଲାପେଲା ହୋଇଥିଲା । ଫଳରେ ସଂଗଠନର ଶତାଧିକ କର୍ମୀଙ୍କ ସହିତ ସଭାପତି ବିଭୁପ୍ରସାଦ ଜେନା ଓ ବିପ୍ଳବ ପରିଡାଙ୍କୁ ମଧ୍ୟ ପୋଲିସ ଘଟଣାସ୍ଥଳରୁ ଉଠାଇ ନେଇଥିଲା । ଅନ୍ୟପଟେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗଠନର ସଭାପତି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.